ଭାରତରେ ଲଞ୍ଚ ହେଲା boAt Airdopes 91, ରହିଛି ବଢ଼ିଆ ଫିଚର୍ସ

କମ୍‌ ଦାମରେ ୟୁଜରମାନେ ଏଥିରେ ଭଲ ସାଉଣ୍ଡ କ୍ୱାଲିଟି ସହିତ ବଢ଼ିଆ ଫିଚର୍ସ ପାଇବେ । ଏହି ଇୟରବଡ୍ସ ୪୫ ଘଣ୍ଟା ପର୍ଯ୍ୟନ୍ତ ବ୍ୟାଟେରୀ ବ୍ୟାକ୍‌ଅପ୍‌ ଦେଇଥାଏ, ଅର୍ଥାତ ଆପଣ ଏହାକୁ ଚାର୍ଜ ନକରି ପାଖାପାଖି ୨ ଦିନ ପର୍ଯ୍ୟନ୍ତ ବ୍ୟବହାର କରିପାରିବେ ।

ଭାରତୀୟ ଟେକ୍‌ ବ୍ରାଣ୍ଡ୍ boAt ଏହାର ଲାଟେଷ୍ଟ ଟ୍ରୁ ଓ୍ଵାୟରଲେସ୍‌ ଷ୍ଟେରିଓ (TWS) ଇୟରବଡ୍ ଲଞ୍ଚ କରିଛି, ଯାହାର ନାମ Airdopes 91 । କମ୍‌ ଦାମରେ ୟୁଜରମାନେ ଏଥିରେ ଭଲ ସାଉଣ୍ଡ କ୍ୱାଲିଟି ସହିତ ବଢ଼ିଆ ଫିଚର୍ସ ପାଇବେ । ଏହି ଇୟରବଡ୍ସ ୪୫ ଘଣ୍ଟା ପର୍ଯ୍ୟନ୍ତ ବ୍ୟାଟେରୀ ବ୍ୟାକ୍‌ଅପ୍‌ ଦେଇଥାଏ, ଅର୍ଥାତ ଆପଣ ଏହାକୁ ଚାର୍ଜ ନକରି ପାଖାପାଖି ୨ ଦିନ ପର୍ଯ୍ୟନ୍ତ ବ୍ୟବହାର କରିପାରିବେ । ଏହା ବ୍ୟତୀତ ଏହି ଡିଭାଇସର ମୂଲ୍ୟ ବହୁତ କମ୍‌ ରହିଛି, ଯାହା ସମସ୍ତଙ୍କ ବଜେଟକୁ ଫିଟ୍‌ ଆସିବ । ତେବେ ଏହାର କଣ ଫିଚର୍ସ ରହିଛି ଆସନ୍ତୁ ଜାଣିବା ।

ଏହି ଇୟରବଡ୍‌ ଫାଷ୍ଟ ଚାର୍ଜିଂକୁ ସପୋର୍ଟ କରେ । ଆପଣ ମାତ୍ର ୧୦ ମିନିଟର ଚାର୍ଜିଂରେ ୧୨୦ ମିନିଟ୍ ପର୍ଯ୍ୟନ୍ତ ପ୍ଲେ ବ୍ୟାକ୍‌ ପାଇବେ । ଏହାର ଅର୍ଥ ହେଉଛି ଆପଣ କମ୍ ଚାର୍ଜିଂରେ ଏହାକୁ ଅଧିକ ସମୟ ବ୍ୟବହାର କରିପାରିବେ । ଏହି ଇୟରବଡ୍‌ ରେ ଆପଣଙ୍କୁ ୧୦ମିମିର ଡାଇଭର୍ସ ଓ boat ସିଗ୍ନେଚର ସାଉଣ୍ଡ ର ସପୋର୍ଟ ମିଳିଥାଏ । ଏହା ସହିତ ଆପଣ ଦମଦାର ମ୍ୟୁଜିକ୍‌ କୁ ଅନୁଭବ କରି ପାରିବେ ।

ଏହି ଇୟରବଡ୍ ରେ ଆପଣ ୫୦ ମିଟର ଲୋ-ଲେଟେନ୍ସି ର BEAST ମୋଡ୍ ପାଇବେ, ଯାହା ବଢ଼ିଆ ଅଡିଓ ଏକ୍ସପେରିଏନ୍ସ ଦେବ । ଏହି ଇୟରବଡ୍‌ କୁ କଣ୍ଟ୍ରୋଲ କରିବା ବହୁତ ସହଜ, ଯାହା ଦ୍ୱାରା ଆପଣ ମ୍ୟୁଜିକ ଏବଂ କଲ୍‌ ବିନା କୌଣସି ସମସ୍ୟାରେ ମ୍ୟାନେଜ୍‌ କରି ପାରିବେ ।

ୟୁଜର୍‌ ଙ୍କୁ ଏଥିରେ ବ୍ଲୁଟୁଥ୍ v5.3 ସହିତ ଏକ ଫାଷ୍ଟ ଏବଂ ଭଲ ଓ୍ଵାୟରଲେସ୍‌ କନେକ୍ସନ୍‌ ମିଳିଥାଏ । ଏହି ଇୟରବଡ୍‌ IWP ଟେକ୍ନୋଲୋଜି ସହିତ ଆସିଥାଏ, ଯାହା ଦ୍ୱାରା ଏହା ଶୀଘ୍ର କନେକ୍ଟ ହୋଇଥାଏ । ଏହି ଇୟରବଡ୍‌ ଭଏସ୍ ଆସିଷ୍ଟାଣ୍ଟ ସପୋର୍ଟ ସହିତ ଆସୁଛି । ଆପଣ ଗୁଗଲ୍ ଆସିଷ୍ଟାଣ୍ଟ କିମ୍ବା ସିରି ଆକ୍ଟିଭ୍‌ କରିପାରିବେ ଏବଂ ଭଏସ୍ କମାଣ୍ଡ ର ବ୍ୟବହାର କରିପାରିବେ ।

boAt Airdopes 91 ଆକ୍ଟିଭ୍ ବ୍ଲାକ୍‌ ମିଷ୍ଟ ଗ୍ରେ ଏବଂ ଷ୍ଟାରି ବ୍ଲୁ ଭଳି ତିନୋଟି କଲର୍‌ ଅପ୍ସନରେ ଆସୁଛି । ଏହାକୁ ଆପଣ ଆମାଜନ କିମ୍ବା BoAt ର ଅଫିସିଆଲ୍ ୱେବସାଇଟରୁ ୯୯୯ ଟଙ୍କାରେ କିଣି ପାରିବେ । ଏହା ସହିତ ଆପଣ ୧ ବର୍ଷର ୱାରେଣ୍ଟି ମଧ୍ୟ ପାଇବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.