ରାମଗୋପାଳ ବର୍ମା କହିଲେ, କାହିଁକି ସେ କରିବାକୁ ଚାହୁଁ ନାହାନ୍ତି ‘ରଙ୍ଗିଲା’ର ରିମେକ

ରାମଗୋପାଳ ବର୍ମାଙ୍କ ନିର୍ଦ୍ଦେଶନାରେ ତିଆରି ଫିଲ୍ମ ‘ରଙ୍ଗିଲା’ ରିଲିଜ ହେବାର ୨୫ ବର୍ଷ ପୂରଣ ହୋଇଛି। ୧୯୯୫ରେ ଆସିଥିବା ଏହି ସୁପରହିଟ ଫିଲ୍ମ ହିନ୍ଦୀ ସିନେମାର କଲଟ ଫିଲ୍ମରେ ସାମିଲ ଅଛି। ଏଥିରେ ଆମିର ଖାନ, ଉର୍ମିଲା ମାତୋଣ୍ଡକର ଓ ଜ୍ୟାକି ଶ୍ରଫ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ତେବେ ଯେଉଁଠି ୯୦ ଦଶକର ସୁପରହିଟ ଫିଲ୍ମର ରିମେକ ହେଉଛି, ସେଠି ରାମଗୋପାଳ ବର୍ମା ‘ରଙ୍ଗିଲା’ର ରିମେକ ସପକ୍ଷରେ ନାହାନ୍ତି।

lg

ସେ ଏକ ଇଣ୍ଟରଭୟୁରେ କହିଥିଲେ, ‘ମୁଁ ମୋ କ୍ୟାରିୟରରେ ଯେତେ ବି ଫିଲ୍ମ କରିଛି, ସେଥିମଧ୍ୟରୁ ରଙ୍ଗିଲା ଓ ସତ୍ୟାକୁ ଆହୁରି ଭଲ କରିପାରି ନ ଥାନ୍ତି। କାରଣ, ଏହି ଦୁଇଟି ଯାକ ଫିଲ୍ମ ହିଁ ଏକଦମ ପରଫେକ୍ଟ ଥିଲା। ଏଥିପାଇଁ ମୋତେ ଲାଗୁନି କି, ମୁଁ ଏହାକୁ ଆଉଥରେ ତିଆରି କରିବି’। ଏହି ଫିଲ୍ମ ୮ ସେପ୍ଟେମ୍ବର ୧୯୯୫ରେ ରିଲିଜ ହୋଇଥିଲା। ଏହା ଫିଲ୍ମ ଉର୍ମିଳାଙ୍କୁ ରାତାରାତି ଷ୍ଟାର ବନେଇ ଦେଇଥିଲା। ଏହି ଫିଲ୍ମ ପରେ ଉର୍ମିଳା ‘ରଙ୍ଗିଲା ଗାର୍ଲ’ ନାଁରେ ଡକା ହୋଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.