ଉତ୍ତର ପ୍ରଦେଶ ରାଜପଥରେ ଅବତରଣ ଓ ଉଡ଼ାଣ ଭରିଲେ ବାୟୁସେନାର ଯୁଦ୍ଧ ବିମାନ

ରାଜପଥରେ ଇମର୍ଜେନ୍ସୀ ଏକ୍ସରସାଇଜ। ଉତ୍ତର ପ୍ରଦେଶ ପୂର୍ବଞ୍ଚଳ ଏକ୍ସପ୍ରେସ୍‌ େଓ୍ଵ ଏୟାର ଷ୍ଟ୍ରିପ୍‌ରେ ଏୟାର ସୋ । ଅବତରଣ ଓ ଉଡ଼ାଣ ଭରିଲେ ବାୟୁସେନାର ଯୁଦ୍ଧ ଓ ପରିବହନ ବିମାନ । ସୁଖୋଇ, ଜାଗୁଆର, ମିରାଜ, ତେଜସ୍‌ ଏବଂ ସି-୧୩୦ ଭଳି ଯୁଦ୍ଧବିମାନ ଏଠାରେ ଇମର୍ଜେନ୍‌ସୀ ଏକ୍ସରସାଇଜ କରିଛନ୍ତି ।

୧୦ଟି ଜେଟ ଓ ଏୟାରକ୍ରାଫ୍ଟ ସାମିଲ ହୋଇଥିଲେ । ପରିବହନ ବିମାନ ଏଏନ ୩୨ ସାମିଲ ହୋଇଥିଲା। ଏଠାରୁ ଉଡ଼ାଣ ଭରିଥିଲା ପରିବହନ ବିମାନ। ଜରୁରୀ ସମୟରେ ଏହି ଏୟାର ଷ୍ଟ୍ରିପରେ ଅବତରଣ କରି ହେବ କି ନାହିଁ ତାହା ଜାଣିବା ପାଇଁ ଏହି ଏକ୍ସସାଇଜ ଉଦ୍ଦିଷ୍ଟ ଥିଲା। ପୂର୍ବାଞ୍ଚଳ ଏକ୍ସପ୍ରେସର ପ୍ରାୟ ସାଢ଼େ ୩ କିଲୋମିଟର ରାସ୍ତାକୁ ଏୟାରଷ୍ଟ୍ରିପ ଭଳି ନିର୍ମାଣ କରାଯାଇଛି।

ଯେଉଁଠି ଜରୁରୀ ସମୟରେ ଯୁଦ୍ଧ ବିମାନ ଅବତରଣ କରି ପାରିବ । ଆଜି ଏହି ସୋ ପାଇଁ ଜୁନ ୧୧ ତାରିଖରୁ ୫ କିଲୋମିଟର ଦୈର୍ଘ୍ୟର ରାସ୍ତାରେ ମରାମତି କାର୍ଯ୍ୟ ଚାଲିଥିଲା। ପୂର୍ବାଞ୍ଚଳ ଏକ୍ସପ୍ରେସେଓ୍ଵ ରେ ପ୍ରଥମ ଥର ୨୦୨୧ ମସିହା ନଭେମ୍ବର ୧୬ ତାରିଖରେ ଏଭଳି ଏକ୍ସରସାଇଜ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.