୨ ଦିନ ପରେ ବଦଳିଯିବ ଏହି ରାଶିଙ୍କ ଭାଗ୍ୟ, ଦେଖନ୍ତୁ ଆପଣଙ୍କର ଆରମ୍ଭ ହେବାକୁ ଯାଉଛି କି ଭଲ ଦିନ

ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟ ଦେବଙ୍କୁ ବିଶେଷ ସ୍ଥାନ ଦିଆଯାଇଛି। ସୂର୍ଯ୍ୟଦେବଙ୍କୁ ସବୁ ଗ୍ରହଙ୍କ ରାଜା ବୋଲି କୁହାଯାଏ। ଜ୍ୟୋତିଷରେ ସୂର୍ଯ୍ୟଙ୍କୁ ଆତ୍ମା, ପିତା, ମାନ-ସମ୍ମାନ, ସଫଳତା, ପ୍ରଗତି ଏବଂ ସରକାରୀ ଚାକିରି ଏବଂ ବେସରକାରୀ ଚାକିରି କ୍ଷେତ୍ରରେ ଉଚ୍ଚ ସେବାର କାରକ ଗ୍ରହ ବୋଲି କୁହାଯାଏ। ସୂର୍ଯ୍ୟଦେବ ଶୁଭ ଥିଲେ ବ୍ୟକ୍ତିଙ୍କ ଭାଗ୍ୟେଦୟ ହୋଇଥାଏ। ଚଳିତ ବର୍ଷ ୧୬ ଡିସେମ୍ବର ଅର୍ଥାତ ଆଉ ୨ ଦିନ ପରେ ସୂର୍ଯ୍ୟ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି। ସୂର୍ଯ୍ୟ ୧୬ ଡିସେମ୍ବରରେ ବିଛା ରାଶିରୁ ଧନୁ ରାଶିକୁ ପ୍ରବେଶ କରିବେ। ଜ୍ୟୋତିଷରେ ଗ୍ରହଙ୍କ ରାଶି ପରିବର୍ତ୍ତନକୁ ବହୁତ ମହତ୍ତ୍ୱପୂର୍ଣ୍ଣ ବୋଲି କୁହାଯାଇଛି। ଗ୍ରହଙ୍କ ରାଶି ପରିବର୍ତ୍ତନ ସବୁ ରାଶି ଉପରେ ପ୍ରଭାବ ପକାଇଥାଏ। ସୂର୍ଯ୍ୟ ବିଛା ରାଶିରୁ ଧନୁ ରାଶିକୁ ପ୍ରବେଶ କରିବା ଦ୍ୱାରା କିଛି ରାଶିର ଭାଗ୍ୟୋଦୟ ହେବା ସୁନିଶ୍ଚିତ। ତେବେ ଆସନ୍ତୁ ଜାଣିବା ସୂର୍ଯ୍ୟଙ୍କର ରାଶି ପରିବର୍ତ୍ତନ ଦ୍ୱାରା କେଉଁ କେଉଁ ରାଶିର ଶୁଭ ଦିନ ବା ଭଲ ଦିନ ଆରମ୍ଭ ହେବାକୁ ଯାଉଛି।

ମେଷ ରାଶି

  • ମେଷ ରାଶି ବ୍ୟକ୍ତିଙ୍କ ପାଇଁ ସୂର୍ଯ୍ୟ ରାଶି ପରିବର୍ତ୍ତନ ଶୁଭ ପରିଣାମ ନେଇ ଆସିପାରେ।
  • ଏହି ସମୟରେ ଆପଣ ଶତ୍ରୁଙ୍କ ଠାରୁ ବିଜୟ ପ୍ରାପ୍ତ କରିବେ।
  • କର୍ମସ୍ଥଳରେ ଆପଣଙ୍କୁ ମାନ-ସମ୍ମାନ ପ୍ରାପ୍ତ ହେବ।
  • ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଅଧିକ ଉତ୍ତମ ହେବ।
  • ସ୍ୱାସ୍ଥ୍ୟରେ ସୁଧାର ଆସିବ।
  • ବୈବାହିକ ଜୀବନ ସୁଖମୟ ରହିବ।

ମିଥୁନ ରାଶି

  • ମିଥୁନ ରାଶିର ଜାତକ ଥିବା ବ୍ୟକ୍ତିଙ୍କ ପାଇଁ ସୂର୍ଯ୍ୟଙ୍କ ଗୋଚର ଶୁଭ ସମାଚାର ନେଇ ଆସିବ।
  • ଏହି ସମୟରେ ପାରିବାରିକ ସମ୍ପର୍କରେ ମଧୁରତା ବଢ଼ିବ।
  • ଚାକିରି ସନ୍ଧାନରେ ଥିବା ଲୋକଙ୍କ ପାଇଁ ଶୁଭ ପରିଣାମ ମିଳିପାରେ।
  • ଆତ୍ମବିଶ୍ୱାସରେ ଉନ୍ନତି ଆସିବ।
  • ଦାମ୍ପତ୍ୟ ଜୀବନ ସୁଖମୟ ଏବଂ ମଧୁରମୟ ହେବ।
  • ଧନ ଲାଭ ହେବ ଯାହାଦ୍ୱାରା ଆର୍ଥିକ ସ୍ଥିତି ମଜବୁତ୍‌ ହେବ।

କର୍କଟ ରାଶି

  • ସୂର୍ଯ୍ୟ ରାଶି ପରିବର୍ତ୍ତନ କର୍କଟ ରାଶିଙ୍କ ପାଇଁ ବହୁତ ଲାଭକାରୀ ରହିବ।
  • ଧନସମ୍ବନ୍ଧୀୟ ମାମଲାରେ ସଫଳତା ହାସଲ କରିବେ।
  • ସମାଜରେ ମାନ-ସମ୍ମାନ ବଢ଼ିବ।
  • ପଦ-ପ୍ରତିଷ୍ଠାରେ ବୃଦ୍ଧି ହେବ।
  • ନିବେଶ କରିବାକୁ ଯୋଜନା କରୁଥିଲେ ଆପଣଙ୍କ ପାଇଁ ଲାଭକାରୀ ହେବ।
  • ଲେଣ ଦେଣ ପାଇଁ ଏହି ସମୟ ଶୁଭ ରହିଛି।

ସିଂହ ରାଶି

  • ସିଂହ ରାଶି ପାଇଁ ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ କୌଣସି ବରଦା ଠାରୁ କମ୍‌ ନୁହେଁ।
  • ଏହି ସମୟରେ ଆପଣଙ୍କ ମାନ-ସମ୍ମାନ ବଢ଼ିବ।
  • କର୍ମକ୍ଷେତ୍ରରେ ଲାଭ ହେବ।
  • ସୂର୍ଯ୍ୟ ଗୋଜର କାଳରେ ଆପଣଙ୍କୁ ସଫଳତା ହାସଲ ହେବ।
  • ଧନ ଅଗମନର ନୂଆ ଅବସର ପ୍ରାପ୍ତ ହେବ।
  • ବେପାରରେ ଲାଭ ହୋଇପାରେ ଏବଂ ଉନ୍ନତି ଆସିପାରେ।
  • ୧୭ ଆକ୍ଟୋବର ପର୍ଯ୍ୟନ୍ତ ସମୟ ଆପଣଙ୍କ ପାଇଁ କୌଣସି ବରଦାନ ଠାରୁ କମ୍‌ ରହିବନାହିଁ।

ଧନୁ ରାଶି

  • ଧନୁ ରାଶିର ବ୍ୟକ୍ତିଙ୍କ ପାଇଁ ସୂର୍ଯ୍ୟ ରାଶି ଶୁଭ ପରିଣାମ ନେଇ ଆସିବ।
  • ଏହି ସମୟରେ ଆପଣଙ୍କୁ ଚାକିରି ଏବଂ ବେପାରରେ ଶୁଭ ଫଳ ପ୍ରାପ୍ତି ହେବ।
  • ଚାକିରିରେ ପ୍ରମୋସନ ଯୋଗ ରହିବ।
  • ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ।
  • ପାରିବାରିକ ଜୀବନ ଶୁଖମୟ ରହିବ।
  • ଆର୍ଥିକ ସ୍ଥିତି ପାଇଁ ମଧ୍ୟ ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ଆପଣଙ୍କ ପାଇଁ ଲାଭକାରୀ ପ୍ରମାଣିତ ହେବ।

(ଏହି ଲେଖନୀରେ ଦିଆଯାଇଥିବା ସୂଚନା ଏହା ଦାବି କରୁନାହିଁ ଯେ ଏହା ସମ୍ପୂର୍ଣ୍ଣ ରୂପେ ସଠିକ। ବିସ୍ତୁତ ଏବଂ ଅଧିକ ବିବରଣୀ ପାଇଁ ଜ୍ୟୋତିଷଙ୍କ ପରାମର୍ଶ ନିଶ୍ଚୟ ନେଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.