Below header

ପାକିସ୍ତାନରେ ପଶି ଆତଙ୍କୀ ମାରିଲା ଇରାନ, ଜୈଶ-ଅଲ୍‌-ଉଦଲ୍‌ କମାଣ୍ଡର ନିହତ

ଏକ ମାସ ପରେ ପୁଣି ଥରେ ପାକିସ୍ତାନ ସୀମାରେ ଷ୍ଟ୍ରାଇକ କରିଛି ଇରାନ୍ । ଇରାନ ଫୋର୍ସର ଷ୍ଟ୍ରାଇକରେ ଆତଙ୍କବାଦୀ ସଂଗଠନ ଜୈଶ ଅଲ ଅଦଲ କମାଣ୍ଡର ଇସମାଇଲ ଶାହବାକ୍ସ ଓ ତାର କିଛି ସହଯୋଗୀ ନିହତ ହୋଇଥିବା ଖବର ମିଳିଛି ।

ପାକିସ୍ତାନ ସୀମାରେ ପୁଣି ଇରାନ ଫୋର୍ସର ଷ୍ଟ୍ରାଇକ୍ । ଆତଙ୍କବାଦୀ ସଂଗଠନ ଜୈଶ ଅଲ ଅଦଲ କମାଣ୍ଡର ଇସମାଇଲ ଶାହବାକ୍ସ ଓ ତାର କିଛି ସହଯୋଗୀ ନିହତ ହୋଇଥିବା ଖବର ମିଳିଛି । ଇରାନର ଜାତୀୟ ଗଣମାମଧ୍ୟରେ ଏହି ସୂଚନା ଦିଆଯାଇଛି । ଏକ ମାସ ପରେ ପୁଣି ଥରେ ପାକିସ୍ତାନ ସୀମାରେ ଷ୍ଟ୍ରାଇକ କରିଛି ଇରାନ୍ । ମାସେ ପୂର୍ବରୁ ଇରାନ ଓ ପାକିସ୍ତାନ ପରସ୍ପର ସୀମାରେ ଏୟାର ଷ୍ଟ୍ରାଇକ କରିଥିଲେ ।

ଗତ କିଛି ବର୍ଷ ହେବ ‘ଜୈଶ୍ ଅଲ୍-ଉଦଲ୍’ ଇରାନୀୟ ନିରାପତ୍ତା ବଳ ଉପରେ ଅନେକ ଥର ଆକ୍ରମଣ କରିଛି । ଗତ ଡିସେମ୍ବର ମାସରେ ସିସ୍ତାନ-ବାଲୁଚିସ୍ତାନର ଗୋଟାଏ ଥାନା ଉପରେ ହୋଇଥିବା ଆକ୍ରମଣ ପାଇଁ ଜୈଶ୍ ଅଲ୍-ଉଦଲ୍ ନିଜକୁ ଦାୟୀ କରିଥିଲା । ଏହି ଆକ୍ରମଣରେ ଅନ୍ୟୂନ ୧୧ଜଣ ପୁଲିସ କର୍ମଚାରୀ ନିହତ ହୋଇଥିଲେ ।

୨୦୧୨ରେ ଗଠନ ହୋଇଥିବା ‘ଜୈଶ ଅଲ ଅଦଲକୁ ଆତଙ୍କବାଦୀ ସଂଗଠନ ଆଖ୍ୟା ଦେଇଥିଲା ଇରାନ । ଜୈଶ ଅଲ ଅଦଲ ଏକ ସୁନି ଆତଙ୍କବାଦୀ ସଂଗଠନ । ବାଲୁଚିସ୍ତାନରୁ ଅପରେଟ୍ କରୁଛି ଜୈଶ ଅଲ ଅଦଲ । ଗତ ଡିସେମ୍ବରରେ ସିସ୍ତାନ ବାଲୁଚିସ୍ତାନରେ ଏକ ପୋଲିସ ଷ୍ଟେସନ ଉପରେ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିଲା ଜୈଶ ଅଲ ଅଦଲ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.