ତିନିଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ନୀତି ଆୟୋଗ ଉପାଧ୍ୟକ୍ଷ: ରାଜ୍ୟ ସ୍ୱାର୍ଥର କିଛି ଗୁରୁତ୍ୱପୂର୍ଣ୍ଣ ଦାବି ରଖିପାରନ୍ତି ମୁଖ୍ୟମନ୍ତ୍ରୀ

କେନ୍ୟୁଜ୍(ବ୍ୟୁରୋ):ତିନିଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ନୀତି ଆୟୋଗ ଉପାଧ୍ୟକ୍ଷ ଡକ୍ଟର ରାଜୀବ କୁମାର। ଆସନ୍ତା ୧୫ ତାରିଖରେ ଓଡ଼ିଶା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବେ ନୀତି ଆୟୋଗ ଉପାଧ୍ୟକ୍ଷ। ଏହି ସମୟରେ ମୁଖ୍ୟମନ୍ତ୍ରୀ ରାଜ୍ୟ ସ୍ୱାର୍ଥ ସମ୍ବଳିତ କିଛି ଗୁରୁତ୍ୱପୂର୍ଣ୍ଣ ଦାବି ରଖିପାରନ୍ତି । ଓଡ଼ିଶାକୁ ଫୋକସ ଷ୍ଟେଟ୍‌ର ମାନ୍ୟତା ଦେବା ପାଇଁ ଦୀର୍ଘଦିନ ହେଲା ଦାବି କରିଆସୁଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଦାବିକୁ ନୀତି ଆୟୋଗ ଉପାଧ୍ୟକ୍ଷଙ୍କ ନିକଟରେ ଦୋହରାଇ ପାରନ୍ତି । ଏହାସହ ନୀତି ଆୟୋଗର ବିକାଶ ତଦାରଖ ଓ ମୂଲ୍ୟାୟନ କାର୍ଯ୍ୟାଳୟ-ଡିଏମଇଓର ଡିଜି ରାଜ୍ୟର ମୁଖ୍ୟ ସଚିବ ଓ ଉନ୍ନୟନ କମିଶନରଙ୍କ ସାମ୍ନାରେ ବିଭିନ୍ନ କ୍ଷେତ୍ରରେ ବିକାଶ ସୂଚକାଙ୍କୁ ନେଇ ଏକ ରିପୋର୍ଟ ଉପସ୍ଥାପନ କରିବେ।

ନୀତି ଆୟୋଗ ପକ୍ଷରୁ ପ୍ରକାଶିତ ରିପୋର୍ଟକୁ ଭିତ୍ତି କରି ବୈଠକରେ ଆଲୋଚନା ହେବ ବୋଲି କୁହାଯାଉଛି। ବିଶେଷକରି ସ୍ୱାସ୍ଥ୍ୟ, ଶିକ୍ଷା, ପାନୀୟ ଜଳ, ନିଯୁକ୍ତି, ଆକାଂକ୍ଷା ଜିଲ୍ଲା ଆଦି କ୍ଷେତ୍ରକୁ ନେଇ ନୀତି ଆୟୋଗ ସାରା ଦେଶରେ ବିଭିନ୍ନ ମାନଦଣ୍ଡ ଆଧାରରେ ରାଜ୍ୟଗୁଡ଼ିକ ପାଇଁ ରିପୋର୍ଟ ପ୍ରସ୍ତୁତ କରୁଛନ୍ତି। ସେପଟେ ଯୋଜନା ଓ ସମନ୍ଵୟ ମନ୍ତ୍ରୀ କହିଛନ୍ତି, ରାଜ୍ୟ ସରକାରଙ୍କ ଯାହା ସବୁ ଯୋଜନା ରହିଛି ତାହା ନୀତି ଆୟୋଗ ଆଗରେ ଉପସ୍ଥାପନ କରାଯିବ।ନୀତି ଆୟୋଗ ଉପାଧ୍ୟକ୍ଷଙ୍କ ତିନିଦିନିଆ ଓଡ଼ିଶା ଗସ୍ତ ସମୟରେ ପୁରୀ, ଚିଲିକା ଓ କୋଣାର୍କ ପରିଦର୍ଶନ କରିବେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.