Below header

ଆଜିଠୁ ଜଗା ଦର୍ଶନରେ ବହୁ କଟକଣା, ଶାଳୀନତା ପୂର୍ଣ୍ଣ ପୋଷାକ ପିନ୍ଧି ଶ୍ରୀମନ୍ଦିରରେ ପ୍ରବେଶ କଲେ ଶ୍ରଦ୍ଧାଳୁ

ଦିଅଁ ଦର୍ଶନର ନୂଆ ବ୍ୟବସ୍ଥା। ଆଜିଠୁ ଶ୍ରୀମନ୍ଦିରରେ ଲାଗୁ ହୋଇଛି ନୂଆ ନିୟମ। ଶ୍ରୀଜିଉଙ୍କ ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁମାନେ ଶାଳୀନତା ପୂର୍ଣ୍ଣ ପୋଷାକରେ ଶ୍ରୀମନ୍ଦିରରେ ପ୍ରବେଶ କରୁଛନ୍ତି। ରାତି ୧୨ଟା ୪୦ରେ ସିଂହଦ୍ବାର ଖୋଲିବା ପରେ ୧୨ଟା ୫୫ରେ ସିଂହଦ୍ବାର ଦେଇ ଭକ୍ତମାନେ ପ୍ରବେଶ କରିଥିଲେ।

ପୁରୀ (କେନ୍ୟୁଜ): ଦିଅଁ ଦର୍ଶନର ନୂଆ ବ୍ୟବସ୍ଥା। ଆଜିଠୁ ଶ୍ରୀମନ୍ଦିରରେ ଲାଗୁ ହୋଇଛି ନୂଆ ନିୟମ। ଶ୍ରୀଜିଉଙ୍କ ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁମାନେ ଶାଳୀନତା ପୂର୍ଣ୍ଣ ପୋଷାକରେ ଶ୍ରୀମନ୍ଦିରରେ ପ୍ରବେଶ କରୁଛନ୍ତି। ଗତ ୨ମାସ ଧରି ଏନେଇ ସଚେତନ କରାଇ ଆସିଥିଲା ଶ୍ରୀମନ୍ଦିର ପ୍ରଶାସନ। ସଂପୂର୍ଣ୍ଣ ନୂଆ ବ୍ୟବସ୍ଥାରେ ଚାଲିଛି ଦର୍ଶନ। ନୂଆ ଏସି ସେଡ୍ ଦେଇ ଦର୍ଶନ କରିବାକୁ ଯାଉଛନ୍ତି ଭକ୍ତ। ରାତି ୧୨ଟା ୪୦ରେ ସିଂହଦ୍ବାର ଖୋଲିବା ପରେ ୧୨ଟା ୫୫ରେ ସିଂହଦ୍ବାର ଦେଇ ଭକ୍ତମାନେ ପ୍ରବେଶ କରିଥିଲେ।

ଏହି ଅବସରରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ଓ ମୁଖ୍ୟ ଶାସନ ସଚିବ ପ୍ରମୁଖ ଉପସ୍ଥିତ ଥିଲେ। ସମସ୍ତଙ୍କୁ ନୂତନ ବର୍ଷର ଅଭିନନ୍ଦନ ଜଣାଇଥିଲେ। କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂହ , ଡିଆଇଜି କେ.ବିଶାଲ ସିଂହ ଓ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଭକ୍ତମାନେ ନୂଆ ବର୍ଷରେ ନୂଆ ଅନୁଭୂତି ପାଇଛନ୍ତି ବୋଲି ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟ ଶାସନ ସଚିବ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପରେ ପୁରୀକୁ ଅଧିକରୁ ଅଧିକ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ଆସିବେ । ଶ୍ରୀମନ୍ଦିର ସଂସ୍କାର ପାଇଁ ଅନେକ ପଦକ୍ଷେପ ନିଆଯାଇଛି । ଆଗାମୀ ଦିନରେ ଅଧିକ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି । ଶ୍ରୀଜିଉଙ୍କ ଦର୍ଶନ କରି ନୂତନ ବର୍ଷର ଆରମ୍ଭ କରିଛନ୍ତି ଲକ୍ଷ ଲକ୍ଷ ଭକ୍ତ। ସେହିପରି ଆଜି ଠାରୁ ଶ୍ରୀମନ୍ଦିରରେ ପାନ ,ଗୁଟଖା ଓ ପ୍ଲାଷ୍ଟିକ ସଂପୂର୍ଣ୍ଣ ନିଷିଦ୍ଧ କରାଯାଇଛି। ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.