Below header

ଆପଣଙ୍କର ଦୀର୍ଘ ଦିନ ଧରି ଥଣ୍ଡା, ଜ୍ୱର ପରି ସମସ୍ୟା ଲାଗି ରହୁଛି କି ? ତେବେ ବେଳହୁଁ ହୋଇଯାଆନ୍ତୁ ସତର୍କ

ସାଧାରଣତଃ ଜଳବାୟୁ ପରିବର୍ତ୍ତନ ସମୟରେ ଥଣ୍ଡା ଜ୍ୱର ଭଳି ସମସ୍ୟା ଲାଗି ରହିଥାଏ । କିନ୍ତୁ ଯଦି ଜଣେ ଲଗାତାର କିଛି ଦିନ ଧରି ଥଣ୍ଡା ଜ୍ବରରେ ଆକ୍ରାନ୍ତ ହେଉଥାନ୍ତି ତେବେ ଆଗକୁ ପରିସ୍ଥିତି ଜଟିଳ ରୂପ ନେଇପାରେ । ଦୀର୍ଘ ଦିନ ଧରି ଥଣ୍ଡା ସମସ୍ୟା ଲାଗି ରହିଲେ ସାଇନସ ପରି ମାରାତ୍ମକ ରୋଗ ଆକ୍ରାନ୍ତ କରିପାରେ । ସାଇନସ ରୋଗରେ ନାକର ହାଡ ବଢ଼ିଯାଇଥାଏ । ସାଧାରଣ ଲୋକଙ୍କ ଥଣ୍ଡା ଜ୍ୱର ଦୁଇ ରୁ ଚାରି ଦିନ ଭିତରେ ଗାୟବ ହୋଇଯାଉଥିବା ବେଳେ ସାଇନସ ରୋଗୀଙ୍କ ଥଣ୍ଡା ସମସ୍ୟା କିନ୍ତୁ ଦୀର୍ଘ ଦିନ ଯାଏଁ ଲାଗି ରହିଥାଏ ।
କଣ ହୋଇଥାଏ ଲକ୍ଷଣ:

ମୁଣ୍ଡ ବିନ୍ଧା:

ସାଇନସ ରୋଗରେ ମୁଣ୍ଡ ଖୁବ ଜୋରରେ ବିନ୍ଧିଥାଏ । ଯାହାକି ଏହି ରୋଗର ଅନ୍ୟତମ ପ୍ରମୁଖ ଲକ୍ଷଣ । ତେଣୁ ଲଗାତାର ଭାବେ ମୁଣ୍ଡ ବିନ୍ଧା ଲାଗି ରହୁଥିଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

sinus

ନାକ ଭାରି ଭାରି ଲାଗୁଥିଲେ:

ଏହି ରୋଗୀ ମାନଙ୍କୁ ନିଜ ନିଜ ନାକ ଓଜନିଆ ଓଜନିଆ ଲାଗୁଥିବା ଅନୁଭବ ହୁଏ । ବେଳେ ବେଳେ ନାକରେ ଏକ ପ୍ରକାର ଲାଲ ଦାଗ ସୃଷ୍ଟି ହୋଇଯାଏ ।

ଲଗାତାର କାଶ ହେଉଥିଲେ;

ସାଇନସ ପୀଡିତଙ୍କର କାଶ ଦୀର୍ଘ ଦିନ ପାଇଁ ଲାଗି ରହୁଥିବା ବେଳେ ମୁହଁରେ ଲାଲ ଲାଲ ଦାଗ ସୃଷ୍ଟି ହୋଇଯାଏ । ଯଦି ଆପଣଙ୍କର ଲଗାତାର କାଶ ସମସ୍ୟା ଲାଗି ରହୁଛି ସାଇନସକୁ ଚାରି ପ୍ରକାରର ହୋଇଥାଏ ।
ସେଗୁଡିକ ହେଉଛି:

୧. ଆକ୍ୟୁଟ ସାଇନ୍ସ
୨. କ୍ରନିକ ସାଇନସ
୩. ଡେବିଏଟସ ସାଇନସ
୪. ହେ ସାଇନସ

sinus

ସାଇନସର ମୁକାବିଲା ପାଇଁ ଡାକ୍ତର ମାନେ ସାଧାରଣତଃ ଆଣ୍ଟିବାୟୋଟିକ ଔଷଧ ଖାଇବାକୁ ପରାମର୍ଶ ଦେଇଥାନ୍ତି । କୌଣସି ଔଷଧ ନେବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ନିହାତି ଦରକାର । ନାଜାଲ ସ୍ପ୍ରେ ଜରିଆରେ ବି ସାଇନସ ସମସ୍ୟାରୁ କିଛିଟା ତ୍ରାହି ମିଳିପାରିବ ।

ସାଇନସ ପରି ମାରାତ୍ମକ ରୋଗର ଚିକିତ୍ସା ପୁରାତନ ଆୟୁର୍ବେଦ ଉପାୟରେ ବି କରାଯାଇପାରିବ । ଏହି ରୋଗରୁ ଆରୋଗ୍ୟ ଲାଭ ପାଇଁ ଡାକ୍ତରଙ୍କ ପରାମର୍ଶ ନିହାତି ନେବା ଆବଶ୍ୟକ ।

ଔଷଧ ବାଦ ସାଇନସ ସମସ୍ୟାରୁ ତ୍ରାହି ପାଇବା ପାଇଁ ସର୍ବୋତ୍ତମ ଉପାୟ ହେଉଛି ଯୋଗାସନ । ନିୟମିତ ଭାବେ କପାଳଭାତି, ଅନୁଲୋମ- ଵିଲୋମ ପରି ପ୍ରାଣାୟାମ କଲେ ମଧ୍ୟ ଏହି ରୋଗରୁ ମୁକ୍ତି ମିଳିପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.