ଆସିଲା ଏମଆଇ-୧୭ ବିମାନ ଦୁର୍ଘଟଣାଗ୍ରସ୍ତର ତଦନ୍ତ ରିପୋର୍ଟ,  ବାୟୂସେନାର ଭୂଲ ପାଇଁ  ହୋଇଥିଲା ଦୁର୍ଘଟଣା

ଜାମ୍ମୁ କଶ୍ମୀରରେ  ଫେବୃୟାରୀ ୨୭ରେ ବଡଗାମରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଏମଆଇ-୧୭ ହେଲିକପ୍ଟର ଭାରତୀୟ ମିଶାଇଲ ସହ ଧକ୍କା ହୋଇଥିଲା।  ଏହି ମାମଲାରେ Court Of Inquiry ଶେଷ ହୋଇ ସାରିଛି। ଦୁର୍ଘଟଣା ଭୁଲ କାରଣରୁ ହୋଇଛି ବୋଲି ବାୟୁସେନାର ପ୍ରମୁଖ ଏୟାର ଚିଫ୍ ମାର୍ଶଲ ରାକେଶ କୁମାର ସିଂହ ଭଦୌରିଆ ସ୍ଵୀକାର କରିଛନ୍ତି।

ଭଦୌରିଆଙ୍କ  କହିବା ମୁତାବକ  ଏହା ଏକ ବଡ ଭୁଲ୍। ଭବିଷ୍ୟତରେ ଯେପରି ଏଭଳି ଭୁଲ୍ ନହୁଏ ସେଥିପାଇଁ ଆମେ ବିଶେଷ  ଧ୍ୟାନ ଦେବୁ। ଯେଉଁ ଦିନ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ ପାକିସ୍ତାନର ଏଫ୍-୧୬ ବିମାନ ଧ୍ଵଂସ କରିବା ପରେ ମିଗ୍ ବିମାନ କ୍ଷତିଗ୍ରସ୍ତ ହୋଇଥିବା କାରଣରୁ ପାକିସ୍ତାନରେ ଖସି ପଡିଥିଲେ। ଏହି ଦୁର୍ଘଟଣା ସେହି ଦିନ ହୋଇଥିଲା। ଏଥିପାଇଁ ୨ ଜଣ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏହି ହେଲିକପ୍ଟରକୁ ସ୍କ୍ଵାଡ୍ରନ ଲିଡର ସିଦ୍ଧାର୍ଥ ବଶିଷ୍ଠ ଉଡାଉଥିଲେ।

ସ୍କ୍ଵାଡ୍ରନଙ୍କ ସହ  ଲିଡର ନିନାଦ, କୁମାର ପାଣ୍ଡେ, ସାଜେଟ ବିକ୍ରାନ୍ତ ସହରାବତ, କରପୋରଲ ଦୀପକ ପାଣ୍ଡେ, ଏବଂ ପଙ୍କଜ କୁମାର ଥିଲେ। ହେଲିକାପ୍ଟର ଫେବୃୟାରୀ ୨୭ରେ ସକାଳ ୧୦ଟା ୧୦ରେ ଶ୍ରୀନଗରର ବିମାନ ବନ୍ଦରରୁ ଉଡାଣ ଭରିଥିଲେ। ଏହାର ପାଖାପାଖି ୪୦ ମିନିଟ୍ ପୂର୍ବରୁ ପାକିସ୍ତାନୀ ବାୟୁସେନା ଜେଟ୍ ଭାରତୀୟ ବାୟୁ ସୀମା ଉଲ୍ଲଙ୍ଘନ କରି ବଡଗାମରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଥିଲେ। ଭାରତୀୟ ବାୟୁସେନା ସେହସ ସମୟରେ ନିଜ ବୁଦ୍ଧି ଖର୍ଚ୍ଚ କରି ତାକୁ  ତଳକୁ ଖସାଇଥିଲା।

ହେଲିକାପ୍ଟର କ୍ରୂ ଏବଂ ଗ୍ରାଉଣ୍ଡ ଷ୍ଟାଫଙ୍କ ମଧ୍ୟରେ ସଂଚାର ଓ ସମନ୍ଵୟ ଅଭାବ କାରଣରୁ ଏହି ଦୁର୍ଘଟଣା ହୋଇଥିଲା ବୋଲି ଘଟଣାର ଯାଂଚରେ ଜଣା ପଡିଛି    । ଫଳରେ ହେଲିକାପ୍ଟରରେ ସବାର ଥିବା ୬ ସୈନ୍ୟକର୍ମୀ ଓ ଜଣେ ନାଗରିକଙ୍କ ମୃତ୍ୟୁ ହୋଇଥିଲା। ଏହି ମାମଲାରେ ପାଖାପାଖି ୪ ଜଣ କର୍ମଚାରୀ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.