ଟାଙ୍ଗି: ଠିକାଦାରଙ୍କୁ ଗୁଳି କରି ହତ୍ୟାର ପର୍ଦ୍ଦାଫାସ, ମୁଖ୍ୟ ଅଭିଯୁକ୍ତ ସମେତ ୪ ଗିରଫ

ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ମନୋଜ ପରିଡା । ଅଭିଯୁକ୍ତଙ୍କଠାରୁ ଗୋଟିଏ ପିସ୍ତଲ, ଗୁଳି ଓ ୩ଟି ବାଇକ୍‌ ଜବତ ହୋଇଛି । ଗତ ୧୪ ତାରିଖରେ ମୟୂରଭଞ୍ଜରେ ହୋଇଥିବା ଡକାୟତି ମାମଲାର ପର୍ଦାଫାସ ହୋଇଯିବା ଭୟରେ ଏହି ଗୁଳିକାଣ୍ଡ ହୋଇଥିବା କହଛନ୍ତି ଖୋର୍ଦ୍ଧା ଏସପି ।

ଟାଙ୍ଗି(କେନ୍ୟୁଜ୍):  ଟାଙ୍ଗି ଥାନା ଚଣ୍ଡେଶ୍ୱର ମୁଣ୍ଡାଳ ରାସ୍ତାରେ ଠିକାଦାରଙ୍କୁ ଗୁଳି କରି ହତ୍ୟାର ପର୍ଦ୍ଦାଫାସ । ମୁଖ୍ୟ ଅଭିଯୁକ୍ତ ସମେତ ୪ ଜଣଙ୍କୁ ଗିରଫ କରିଛି ଟାଙ୍ଗି ଥାନା ପୋଲିସ । ଗତ ରବିବାର ଗୁଳିମାଡ଼ରେ ସୁଶାନ୍ତ ରାଉତଙ୍କ ମୃତ୍ୟୁ ହୋଇଥିଲା । ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ମନୋଜ ପରିଡା । ଅଭିଯୁକ୍ତଙ୍କଠାରୁ ଗୋଟିଏ ପିସ୍ତଲ, ଗୁଳି ଓ ୩ଟି ବାଇକ୍‌ ଜବତ ହୋଇଛି । ଗତ ୧୪ ତାରିଖରେ ମୟୂରଭଞ୍ଜରେ ହୋଇଥିବା ଡକାୟତି ମାମଲାର ପର୍ଦାଫାସ ହୋଇଯିବା ଭୟରେ ଏହି ଗୁଳିକାଣ୍ଡ ହୋଇଥିବା କହଛନ୍ତି ଖୋର୍ଦ୍ଧା ଏସପି । ମୁଖ୍ୟ ଅଭିଯୁକ୍ତ ମନୋଜ ପରିଡା ନାଁରେ ୧୫ରୁ ଅଧିକ ମାମଲା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.