Below header

ଆରମ୍ଭ ହେଲା ଅନ୍ତରୀଣ ବଜେଟ: ୨୦୪୭ ସୁଦ୍ଧା ବିକଶିତ ଭାରତ ଆମର ମୂଳ ଲକ୍ଷ୍ୟ

ସଂସଦରେ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବଜେଟ୍ ଅଭିଭାଷଣରେ ପ୍ରଥମେ ସୀତାରମଣ କହିଥିଲେ ଯେ, ଦେଶ ଭବିଷ୍ୟ ଆଡକୁ ଦେଖୁଛି, ଯାହା ଆଶାନ୍ୱିତ ରହିଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱେ ଆମେ ଆଗକୁ ବଢୁଛେ । 

ନୂଆଦିଲ୍ଲୀ : ସଂସଦରେ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବଜେଟ୍ ଅଭିଭାଷଣରେ ପ୍ରଥମେ ସୀତାରମଣ କହିଥିଲେ ଯେ, ଦେଶ ଭବିଷ୍ୟ ଆଡକୁ ଦେଖୁଛି, ଯାହା ଆଶାନ୍ୱିତ ରହିଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱେ ଆମେ ଆଗକୁ ବଢୁଛେ ।  ଜନତାଙ୍କୁ ଅଧିକରୁ ଅଧିକ ରୋଜଗାରର ସୁଯୋଗ ଦିଆଯାଇଛି । ୧୦ ବର୍ଷ ମଧ୍ୟରେ ନୂଆ ଆଶା ସଞ୍ଚାର ହୋଇଛି । ଏସବୁକୁ ଆଧାର କରି ଦେଶର ଜନତା ଦ୍ୱିତୀୟ ଥର ପାଇଁ ମୋଦୀ ସରକାରଙ୍କୁ ବାଛିଛି ।

ସମାଜର ସବୁ ବର୍ଗର ଲୋକଙ୍କ ବିକାଶ ପାଇଁ ବ୍ୟବସ୍ଥା ହୋଇଛି। ସବ୍‌କା ସାଥ୍‌, ସବକା ବିକାଶ ଓ ସବ୍‌କା ପ୍ରୟାସ ଚାଲୁ ରହିଛି ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ।

୧୦ ବର୍ଷ ମଧ୍ୟରେ ଅର୍ଥ ବ୍ୟବସ୍ଥାରେ ବିକାଶ ଘଟିଛି । ଦେଶରେ ଗ୍ରାମୀଣ କ୍ଷେତ୍ର ବିକଶିତ ହୋଇଛି ।

୨୦୪୭ ସୁଦ୍ଧା ବିକଶିତ ଭାରତ ଆମର ମୂଳ ଲକ୍ଷ୍ୟ ରହିଛି ।

ସବୁ ବର୍ଗର ଯୋଗ୍ୟ ବ୍ୟକ୍ତିଙ୍କୁ ସୁବିଧା ଯୋଗାଉଛନ୍ତି ସରକାର।

କୃଷି ମହିଳା, ଯୁବଙ୍କୁ ସର୍ବାଧିକ ଗୁରୁତ୍ୱ

ଗରିବ, ମହିଳା, ଯୁବ ଏବଂ ଅନ୍ନଦାତାଙ୍କ ଉନ୍ନତିକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି।

ଗରିବ କଲ୍ୟାଣ,ଦେଶର କଲ୍ୟାଣ ବୋଲି ନିର୍ମଳା ସୀତାରମଣ କହିଛନ୍ତି।

୨୫ କୋଟି ଲୋକଙ୍କୁ ଗରିବୀରୁ ମୁକ୍ତି ଦିଆଯାଇଛି।

ଦେଶରେ ୮୦ କୋଟି ଗରିବଙ୍କୁ ରାସନ ସୁବିଧା ମିଳୁଛି ।

ଦେଶରେ ନିଯୁକ୍ତି ସୁଯୋଗ ବଢ଼ିଛି ।

ଡିବିଟି ଜରିଆରେ ୩୪ ଲକ୍ଷ କୋଟି ପ୍ରଦାନ କରାଯାଇଛି।

ଜନଧନ ଆକାଉଣ୍ଟ ଜରିଆରେ ହିତାଧିକାରୀଙ୍କୁ ସିଧା ସହାୟତା ମିଳୁଛି।

ପିଏମ୍ କୃଷକ ସମ୍ମାନ ନିଧି ଯୋଜନାରେ ୧୧.୮ କୋଟି ଚାଷୀଙ୍କୁ ଲାଭ ମିଳୁଛି।

୫ଟି ଇଣ୍ଟିଗ୍ରେଟେଡ୍ ଆକ୍ବା ପାର୍କ ନିର୍ମାଣ କରାଯିବ

ଦୁଗ୍ଧ ଉତ୍ପାଦନରେ ସବୁଠୁ ଆଗରେ ରହିଛି ଭାରତ

ଶିକ୍ଷା କ୍ଷେତ୍ର

ଜାତୀୟ ଶିକ୍ଷା ନୀତି ଜରିଆରେ ଶିକ୍ଷାକୁ ଅଧିକ ଉପାଦେୟ କରାଯାଇଛି।

୭ଟି ଆଇଆଇଟି, ୧୬ଟି ଟ୍ରିପଲ ଆଇଟି, ୭ଟି ଆଇଆଇଏମ୍‌ ପ୍ରତିଷ୍ଠା ହୋଇଛି।

୧୩ଟି ଏମ୍‌ସ ଓ ୩୯୦ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି ।

ଭାରତକୁ ବିକାଶର ଉତ୍ତୁଙ୍ଗ ଶିଖରକୁ ନେବା ଆମର ମୂଳ ଲକ୍ଷ୍ୟ

ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା ସହ ବିକଶିତ ଭାରତ ଆମର ଲକ୍ଷ୍ୟ

ରିଫର୍ମ, ପର୍‌ଫର୍ମ ଓ ଟ୍ରାନ୍ସଫର୍ମକୁ ଆମ ସରକାର ଗୁରୁତ୍ୱ ଦେଇଛି

ଭାରତର ବିକାଶରେ ପୂର୍ବାଞ୍ଚଳ ରାଜ୍ୟକୁ ଡ୍ରାଇଭିଂ ସିଟ୍‌କୁ ନିଆଯାଉଛି

ଏସ୍‌ଏଚ୍‌ଜି ମହିଳା ଗ୍ରୁପ 

୮୩ ଲକ୍ଷ ଏସ୍‌ଏଚ୍‌ଜିରେ ଏବେ ୯କୋଟି ମହିଳା ସାମିଲ ଅଛନ୍ତି

ଏଯାବତ ୧ କୋଟି ମହିଳା ଲକ୍ଷପତି ଦିଦି ହୋଇସାରିଲେଣି

ଜୟ ଅନୁସନ୍ଧାନ ଯୋଜନାରେ ୧ ଲକ୍ଷ କୋଟି ଟଙ୍କାର ଋଣ ଦିଆଯିବ

ସ୍ବାସ୍ଥ୍ୟ ସେବା

ଆୟୁଷ୍ମାନ ଭାରତରେ ଅନ୍ତର୍ଭୁକ୍ତ ହେବେ ସବୁ ଆଶା ଓ ଅଙ୍ଗନୱାଡି କର୍ମୀ

ସବୁ ଜିଲ୍ଲାରେ ହସ୍ପିଟାଲ ନିର୍ମାଣ ପାଇଁ ଲକ୍ଷ୍ୟ

ସର୍ଭିକାଲ କ୍ୟାନସର ମୁକାବିଲା ପାଇଁ ୯ରୁ ୧୪ ବର୍ଷର ସବୁ ଝିଅଙ୍କ ଟିକାକରଣ

ହାଉସିଂ ପ୍ଲାନ୍

୫ ବର୍ଷରେ ଆଉ ୨ କୋଟି ପକ୍କା ଘର ଯୋଗାଇ ଦିଆଯିବ ।

ମଧ୍ୟବିତଙ୍କ ପାଇଁ ନୂଆ ଘର ନିର୍ମାଣ ଯୋଜନା ଆରମ୍ଭ ହେବ

ମାଗଣା ବିଜୁଳି ଯୋଗାଣ

ରୁଫ୍‌ ଟପ୍‌ ସୋଲାର ସିଷ୍ଟମ ଜରିଆରେ ହେବ ବିଜୁଳି ଯୋଗାଣ

୧ କୋଟି ଘରକୁ ୩ ଶହ ୟୁନିଟ ମାଗଣା ବିଜୁଳି ଯୋଗାଣ ହେବ।

ବିମାନ ସେବା

ଉଡାନ୍‌ ଯୋଜନାରେ ଆଉ ୫୭୦ ନୂଆ ଏୟାର ରୁଟ୍‌ ହେବ

୫୭୦ ନୂଆ ରୁଟ୍‌ରେ ୧.୦୩ କୋଟି ଯାତ୍ରୀ ସୁବିଧା ପାଇବେ

ପର୍ଯ୍ୟଟନ

ଲାକ୍ଷାଦ୍ୱୀପକୁ ଅଧିକ ପର୍ଯ୍ୟଟକ ଆକର୍ଷଣ ବ୍ୟବସ୍ଥା

ଲାକ୍ଷାଦ୍ୱୀପରେ ଭିତ୍ତିଭୂମିର ବ୍ୟାପକ ବିକାଶ କରାଯିବ

ରାଜ୍ୟମାନଙ୍କୁ ୭୫ ହଜାର କୋଟି ଟଙ୍କା ପ୍ରଦାନ କରାଯିବ

ଟିକସ ବ୍ୟବସ୍ଥା ଅପରିବର୍ତ୍ତିତ

ଟିକସ ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ କରାଯିବ ନାହିଁ

ବର୍ତ୍ତମାନ ପ୍ରଚଳିତ ଟିକସ ବ୍ୟବସ୍ଥା ଅପରିବର୍ତ୍ତନ ରହିବ

ଟ୍ୟାକ୍ସ ରିଟର୍ଣ୍ଣ ଫାଇଲ ସହଜ ଏବଂ ସରଳ କରାଯିବ

ବିତ୍ତୀୟ ନିଅଣ୍ଟକୁ ୪.୫%କୁ ହ୍ରାସ କରାଯିବା ଲକ୍ଷ୍ୟ

୨୦୨୪-୨୪ରେ ବିତ୍ତୀୟ ନିଅଣ୍ଟ ୫.୧% ହେବା ଲକ୍ଷ୍ୟ

କର୍ପୋରେଟ ଟିକସ ହାର ୩୦%ରୁ ୨୫%କୁ ହ୍ରାସ ଘୋଷଣା

ଜିଡିପିକୁ ସରକାର ଗୁରୁତ୍ୱ ଦେଉଥିବା କହିଲେ ଅର୍ଥମନ୍ତ୍ରୀ।

ରେଳ କରିଡ଼ର

ଖୁବଶୀଘ୍ର ଆରମ୍ଭ ହେବ ତିନୋଟି ରେଳ କରିଡ଼ର ।

ନୂଆ ରେଳ କରିଡରରେ ଆର୍ଥିକ ବିକାଶ ଘଟିବ ।

ରେଳ ଓ ସମୁଦ୍ର ମାର୍ଗକୁ ଯୋଡ଼ିବା ଉପରେ ଅଧିକ ଗୁରୁତ୍ୱ ।

ବନ୍ଦେ ଭାରତ ପାଇଁ ୪୧ ହଜାର ବଗି

ଭିତ୍ତିଭୂମି ବିକାଶ ଉପରେ ଧ୍ୟାନ ଦେଇଛନ୍ତି ସରକାର ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.