Below header

ମୁନ୍ ମିଶନରେ ଇତିହାସ ରଚିଲା ଘରୋଇ ସ୍ପେସକ୍ରାଫ୍ଟ , ଉତକ୍ଷେପଣର ୮ ଦିନରେ ଜହ୍ନରେ ଓହ୍ଲାଇଲା ମହାକାଶଯାନ

ପ୍ରଥମ କମ୍ପାନୀ ଭାବରେ ଚନ୍ଦ୍ର ମିଶନରେ ବଡ଼ ସଫଳତା ହାସଲ କରିଛି ଆମେରିକୀୟ କମ୍ପାନୀ ଇନଟ୍ଯୁଟିଭି ମେସିନ୍ସ। ଆଇଏମ୍-୧ ମିଶନ ଅଫ୍ ଇନଟ୍ୟୁଟିଭ୍ ମେସିନ୍ ଦ୍ୱାରା ଏହି ସଫଳତା ହାସଲ କରିଛି କମ୍ପାନୀ । ଏହି ମିଶନ ସହ ୫୦ ବର୍ଷ ପରେ ଚନ୍ଦ୍ରକୁ ଫେରିଛି ଆମେରିକା ।

ନୂଆଦିଲ୍ଲୀ : ପ୍ରଥମ କମ୍ପାନୀ ଭାବରେ ଚନ୍ଦ୍ର ମିଶନରେ ବଡ଼ ସଫଳତା ହାସଲ କରିଛି ଆମେରିକୀୟ କମ୍ପାନୀ ଇନଟ୍ଯୁଟିଭି ମେସିନ୍ସ। ଆଇଏମ୍-୧ ମିଶନ ଅଫ୍ ଇନଟ୍ୟୁଟିଭ୍ ମେସିନ୍ ଦ୍ୱାରା ଏହି ସଫଳତା ହାସଲ କରିଛି କମ୍ପାନୀ । ଏହି ମିଶନ ସହ ୫୦ ବର୍ଷ ପରେ ଚନ୍ଦ୍ରକୁ ଫେରିଛି ଆମେରିକା । ଆପୋଲୋ ଯୁଗ ପରେ ପ୍ରଥମ ଥର ପାଇଁ ଆମେରିକାଭିତ୍ତିକ ଘରୋଇ କମ୍ପାନୀର ମହାକାଶଯାନ ଚନ୍ଦ୍ରପୃଷ୍ଠରେ ଅବତରଣ କରିଛି । ଯାହା ଏକ ଐତିହାସିକ ଉପଲବ୍ଧି । ଦକ୍ଷିଣ ମେରୁରେ ଯେଉଁଠି ଓଡ଼ିସିୟସ୍ ଅବତରଣ କରିଛି ସେଠାରେ ପାଣି ଥିବା ଅନୁମାନ କରାଯାଉଛି । ମହାକାଶରେ ୩ଲକ୍ଷ ୮୪ହଜାର ୪୦୦ କିଲୋମିଟର ଯାତ୍ରା କରି ଚନ୍ଦ୍ରପୃଷ୍ଠରେ ଅବତରଣ କରିଛି ଓଡ଼ିସିୟସ୍ ସ୍ପେସକ୍ରାଫ୍ଟ ।

ଗତ ଗୁରୁବାର ଦିନ ଫ୍ଲୋରିଡ଼ା ସ୍ଥିତ କେପ୍ କାନାଭରାଲରୁ ଅନ୍ତରୀକ୍ଷକୁ ଯାଇଥିଲା ଇନଟ୍ଯୁଟିଭି ମେସିନ୍ସର ମହାକାଶଯାନ । ରେକର୍ଡ ୮ ଦିନରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିଛି । ୫୦ ବର୍ଷ ତଳେ ଆପୋଲୋ ମିଶନ ଯାଇଥିବା ରୁଟରେ ଯାଇଥିଲା ଓଡ଼ିସିୟସ୍ ସ୍ପେସକ୍ରାଫ୍ଟ । ବର୍ତ୍ତମାନ ସୁଦ୍ଧା ଚନ୍ଦ୍ରରେ ଅବତରଣ କରିଥିବା ସମସ୍ତ ମିଶନ ସରକାରୀ ଏଜେନ୍ସିର ଥିଲା । ଋଷ ଓ ଚୀନର ସ୍ପେସକ୍ରାଫ୍ଟ ଚନ୍ଦ୍ର ଅଭିଯାନରେ ସଫଳ ହୋଇଥିଲା । ଗତବର୍ଷ ଭାରତର ଚନ୍ଦ୍ରଯାନ-୩ ସଫଳ ଅବତରଣ କରିଥିଲା । ପରେ ସଫଳତାର ସହ ଚନ୍ଦ୍ରରେ ଓହ୍ଲାଇଥିଲା ଜାପାନର ମହାକାଶଯାନ । ଏବେ ଆମେରିକା ଘରୋଇ କମ୍ପାନୀ ଚନ୍ଦ୍ରରେ ଲେଖିଛି ନୂଆ ଇତିହାସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.