Below header

IRCTC ର ସ୍ୱତନ୍ତ୍ର ପ୍ୟାକେଜ୍‌ : ତିରୁପତି ଦର୍ଶନ କରନ୍ତୁ, ମାଗଣା ଫ୍ଲାଇଟ ଓ ରହିବା ସୁବିଧା

ଚଳିତ ବର୍ଷ ଖ୍ରୀଷ୍ଟମାସ ବା ବଡ଼ ଦିନରେ ଯଦି ଆପଣ କୌଣସି ଧାର୍ମିକ ସ୍ଥଳକୁ ଯିବା ପାଇଁ ଯୋଜନା କରୁଛନ୍ତି । ତେବେ ଜାଣନ୍ତୁ IRCTC ର ସ୍ୱତନ୍ତ୍ର ପ୍ୟାକେଜ୍‌ ସମ୍ପର୍କରେ । ଏହି ପ୍ୟାକେଜରେ ଆପଣଙ୍କର ଦୁଇଦିନର ଯାତ୍ରା ରହିବ । ଏଥିରେ ଆପଣ ତିରୁପତି ଦେବସ୍ଥାନମ ଦର୍ଶନ କରିପାରିବେ । ଏହାଛଡ଼ା ଆପଣଙ୍କୁ ରାସ୍ତାରେ ଭଗବାନ ବାଲାଜୀ ମନ୍ଦିର, ପଦ୍ମାବତୀ ମନ୍ଦିର ଓ ଶ୍ରୀ କାଳହସ୍ତୀ ମଧ୍ୟ ବୁଲିବାର ମଉକା ମିଳିବ । ଆସନ୍ତୁ ଏହି ପ୍ୟାକେଜ ସମ୍ପର୍କରେ ସମ୍ପୂର୍ଣ୍ଣ ବିବରଣୀ ଜାଣିବା ।

. ପ୍ୟାକେଜ ନାମ – ତିରୁପତି ଦେବସ୍ଥାନମ୍‌

. ଯାତ୍ରା କରବାର ମାଧ୍ୟମ – ଫ୍ଲାଇଟ

. କେଉଁ ସ୍ଥାନ ଯିବେ – ଭଗବାନ ବାଲାଜୀ ମନ୍ଦିର, ପଦ୍ମାବତୀ ମନ୍ଦିର ଓ ଶ୍ରୀ କାଳହସ୍ତୀ

. କ୍ଲାସ – କମ୍ଫର୍ଟ

. ହୋଟେଲ ନାମ – ହୋଟେଲ ରାଜ ପାର୍କ, ହୋଟେଲ ଫର୍ଚ୍ୟୁନ୍‌ ଫେନ୍ସ

. ପୁରା ସିଟ – ୨୦

. ଯାତ୍ରା ତାରିଖ – ୨୫ ଡିସେମ୍ବର ୨୦୨୧

କେତେ ଭଡ଼ା :

ଯଦି ଆପଣ ଏହି ପ୍ୟାକେଜରେ ଏକା ଯାତ୍ରା କରିବେ ତେବେ ଆପଣଙ୍କୁ ୧୯.୩୯୦ ଟଙ୍କା ପ୍ରତି ବ୍ୟକ୍ତିଙ୍କୁ ଦେବାକୁ ପଡ଼ିବ । ଯଦି ଦୁଇଜଣ ଯାତ୍ରା କରିବେ ତେବେ ପ୍ରତି ବ୍ୟକ୍ତି ପିଛା ୧୫,୮୪୦ ଟଙ୍କା ଦେବାକୁ ହେବ । ସେହିପରି ୩ ଜଣ ଯାତ୍ରା କରିବାର ଥିଲେ ପ୍ରତି ବ୍ୟକ୍ତି ପିଛା ୧୫,୩୭୦ ଟଙ୍କା ଦେବାକୁ ପଡ଼ିବ ।

ଛୋଟ ପିଲାଙ୍କ ପାଇଁ କେତେ ଭଡ଼ା

ଯଦି ପିଲାର ବୟସ ୫ ରୁ ୧୧ ବର୍ଷ ତେବେ ଆପଣଙ୍କୁ ବର୍ଥ ସହିତ ୧୩,୯୯୫ ଟଙ୍କା ଦେବାକୁ ପଡ଼ିବ । ବିନା ବର୍ଥରେ ଏହି ବୟସର ପିଲାଙ୍କ ପାଇଁ ୧୩,୭୨୦ ଟଙ୍କା ଓ ୨ ରୁ ୪ ବର୍ଷର ପିଲାଙ୍କ ପାଇଁ ୧୧,୫୧୦ ଟଙ୍କା ଭଡ଼ା ଲାଗିବ ।

ପ୍ରଥମ ଦିନ

ଏହି ଯାତ୍ରାରେ ଆପଣଙ୍କୁ ପ୍ରଥମ ଦିନ ଦିଲ୍ଲୀରୁ ଚେନ୍ନାଇ ଯିବାକୁ ପଡ଼ିବ । ଆପଣ ସକାଳ ୦୮.୩୫ ରେ ଦିଲ୍ଲୀ ବିମାନ ବନ୍ଦରରୁ ବାହାରି ୧୧.୩୦ ରେ ଚେନ୍ନାଇ ବିମାନ ବନ୍ଦରରେ ପହଞ୍ଚିବେ । ଏହିଠାରୁ ଆପଣଙ୍କୁ ତିରୁପତି ଯିବାକୁ ହେବ । ରାସ୍ତାରେ ଆପଣଙ୍କୁ ଶ୍ରୀ କାଳହସ୍ତୀ ମନ୍ଦିର ଦର୍ଶନ କରିବାକୁ ମିଳିବ । ଏହାପରେ ଆପଣ ହୋଟେଲରେ ରହିବେ । ସେହି ଦିନ ସଂଧ୍ୟାରେ ଭଗବାନ ଶ୍ରୀ ଭେଙ୍କେଟେଶ୍ୱରଙ୍କ ପତ୍ନୀ ପଦ୍ମାବତୀ ଦେବୀ ମନ୍ଦିର ଦର୍ଶନ କରିବେ । ଏହାପରେ ହୋଟେଲ ଫେରି ଆସିବେ । ରାତିରେ ଆପଣଙ୍କୁ ଖାଇ କରି ଏହିଠାରେ ରହିବାକୁ ହେବ ।

ଦ୍ୱିତୀୟ ଦିନ

ତା’ ପରିଦିନ ସକାଳେ ଜଳଖିଆ ଖାଇ ଭଗବାନ ବାଲାଜୀଙ୍କ ଦର୍ଶନ ପାଇଁ ତିରୁମାଳା (୨୨ କିଲୋମିଟର) ଯାତ୍ରା କରିବେ । ଏହାପରେ ବାଲାଜୀଙ୍କ ଦର୍ଶନ କରି ହୋଟେଲ ଫେରି ଆସିବେ । ସନ୍ଧ୍ୟାରେ ହୋଟେଲ ଛାଡ଼ି ଚେନ୍ନାଇ ବିମାନ ବନ୍ଦର ଯିବାକୁ ହେବ । ଆପଣଙ୍କୁ ଚେନ୍ନାଇ ବିମାନ ବନ୍ଦରରେ ସଂଧ୍ୟା ୭.୪୫ ରେ ବିମାନ ଚଢ଼ି ରାତି ୧୦.୪୫ ରେ ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିବେ ।

ଯୋଗାଯୋଗ ପାଇଁ ଏହି ନମ୍ବରରେ କରନ୍ତୁ ସମ୍ପର୍କ

ଏହି ପ୍ୟାକେଜ ସମ୍ପର୍କରେ ଅଧିକ ଜାଣିବା ପାଇଁ ଟୁରିଜିମ ର ଅଫିସିଆଲ ଲିଙ୍କ୍‌ https://irctctourism.com/pacakage_description?packageCode=NDA10 ରେ କ୍ଲିକ୍‌ କରନ୍ତୁ । ଏହାଛଡ଼ା ଆପଣ ଏହି ଫୋନ ନମ୍ବର- 9717641764, 9717648888 ରେ ବି ସମ୍ପର୍କ କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.