ଚେନ୍ନାଇରେ ଓଡ଼ିଆ ଯୁବକଙ୍କୁ ହତ୍ୟା, ବ୍ରହ୍ମପୁରରେ ଆତ୍ମସମର୍ପଣ କଲା ଅଭିଯୁକ୍ତ

ଚେନ୍ନାଇରେ ଓଡ଼ିଆ ଯୁବକଙ୍କୁ ହତ୍ୟା । ବ୍ରହ୍ମପୁରରେ ଅଭିଯୁକ୍ତର ଆତ୍ମସମର୍ପଣ । ଗତ ୧୪ ତାରିଖରେ ହୋଇଥିଲା ହତ୍ୟାକାଣ୍ଡ । ଆତ୍ମସମର୍ପଣ କରିଥିବା ଅଭିଯୁକ୍ତର ନାଁ ବିଦୂର ମଲ୍ଲିକ । ଘର ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅଡୁଆ ଗାଁରେ ।

ବ୍ରହ୍ମପୁର (କେନ୍ୟୁଜ): ଚେନ୍ନାଇରେ ଓଡ଼ିଆ ଯୁବକଙ୍କୁ ହତ୍ୟା । ବ୍ରହ୍ମପୁରରେ ଅଭିଯୁକ୍ତର ଆତ୍ମସମର୍ପଣ । ଗତ ୧୪ ତାରିଖରେ ହୋଇଥିଲା ହତ୍ୟାକାଣ୍ଡ । ଆତ୍ମସମର୍ପଣ କରିଥିବା ଅଭିଯୁକ୍ତର ନାଁ ବିଦୂର ମଲ୍ଲିକ । ଘର ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅଡୁଆ ଗାଁରେ ।

୧୪ ତାରିଖ ମକର ସଂକ୍ରାନ୍ତି ଦିନ ସେ ଜଗନ୍ନାଥପୁରର ଭରତ ମଲ୍ଲିକଙ୍କୁ ପଥରରେ ଛେଚି ଛେଚି ହତ୍ୟା କରିଥିଲା । ଚେନ୍ନାଇରେ ଏକ ପାର୍ଟସ୍ କମ୍ପାନୀରେ କାମ କରୁଥିଲା ବିଦୂର ଓ ଭରତ । ୧୪ ତାରିଖ ଦିନ ଦୁହେଁ ଭୋଜି କରିଥିଲେ। ମଦ୍ୟପାନ କରି ଝଗଡ଼ା ହେବା ପରେ ମାରପିଟ୍ ହୋଇଥିଲେ। ଏହାପରେ ଏକ ବଡ଼ ପଥର ଆଣି ଭରତଙ୍କୁ ଆକ୍ରମଣ କରିଥିଲା ବିଦୂର । ଘଟଣାସ୍ଥଳରେ ଭରତଙ୍କର ମୃତ୍ୟୁ ହୋଇଥିଲା । ଟ୍ରେନରେ ଘରକୁ ପଳାଉଥିଲା ଅଭିଯୁକ୍ତ । ଜଣେ ବନ୍ଧୁର ପରାମର୍ଶରେ ୧୬ ତାରିଖ ଦିନ ବ୍ରହ୍ମପୁର ରେଳ ଷ୍ଟେସନରେ ଓହ୍ଲାଇ ଗୋସାଣୀ ନୂଆଗାଁ ଥାନାରେ ଆତ୍ମସମର୍ପଣ କରିଥିଲା ବିଦୂର । ପୋଲିସ ଆଗରେ ହତ୍ୟା କରିଥିବା କହିଥିଲା । ବ୍ରହ୍ମପୁର ଏସପି ଚେନ୍ନାଇ ପୋଲିସ ସହ ଯୋଗାଯୋଗ କରିଥିଲେ। ଚେନ୍ନାଇ ଥାନା ପୋଲିସ ବ୍ରହ୍ମପୁର ଆସି ଅଭିଯୁକ୍ତକୁ ୫ ଦିନିଆ ଟ୍ରାନଜିଟ୍ ରିମାଣ୍ଡରେ ନେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.