Below header

ଭୁଶୁଡୁଛି ଲାଲଗଡ଼,କଳାହାଣ୍ଡି-କନ୍ଧମାଳ ସୀମାନ୍ତ ଜଙ୍ଗଲରେ ମାଓବାଦୀ ଓ ସୁରକ୍ଷାକର୍ମୀ ଗୁଳି ବିନିମୟରେ ୪ ମାଓବାଦୀଙ୍କ ମୃତ୍ୟୁ

କେନ୍ୟୁଜ୍(ବ୍ୟୁରୋ):  ଭୁଶୁଡୁଛି ଲାଲଗଡ଼ । ପୋଲିସ ଗୁଳିରେ ୪ ମାଓବାଦୀଙ୍କ ମୃତ୍ୟୁ । କଳାହାଣ୍ଡି-କନ୍ଧମାଳ ସୀମାନ୍ତ ଜଙ୍ଗଲରେ ମାଓବାଦୀ ଓ ସୁରକ୍ଷାକର୍ମୀ ଗୁଳି ବିନିମୟ । ଏମ. ରାମପୁର ଥାନା ଅନ୍ତର୍ଗତ ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀ ଗୁଳି ବିନିମୟରେ ଚାରି ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି । ଜଣେ ଏସଓଜି ଯବାନ ଆହତ ହୋଇଥିବା ସୂଚନା ମିଳିଛି । ଗୁଇନ୍ଦା ସୂତ୍ରରୁ ମାଓ ଆଡ୍ଡା ସଂପର୍କରେ ସୂଚନା ମିଳିବା ପରେ କଳାହାଣ୍ଡି-କନ୍ଧମାଳ ସୀମାନ୍ତ ଜଙ୍ଗଲରେ ଆଜି ଡିଭିଏଫ ଓ ଏସଓଜି ପକ୍ଷରୁ ଚଢ଼ାଉ କରାଯାଇଥିଲା । ଏହାପରେ ମାଓବାଦୀମାନେ ଗୁଳି ଚଳାଇବାରୁ ସୁରକ୍ଷାକର୍ମୀଙ୍କ ପକ୍ଷରୁ ପାଲଟା ଜବାବ ଦିଆଯାଇଥିଲା ।

ଦିନ ୧୧ଟାରେ ପ୍ରାୟ ଅଧଘଣ୍ଟାଏ ଧରି ଉଭୟ ପକ୍ଷ ମଧ୍ୟରେ ପ୍ରବଳ ଗୁଳି ବିନିମୟ ହୋଇଥିଲା । ଏହି ଘଟଣା ପରେ ସଂପୃକ୍ତ ଅଂଚଳରେ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି । ଗତ ଜୁଲାଇ ମାସରେ କନ୍ଧମାଳରେ ୭ ଜଣ ମାଓବାଦୀଙ୍କୁ ମାରିଥିଲେ ସୁରକ୍ଷା କର୍ମୀ। ଜୁଲାଇ ୫ ତାରିଖରେ ମରିଥିଲେ ୪ ଟପ୍‌ ମାଓବାଦୀ। ସେହିପରି ଜୁଲାଇ ୨୩ ତାରିଖରେ ଆଉ ଦୁଇ ଜଣ ମାଓବାଦୀଙ୍କୁ ମାରିଥିଲେ ସୁରକ୍ଷା କର୍ମୀ। ଆଜି କଳହାଣ୍ଡି-କନ୍ଧମାଳ ସୀମାନ୍ତରେ ଆଉ ୪ ମାଓବାଦୀଙ୍କ ମୃତ୍ୟୁ ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.