Below header

ଇସ୍ରୋର ନୂଆ ମିସନ: ଆଜି ଲଞ୍ଚ ହେବ ଦେଶର ପ୍ରଥମ ଏକ୍ସରେ ପୋଲାରିମିଟର ଉପଗ୍ରହ XPoSat

ଚନ୍ଦ୍ରାୟନ, ଗଗନାୟନ ପରେ ଇସ୍ରୋର ନୂଆ ମିସନ। ଆଜି ଲଞ୍ଚ ହେବ ଦେଶର ପ୍ରଥମ ଏକ୍ସରେ ପୋଲାରିମିଟର ଉପଗ୍ରହ XPoSat । ସକାଳ ୯ଟା ୧୦ ମିନିଟରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧାବନ ମହକାଶ ପ୍ରତିଷ୍ଠାନର ଫାଷ୍ଟ ଲଞ୍ଚ ପ୍ୟାଡରୁ ହେବ ଲଞ୍ଚ।

ନୂଆଦିଲ୍ଲୀ : ଚନ୍ଦ୍ରାୟନ, ଗଗନାୟନ ପରେ ଇସ୍ରୋର ନୂଆ ମିସନ। ଆଜି ଲଞ୍ଚ ହେବ ଦେଶର ପ୍ରଥମ ଏକ୍ସରେ ପୋଲାରିମିଟର ଉପଗ୍ରହ XPoSat । ସକାଳ ୯ଟା ୧୦ ମିନିଟରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧାବନ ମହକାଶ ପ୍ରତିଷ୍ଠାନର ଫାଷ୍ଟ ଲଞ୍ଚ ପ୍ୟାଡରୁ ହେବ ଲଞ୍ଚ। ଉତକ୍ଷେପଣ ପୂର୍ବରୁ ଅବଗଣନା ଆରମ୍ଭ ହୋଇଛି। ଲଞ୍ଚ ପୂର୍ବରୁ ଇସ୍ରୋ ଅଧ୍ୟକ୍ଷ ସୋମନାଥ ତିରୁପତି ସ୍ଥିତ ଚେଙ୍ଗାଲାମ୍ମା ମନ୍ଦିର ଯାଇ ପ୍ରାର୍ଥନା କରିଛନ୍ତି । ପିଏସଏଲଭି- ସି୫୮ରୁ XPoSat ପୋଲାର ସାଟେଲାଇଟ ଲଞ୍ଚ ହେବ।

ଏହି ଉପଗ୍ରହ ମହାକାଶରେ ଘଟୁଥିବା ଏକ୍ସରେ କିରଣର ତଥ୍ୟ ସଂଗ୍ରହ କରି ବ୍ଲାକ ହୋଲ ଓ ନ୍ୟୁଟ୍ରନ ତାରକାର ଅଧ୍ୟୟନ କରିବ। ବ୍ରହ୍ମାଣ୍ଡର ସବୁଠାରୁ ଉଜ୍ଜଳତମ ୫୦ଟି ସ୍ରୋତର ଅଧ୍ଯୟନ କରିବାକୁ ଲକ୍ଷ୍ୟ ରହିଛି। ଏହି ସ୍ରୋତଗୁଡ଼ିକ ମଧ୍ୟରେ ପଲସର, ବ୍ଲାକହୋଲ ଏକ୍ସ-ରେ ବାଇନାରି, ସକ୍ରିୟ ଗାଲାକ୍ଟିକ ନ୍ୟୁକ୍ଲେଇ, ନ୍ୟୁଟ୍ରନ ତାରକା ଓ ଅଣତାପଜ ସୁପରନୋଭା ଅବଶେଷ ରହିଛି। ଏକ୍ସପୋ ସାଟ ୫ବର୍ଷ ପର୍ଯ୍ୟନ୍ତ ମହାକାଶରେ କାର୍ଯ୍ୟକ୍ଷମ ରହିବ। ଉତକ୍ଷେପଣର ପ୍ରାୟ ୨୨ ମିନିଟ୍ ପରେ ଏକ୍ସପୋସ୍ୟାଟ୍ ଉପଗ୍ରହ ନିର୍ଦ୍ଦିଷ୍ଟ କକ୍ଷପଥରେ ପହଞ୍ଚିବ। ଉପଗ୍ରହରେ ରହିଛି ଦୁଇଟି ପେଲୋଡସ୍। ପ୍ରଥମଟି POLIX ଏବଂ ଦ୍ୱିତୀୟଟି XSPECT । ପୋଲିକ୍ସ ଏହି ଉପଗ୍ରହର ମୁଖ୍ୟ ପେଲୋଡ୍ ସ। ୨୦୧୭ରେ ଏହି ମିସନର ଆରମ୍ଭ ହୋଇଥିଲା। ମିସନରେ ଖର୍ଚ୍ଚ ହେବ ପ୍ରାୟ ୯କୋଟି ୫୦ଲକ୍ଷ ଟଙ୍କା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.