ଲକଡାଉନରେ ଚାଲି ଚାଲି ୩୦୦ କିଲୋମିଟର ବାଟ ଅତିକ୍ରମ କରିଗଲା ବାଘ, ଜାଣନ୍ତୁ କାହିଁକି

କରୋନା ଯୋଗୁଁ ଯଦିଓ ମଣିଷର ଏଣେତେଣେ ବୁଲିବା ବନ୍ଦ ହୋଇଯାଇଛି କାରଣ ଲକଡାଉନ ଜାରି କରାଯାଇଛି ।ଲୋକମାନେ ଘରେ ବସି ରହୁଛନ୍ତି ଯାହାଦ୍ୱାରା ସେମାନେ କରୋନାଠାରୁ ଦୁରେଇ ରହିପାରିବେ କିନ୍ତୁ ଏହି ନିୟମ ପଶୁପକ୍ଷୀମାନଙ୍କ ଠାରେ ଲାଗୁ କରାଯାଇପାରି ନାହିଁ । ତେବେ ଏହା ମଧ୍ୟରେ ଏକ ବାଘ 300 କିଲୋମିଟର ଚାଲି ଯାଇଛି । ସେ ଅନେକ ଜଙ୍ଗଲ , ଅନେକ ଗାଁ ଏବଂ ଅନେକ ସୀମା ଅତିକ୍ରମ କରିଯାଇଛି । କିନ୍ତୁ କାହିଁକି ?

ମିଳିଥିବା ସୂଚନା ଅନୁଯାୟୀ ଏହି ବାଘ ପ୍ରଥମେ ମହାରାଷ୍ଟ୍ରର ଚନ୍ଦୌଲି ନେସନାଲ ପାର୍କରେ ଥିଲା କିନ୍ତୁ ବର୍ତ୍ତମାନ ସେ କାଳୀ ଟାଇଗର ରିଜର୍ଭ ଉତ୍ତର କନ୍ନଡ଼ କର୍ଣ୍ଣାଟକରେ ଅଛି । ଯଦିଓ ବର୍ତ୍ତମାନ ଏହା ହେଉଛି ତାର ନୂଆଘର । ରିପୋର୍ଟ ମୁତାବକ ବାଘ ନିଜର ଅନୁକୂଳ ବାତାବରଣ ହିସାବରେ ନିଜ ଅଂଚଳ ବଦଳାଇ ଦେଇଥାଏ । 2018 ମସିହାରେ ଏହି ବାଘ Sahyadri Tiger Reserveରେ ଥିଲା ।

କର୍ଣ୍ଣାଟକ ଫରେଷ୍ଟ ଡିପାର୍ଟମେଣ୍ଟର କହିବା ଅନୁଯାୟୀ ଗତ ଏପ୍ରିଲ ଏବଂ ମେ ମାସରେ ସେ ଭିନ୍ନ ଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି । ଏହି ବାଘର ନାମ ହେଉଛି T-31 ଏବଂ ସେ ହେଉଛି ଏକ ଅଣ୍ଡିରା ବାଘ । ଫରେଷ୍ଟ ଡିପାର୍ଟମେଣ୍ଟର କହିବା ଅନୁଯାୟୀ ଏହି ଦୁଇ ଜଙ୍ଗଲ ମଧ୍ୟରେ ଦୂରତା ପାଖାପାଖି 225 କିଲୋମିଟର । ଏହାସହିତ ସେ କହିଥିଲେ ଯେ ଗତ କିଛିବର୍ଷ ମଧ୍ୟରେ କାଳୀ ଟାଇଗର ରିଜର୍ଭରେ ବାଘ ସଂଖ୍ୟା ବଢିଛି । 2020 ମସିହାରେ ଏଠାରେ ନୂଆ 25ଟି ଆଡଲ୍ଟ ଟାଇଗର କ୍ୟାମେରାରେ ରେକର୍ଡ କରାଯାଇଛି ।

Leave A Reply

Your email address will not be published.