ବିଦାୟ ନେଲା ବର୍ଷ ୨୦୨୩, ନୂଆ ଆଶା ନେଇ ଆସିଛି ନୂଆ ବର୍ଷ ୨୦୨୪

ବିଦାୟ ନେଲା ୨୦୨୩। ପାଦ ଥାପିଲା ୨୦୨୪। ସବୁ ଅପେକ୍ଷାର ଅନ୍ତ ଘଟାଇ ଲୋକଙ୍କ ପାଖକୁ ଆସିଛି ନୂଆବର୍ଷ । କାନ୍ଥରୁ ବଦଳିଯାଇଛି କ୍ୟାଲେଣ୍ଡରର ପୃଷ୍ଠା, ନୂଆ ଉତ୍ସାହ ନୂଆ ସମ୍ଭାବନା ସହ ପାଦ ଥାପିଛି ୨୦୨୪ ।

(କେନ୍ୟୁଜ): ବିଦାୟ ନେଲା ୨୦୨୩। ପାଦ ଥାପିଲା ୨୦୨୪। ସବୁ ଅପେକ୍ଷାର ଅନ୍ତ ଘଟାଇ ଲୋକଙ୍କ ପାଖକୁ ଆସିଛି ନୂଆବର୍ଷ । କାନ୍ଥରୁ ବଦଳିଯାଇଛି କ୍ୟାଲେଣ୍ଡରର ପୃଷ୍ଠା, ନୂଆ ଉତ୍ସାହ ନୂଆ ସମ୍ଭାବନା ସହ ପାଦ ଥାପିଛି ୨୦୨୪ । ଶୀତ ରାତି ଆଉ ଶୀତଳ ପରିବେଶରେ ନୂଆବର୍ଷକୁ ସ୍ୱାଗତ କରିଛନ୍ତି କୋଟି କୋଟି ବିଶ୍ୱବାସୀ । ଜିରୋ ନାଇଟ୍‌ ସେଲିବ୍ରେସନ୍‌ରେ କମ୍ପିଲା ଗାଁରୁ ସହର। ବିଭିନ୍ନ ହୋଟେଲ ଓ ପବ୍ ମାନଙ୍କରେ ଜମିଥିଲା ଭିଡ଼। ନାଚ, ଗୀତ ସହ ଜମିଥିଲା ଖିଆପିଆ। ରାତି ୧୨ଟାରେ ପରସ୍ପରକୁ ନବ ବର୍ଷର ଶୁଭେଛା ଜଣାଇଛନ୍ତି। ବାଣ ଫୁଟାଇ ସ୍ବାଗତ କରିଥିଲେ ବର୍ଷ ୨୦୨୪କୁ। ପୁରୁଣା ବର୍ଷର ଦୁଃଖ, ଖରାପ ସ୍ମୃତିକୁ ଭୁଲି ଆଗକୁ ବଢ଼ିବା ପାଇଁ ବର୍ଷ ଆରମ୍ଭରେ ସଂକଳ୍ପ ନେଇଛନ୍ତି ଲୋକେ । ନୂଆବର୍ଷର ନୂଆ ସକାଳକୁ ଦେଖିଲା ସାରା ଦୁନିଆ।

ଭାରତର ବିଭିନ୍ନ ପ୍ରସିଦ୍ଧ ମନ୍ଦିରଗୁଡ଼ିକରେ ନୂଆବର୍ଷ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ନୂଆବର୍ଷ ମଙ୍ଗଳମୟ ହେଉ କାମନା କରି ଦେବଦେବୀଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ। ନୂଆବର୍ଷ ପାଇଁ ପର୍ଯ୍ୟଟନସ୍ଥଳୀରେ ଦେଖିବାକୁ ମିଳିଛି ଲୋକଙ୍କ ଭିଡ଼ । ସେହିଭଳି ମଧ୍ୟ ରାତ୍ରୀରୁ ଲୋକେ ପରସ୍ପରକୁ ‘ହ୍ୟାପି ନ୍ୟୁ ଇଅର୍‌’ କହି ଅଭିନନ୍ଦନ ଜଣାଉଛନ୍ତି।

ଏସବୁ ଭିତରେ ୨୦୨୪ ଏବେ ଅନେକ ସ୍ୱପ୍ନ ନେଇ ଆସିଛି । କରୋନା କଟକଣା ଦୂର ହୋଇ ଯାଇଥିଲେ ବି ଭୟ ଛାତିରୁ ଲିଭିନି । କେନ୍ୟୁଜ ପରିବାର ତରଫରୁ ଆଶା କରୁଛୁ ଆଉ ସେ ଦିନ ନ ଫେରୁ, ଆଉ ସେ ଯନ୍ତ୍ରଣା ଜର୍ଜରିତ ସମୟ ନ ଆସୁ ।

Leave A Reply

Your email address will not be published.