ଭାବବିହ୍ଵଳ କଲା ଭଳି ଦୃଶ୍ୟ: ଡିଏସ୍‌ପି ପୁଅକୁ ସାଲ୍ୟୁଟ୍ ମାରିଲେ ଏଏସ୍‌ଆଇ ମାଆ

ଗୁଜରାଟ: ଡିଏସ୍‌ପି ପୁଅକୁ ସାଲ୍ୟୁଟ ମାରିଲେ ଏଏସ୍‌ଆଇ ମାଆ। ଏହି ଘଟଣା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଛି। ଗୁଜରାଟରେ ଦେଖିବାକୁ ମିଳିଛି ଏହି ଭାବବିହ୍ଵଳ ଦୃଶ୍ୟ। ଗୁଜରାଟ ପୋଲିସରେ ଏଏସ୍‌ଆଇ ପଦରେ ମୁତୟନ ମାଆଙ୍କ ଖୁସିର ଠିକଣା ରହିଲା ନାହିଁ, ଯେତେବେଳେ ପୁଅ DSP ଭାବେ ଯୋଗଦେଇ ତାଙ୍କ ସାମ୍ନାରେ ଆସି ଠିଆହେଲା। ASI ମାଆ ନିଜ DSP ପୁଅକୁ ସାମ୍ନାରେ ଦେଖି ସଙ୍ଗେ ସଙ୍ଗେ ସାଲ୍ୟୁଟ ମାରିଥିଲେ। ପ୍ରତି ଜବାବରେ ପୁଅ ମଧ୍ୟ ମାଆଙ୍କୁ ସାଲ୍ୟୁଟ ମାରିଥିଲେ। ଯେଉଁ ମାଆ ପାଇଁ ପୁଅ ଆଜି ଏତେ ବଡ ପଦବୀର ଅଧିକାରୀ ହୋଇଛି, ସେହି ମାଆକୁ ସାଲ୍ୟୁଟ୍ ମାରିବା ବେଳର ଦୃଶ୍ୟ ବେଶ୍‌ ହୃଦୟସ୍ପର୍ଶୀ ଥିଲା।

ମାଆ ପୁଅଙ୍କ ଏହି ଅନନ୍ୟ ଫଟୋ ସେୟାର କରି ଗୁଜରାଟ ପୋଲିସ ସର୍ଭିସ୍‌ କମିଶନର ଚେୟାରମ୍ୟାନ ଦିନେଶ ଡାସା ଲେଖିଛନ୍ତି ଜଣେ ASI ମାଆଙ୍କ ସାମ୍ନାରେ ତାଙ୍କର DSP ପୁଅ ଛିଡା ହୋଇଛନ୍ତି। ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ ହେବା ପରେ ୟୁଜର ମାଆ ଓ ପୁଅ ଯୋଡିକୁ ଖୁବ୍‌ ପ୍ରଶଂସା କରୁଛନ୍ତି। ଗୁଜରାଟ ପୋଲିସ ସର୍ଭିସ କମିଶନ ପାଇଁ ଏହା ଏକ ପରଫେକ୍ଟ ଫଟୋ। ଜିପିଏସ୍‌ସିର ଏହି ପ୍ରଶଂସାଭରା ଟ୍ଵିଟକୁ ନେଇ ନୂଆ ଅଧିକାରୀ ଭାବେ ଯୋଗଦେଇଥିବା ସେହି ଭାଗ୍ୟଶାଳୀ ପୁଅ ବିଶାଲ ରାବରୀ ଜିପିଏସ୍‌ସିକୁ ଏତେ ସୁନ୍ଦର ଶବ୍ଦ ପାଇଁ ଧନ୍ୟବାଦ ଦେଇଛନ୍ତି। ଛି ଦିନ ତଳେ ମସୁରୀର ଆଇଟିବିପି ପ୍ରଶିକ୍ଷଣ କେନ୍ଦ୍ରରେ ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ଝିଅକୁ ସାଲ୍ୟୁଟ କରିଥିଲେ ଇନ୍‌ସପେକ୍ଟର କମଲେଶ କୁମାର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.