ଇଣ୍ଡିଗୋ ଉପରେ ଲାଗିଲା ୧.୨୦ କୋଟି ଟଙ୍କାର ଜରିମାନା, ମୁମ୍ବାଇ ଏୟାରପୋର୍ଟ ଉପରେ ବି ବଡ଼ ଆକ୍ସନ

ଗୋଆରୁ ଦିଲ୍ଲୀ ଯାଉଥିବା ଇଣ୍ଡିଗୋ ବିମାନ 6E 2195 ର ଯାତ୍ରୀମାନେ ୧୪ ଜାନୁଆରୀ ରବିବାର ଦିନ ମୁମ୍ବାଇ ବିମାନବନ୍ଦରର ରନ୍‌େଓ୍ଵରେ ବସି ଡିନର୍‌ କରିଥିଲେ । ଏହି ମାମଲାରେ ବ୍ୟୁରୋ ଅଫ୍ ସିଭିଲ୍ ଆଭିଏସନ୍ ସିକ୍ୟୁରିଟି (ବିସିଏସ୍) ଇଣ୍ଡିଗୋ ଉପରେ ୧.୨୦ କୋଟି ଟଙ୍କାର ଜରିମାନା ଲଗାଇଛି ।

ଗୋଆରୁ ଦିଲ୍ଲୀ ଯାଉଥିବା ଇଣ୍ଡିଗୋ ବିମାନ 6E 2195 ର ଯାତ୍ରୀମାନେ ୧୪ ଜାନୁଆରୀ ରବିବାର ଦିନ ମୁମ୍ବାଇ ବିମାନବନ୍ଦରର ରନ୍‌େଓ୍ଵରେ ବସି ଡିନର୍‌ କରିଥିଲେ । ଏହି ମାମଲାରେ ବ୍ୟୁରୋ ଅଫ୍ ସିଭିଲ୍ ଆଭିଏସନ୍ ସିକ୍ୟୁରିଟି (ବିସିଏସ୍) ଇଣ୍ଡିଗୋ ଉପରେ ୧.୨୦ କୋଟି ଟଙ୍କାର ଜରିମାନା ଲଗାଇଛି । ଏହା ସହିତ ମୁମ୍ବାଇ ବିମାନ ବନ୍ଦର ପରିଚାଳନା କରୁଥିବା କମ୍ପାନୀ ମୁମ୍ବାଇ ଆନ୍ତର୍ଜାତୀୟ ବିମାନବନ୍ଦର ଲିମିଟେଡ୍ (MIAL) ଉପରେ ୬୦ ଲକ୍ଷ ଟଙ୍କା ଜରିମାନା ଲଗାଇଛି । ଘଟଣାକୁ ନେଇ ଏଭିଏସନ୍‌ ରେଗ୍ୟୁଲେଟର ଡିଜିସିଏ ମଧ୍ୟ ମୁମ୍ବାଇ ଆନ୍ତର୍ଜାତୀୟ ବିମାନବନ୍ଦର ଲିମିଟେଡ୍ ଉପରେ ୩୦ ଲକ୍ଷ ଟଙ୍କାର ଜରିମାନା ଲଗାଇଛି ।

ରବିବାର ଦିନ ଗୋଆରୁ ଦିଲ୍ଲୀ ଯାଉଥିବା ଇଣ୍ଡିଗୋ ବିମାନ 6E 2195 ୧୨ ଘଣ୍ଟା ବିଳମ୍ବରେ ଉଡ଼ାଣ ଭରିଥିଲା । ପରେ ଦିଲ୍ଲୀ ଯିବା ପରିବର୍ତ୍ତେ ବିମାନଟି ମୁମ୍ବାଇକୁ ଡାଇଭର୍ଟ କରାଯାଇଥିଲା ।

ଘନ କୁହୁଡ଼ି ଯୋଗୁଁ ବିମାନଟି ମୁମ୍ବାଇ ବିମାନବନ୍ଦରରେ ଏକ ଘଣ୍ଟା ପରେ ରାତି ପ୍ରାୟ ୧୧.୧୦ରେ ଲ୍ୟାଣ୍ଡିଂ କରିଥିଲା । ଇଣ୍ଡିଗୋ ଏୟାରଲାଇନ୍ସ ଅନୁଯାୟୀ ଯାତ୍ରୀମାନଙ୍କୁ ମୁମ୍ବାଇ ବିମାନ ବନ୍ଦରରେ ଓହ୍ଲାଇବାକୁ କୁହାଯାଇଥିଲା, କିନ୍ତୁ ଯାତ୍ରୀମାନେ ଟର୍ମିନାଲ୍ ବିଲଡିଂ ଆଡକୁ ଯିବାକୁ ମନା କରି ବିମାନ ପାର୍କି ସ୍ଥାନରେ ହିଁ ବସିଥିଲେ ଏବଂ କିଛି ଯାତ୍ରୀ ସେଠାରେ ଖାଇବାକୁ ଲାଗିଥିଲେ । ଏହାର ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ଵିଟର୍‌ ରେ ଭାଇରାଲ ହୋଇଥିଲା ।

ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ ଲୋକମାନେ ଏୟାରଲାଇନ୍ସ ମ୍ୟାନେଜମେଣ୍ଟ ଏବଂ ଯାତ୍ରୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଥିଲେ। ବିବାଦ ବଢ଼ୁଥିବା ଦେଖି ଇଣ୍ଡିଗୋ ଏୟାରଲାଇନ୍ସ ମଧ୍ୟ କ୍ଷମା ମାଗିଥିଲା । କିନ୍ତୁ ଏତେ ଟଙ୍କାର ଜରିମାନା ପରେ ଇଣ୍ଡିଗୋ ଏୟାରଲାଇନ୍ସ କୌଣସି ପ୍ରତିକ୍ରିୟା ରଖି ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.