ଜାତୀୟ ରାଜପଥ ଡାଇଭର୍ସନ ଜାଣି ପାରିଲାନି ସ୍କର୍ପିଓ ଡ୍ରାଇଭର, ଟ୍ରକ୍‌ ପଛରୁ ପିଟି ୨ ମୃତ

ସୋର (କେ ନ୍ୟୁଜ୍‌) : ଆସୁଥିଲେ ରୋଗ ଭଲ କରିବା ପାଇଁ । ହେଲେ ବାଟରୁ ମୃତ୍ୟୁ ନେଇଗଲା ତାଙ୍କୁ । ଏକ ଟ୍ରକ୍ ପଛ ପଟକୁ ଧକ୍କା ଦେଲା ସ୍କର୍ପିଓ । ଆଉ ମର୍ମନ୍ତୁଦ ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି ।
ବାଲେଶ୍ବର ଜିଲ୍ଲା ସୋର ନିକଟ ୧୬ନଂ ଜାତୀୟ ରାଜପଥରେ ଘଟିଛି ଏହି ଦୁର୍ଘଟଣା । କଲେଜ ଛକ ନିକଟ ଜଗନ୍ନାଥ ଢାଵା ନିକଟରେ ଟ୍ରକ ପଛରୁ ପିଟିଥିଲା ଏକ ସ୍କର୍ପିଓ । ପଶ୍ଚିମବଙ୍ଗ ମୁକୁନ୍ଦପୁର ଅଞ୍ଚଳରୁ ଆସୁଥିବା ସ୍କର୍ପିଓରେ ଚିକିତ୍ସା ପାଇଁ ଜଣେ ରୋଗୀ କଟକ ବଡ ଡାକ୍ତରଖାନାକୁ ଯାଉଥିଲେ । ସେତେବେଳେ ଜାତୀୟ ରାଜପଥ ସଂପ୍ରସାରଣ କାମ ଚାଲୁଥିଲା । ତେବେ ଡ୍ରାଇଭର୍ ଡାଇଭର୍ସନ ଜାଣି ନପାରି ଆଗରେ ଯାଉଥିବା ଏକ ଟ୍ରଲରକୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ୨ଜଣଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଜଣଙ୍କୁ ଗ୍ରୁୁତର ଅବସ୍ଥାରେ ପ୍ରଥମେ ସୋର ଏବଂ ପରେ ବାଲେଶ୍ବର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।
ସ୍କର୍ପିଓ ଡ୍ରାଇଭର୍‌କୁ ସୋର ପୋଲିସ ଅଟକ ରଖିଛି । ଦୁଇ ଜଣଙ୍କ ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇଛି । ମୃତକ ଦୁଇ ଜଣ ପଶ୍ଚିମବଙ୍ଗ ମୁକୁନ୍ଦପୁର ଅଞ୍ଚଳର ସେଖ ମୁର୍ତୁଜା ଏବଂ ଜମାଲ ସାହା ବୋଲି ଜଣାପଡିଛି ।

Leave A Reply

Your email address will not be published.