Below header

ରାମ ଜନ୍ମଭୂମି ମନ୍ଦିର ପୂଜା ପୂର୍ବରୁ ଭକ୍ତଙ୍କ ପାଇଁ ଆଉ ଏକ ଖୁସି ଖବର, ଭାରତୀୟ ରେଳବାଇ କଲା ବଡ ଘୋଷଣା

ରାମ ଜନ୍ମଭୂମି ମନ୍ଦିରର ଭୂମି ପୂଜା ପୂର୍ବରୁ ହିଁ ଲୋକମାନଙ୍କୁ ଏକ ଖୁସି ଖବର ମିଳିଛି। ରାମ ଭକ୍ତଙ୍କ ପାଇଁ ଏହା ବହୁତ ଭଲ ଖବର। ଆପଣଙ୍କୁ ଅଯୋଧ୍ୟା ପର୍ଯ୍ୟନ୍ତ ଯାତ୍ରା କରିବା ପାଇଁ ଏବେ କୌଣସି ସମସ୍ୟାକୁ ସାମ୍ନା କରିବାକୁ ପଡିବନାହିଁ। ଭାରତୀୟ ରେଳବାଇ ଆପଣଙ୍କ ପାଇଁ ଏହି ପବିତ୍ର ଭୂମି ପର୍ଯ୍ୟନ୍ତ ପହଁଚାଇବା ପାଇଁ ବ୍ୟବସ୍ଥା କରୁଛି। ଅର୍ଥାତ ଭାରତୀୟ ରେଳବାଇ ରାମ ଜନ୍ମଭୂମି ମନ୍ଦିର ଭୂମି ପୂଜା ପୂର୍ବରୁ ଜଣାଇଛି ଯେ ନୂଆ ଅଯୋଧ୍ୟା ଷ୍ଟେସନର ପ୍ରଥମ ପର୍ଯ୍ୟାୟ ନିର୍ମାଣ ଜୁନ୍‌, ୨୦୨୧ ସୁଦ୍ଧା ପୂରା ହୋଇଯିବ।

ayodhaରେଲେଓ୍ଵ ଜଣାଇଛି ଯେ ଷ୍ଟେସନ ଦେଖିବାକୁ ଅବିକଳ ରାମ ଜନ୍ମଭୂମି ମନ୍ଦିର ଭଳି ହିଁ ହେବ। ଆଉ ଏଠାକୁ ଆସୁଥିବା ଯାତ୍ରୀଙ୍କ ପାଇଁ ଅତ୍ୟାଧୁନିକ ସୁବିଧା ମଧ୍ୟ ଉପଲବ୍ଧ ହେବ। ଉତ୍ତର ରେଲେଓ୍ଵର ମହାପ୍ରବନ୍ଧକ ରାଜୀବ ଚୌଧୁରୀ ଜଣାଇଛନ୍ତି ଯେ ପ୍ରଥମ ପର୍ଯ୍ୟାୟରେ ପ୍ଲାଟଫର୍ମ ସଂଖ୍ୟା ୧,୨/୩ର କାମ, ମରାମତି, ସିଡି ଏବଂ ଅନ୍ୟାନ୍ୟ କାମ ତଥା ପରିସର ନିର୍ମାଣ କାର୍ଯ୍ୟ ପୂରା କରାଯିବ।

ତେବେ ଆସନ୍ତା ଅଗଷ୍ଟ ୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କରିବେ। ଆଉ ଏହି ଦିନ ଅନେକ ଭକ୍ତଙ୍କର ଅପେକ୍ଷାର ହେବ ଅନ୍ତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.