ବାଲୁକା କଳାରେ ନବବର୍ଷର ଶୁଭେଚ୍ଛା ଜଣାଇଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ

ନୂଆବର୍ଷ ପାଇଁ ପୁରୀ ବେଳାଭୂମିରେ ସୁନ୍ଦର ବାଲୁକା କଳା ନିର୍ମାଣ । ଶୁଭକାମନା ଜଣାଇ ମହାପ୍ରଭୁଙ୍କ ବଡସିଂହର ବେଶ ନିର୍ମାଣ କରିଛନ୍ତି ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପୁରୀ ସ୍ବର୍ଣ୍ଣାଭ ବେଳାଭୂମିରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏକ ସୁନ୍ଦର କଳାକୃତି ନିର୍ମାଣ କରି ନୂଆବର୍ଷ ୨୦୨୪ ସମସ୍ତଙ୍କ ଜୀବନ ସୁଖ ସମୃଦ୍ଧିରେ ଭରି ଦେବାକୁ ନିବେଦନ କରିଛନ୍ତି ।

ପୁରୀ (କେନ୍ୟୁଜ): ନୂଆବର୍ଷ ପାଇଁ ପୁରୀ ବେଳାଭୂମିରେ ସୁନ୍ଦର ବାଲୁକା କଳା ନିର୍ମାଣ । ଶୁଭକାମନା ଜଣାଇ ମହାପ୍ରଭୁଙ୍କ ବଡସିଂହର ବେଶ ନିର୍ମାଣ କରିଛନ୍ତି ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପୁରୀ ସ୍ବର୍ଣ୍ଣାଭ ବେଳାଭୂମିରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏକ ସୁନ୍ଦର କଳାକୃତି ନିର୍ମାଣ କରି ନୂଆବର୍ଷ ୨୦୨୪ ସମସ୍ତଙ୍କ ଜୀବନ ସୁଖ ସମୃଦ୍ଧିରେ ଭରି ଦେବାକୁ ନିବେଦନ କରିଛନ୍ତି ।

ବାଲିରେ ଶ୍ରୀଜଗନ୍ନାଥଙ୍କ ପ୍ରାୟ 25 ଫୁଟର ଦିବ୍ୟ ମୂର୍ତ୍ତି କରିଛନ୍ତି ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ପୁରୀ ସ୍ୱର୍ଣ୍ଣାଭ ବେଳାଭୂମିରେ ହୋଇଥିବା ଏହି ବିଶାଳ ବାଲୁକା କଳାରେ ଗେଣ୍ଡୁ, ଗୋଲାପ, ସେବତୀ ଫୁଲ ବ୍ୟବହାର କରାଯାଇଛି । ଏଥିସହ ମହାପ୍ରଭୁଙ୍କ ନାକଚଣା, ହୃଦୟ ପଦକ, କର ପଲ୍ଲଭ ଆଦି ବେଳାଭୂମିରେ ଶୋଭା ବର୍ଦ୍ଧନ କରୁଛନ୍ତି ।

ସେପଟେ ଭାରତ ର ବିଭିନ୍ନ ପ୍ରସିଦ୍ଧ ମନ୍ଦିରଗୁଡ଼ିକରେ ନୂଆବର୍ଷ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ନୂଆବର୍ଷ ମଙ୍ଗଳମୟ ହେଉ କାମନା କରି ଦେବଦେବୀଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ। ନୂଆବର୍ଷ ପାଇଁ ପର୍ଯ୍ୟଟନସ୍ଥଳୀରେ ଦେଖିବାକୁ ମିଳିଛି ଲୋକଙ୍କ ଭିଡ଼ । ସେହିଭଳି ମଧ୍ୟ ରାତ୍ରୀରୁ ଲୋକେ ପରସ୍ପରକୁ ‘ହ୍ୟାପି ନ୍ୟୁ ଇଅର୍‌’ କହି ଅଭିନନ୍ଦନ ଜଣାଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.