Below header

ଗ୍ଲୋବାଲ୍‌ ଟାଇମ୍ସରେ ଧମକ : ଭାରତୀୟ ସେନା ଅସ୍ତ୍ରର ସହାୟତା ନେଲେ ପୁଣି ଇତିହାସ ଦୋହରାଇବ ଚୀନ୍‌

ନୂଆଦିଲ୍ଲୀ : ଏଲ୍‌ଏସିରେ ଭାରତୀୟ ସେନା ଅସ୍ତ୍ରଶସ୍ତ୍ରର ସହାୟତା ନେଲେ ପୁଣି ଥରେ ୧୯୬୨ର ପରିଣାମ ଭୋଗିବାକୁ ପଡ଼ିବ ବୋଲି ଚୀନ୍‌ ଗ୍ଲୋବଲ୍‌ ଟାଇମ୍ସରେ ଏକ ଲେଖା ପ୍ରକାଶ ପାଇଛି । ଲଦାଖରେ ଚୀନ୍‌ ଓ ଭାରତ ମଧ୍ୟରେ ଉତ୍ତେଜନା କମିବାରେ ନାଁ ଧରୁନି । ଏପଟେ ଚୀନ୍‌ ପ୍ରମୁଖ ସରକାରୀ ଗଣମାଧ୍ୟମ ଗ୍ଲୋବାଲ ଟାଇମ୍ସ ଭାରତ-ଚୀନ ମଧ୍ୟରେ ଜାରି ଉତ୍ତେଜନାକୁ ନେଇ ଲଗାତାର ଆର୍ଟିକିଲ୍ ଛାପିବା ଜାରି ରଖିଛି ।

china-9

ଭାରତ ଲଗାତାର ନିଜ ସରକାରର ପ୍ରଚାର କରୁଛି । ଭାରତୀୟ ସୈନିକ ସୋମବାର ପାଙ୍ଗଙ୍ଗ୍ ହ୍ରଦର ଦକ୍ଷିଣ କୂଳରେ ସେନପାଓ ପାହାଡି ଇଲାକାରେ ଅବୈଧ ଭାବେ ଏଲଏସି ଅତିକ୍ରମ କରି ସେଠାରେ ପାଟ୍ରୋଲିଂ କରୁଥିବା ଚୀନ ସୈନିକଙ୍କ ସାମ୍ନାରେ ଫାଙ୍କା ଗୁଳି ଚାଳନା କରିଥିଲେ ବୋଲି ପିଏଲ୍‌ଏର େଓ୍ଵଷ୍ଟର୍ଣ୍ଣ କମାଣ୍ଡର ମୁଖପାତ୍ର କହିଛନ୍ତି ।

ଗ୍ଲୋବାଲ ଟାଇମ୍ସ ମଙ୍ଗଳବାର ଛାପିଥିବା ଆର୍ଟିକିଲରେ ଲେଖିଛି ଯଦି ଭାରତ ସୀମାରେ ଭୁଲ ଦୋହରାଏ ତେବେ ପୁଣି ଥରେ ୧୯୬୨ର ଇତିହାସ ଦୋହରାଯିବ । ଭାରତ ସୀମାରେ ଅସ୍ତ୍ର ଶସ୍ତ୍ର ବ୍ୟବହାର ନକରିବା ରାଜିନାମା ଉଲ୍ଲଂଘନ କରିଛି ବୋଲି ମଧ୍ୟ ଗ୍ଲୋବାଲ୍‌ ଟାଇମ୍ସ ଲେଖିଛି । ଏଥି ସହ ଅଜିତ୍‌ ଡୋଭାଲ୍‌ଙ୍କ ନାମରେ ମଧ୍ୟ କେତେକ ଭ୍ରମାତ୍ମକ ତଥ୍ୟ ଗ୍ଲୋବାଲ୍‌ ଟାଇମ୍ସରେ ପ୍ରକାଶ ପାଇଛି । ଯାହାକୁ ଭାରତ ଖଣ୍ଡନ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.