ଦୁନିଆର ସବୁଠୁ ରହସ୍ୟମୟ ସ୍ଥାନ, ଯେଉଁଠି କେବଳ ଝିଅ ମାନଙ୍କୁ ଦିଆଯାଏ ବଳି

ଆଜି ଆମେ ଆପଣଙ୍କୁ ଦୁନିଆର ଏମିତି ରହସ୍ୟ ସମ୍ପର୍କରେ କହିବୁ , ଯାହା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଏମିତି ଏକ ସହର ବିଷୟରେ କହିବୁ ଯାହାକୁ ନେଇ ରହିଛି ଅନେକ ରହସ୍ୟ । ଭୂପୁଷ୍ଠରୁ ଏହା ପାଖାପାଖି ୮୦୦୦ କିଲୋମିଟର ଉପରେ ରହିଛି । କୁହାଯାଏ ଦୁନିଆର ୭ଟି ଅଜୁବା ମଧ୍ୟରେ ଏହା ସାମିଲ ଅଛି । ଚାଲନ୍ତୁ ଜାଣିବା ଏହା ସମ୍ପର୍କରେ କିଛି ରୋଚକ ତଥ୍ୟ ।

ଏହା ଦକ୍ଷିଣ ଆମେରିକାର ପେରୁ ସହରରେ ଅବସ୍ଥିତ । ପେରୁ ସହରର ଉର୍ବାମ୍ବା ପର୍ବତ ଘାଟି ଉପରେ ଏହି ସହର ଅବସ୍ଥିତ । ଏହାର ନାମ ମାଚୁ ପିଚ୍ଚୁ । ଏହାକୁ ନେଇ ରହିଛି ଅନେକ ରହସ୍ୟ । ଏହା ସମୁଦ୍ରରୁ ୨୪୩୦ ମିଟର ଅର୍ଥାତ ୮୦୦୦ ଫିଟ ଉପର ପାହାଡ଼ରେ ରହିଛି । ଇଙ୍କା ସାମ୍ରାଜ୍ୟର ପ୍ରତୀକ ଏଠାରେ ଦେଖିବାକୁ ମିଳେ । ଏହାକୁ ପେରୁ ସହରର ସବୁଠୁ ଐତିହାସିକ ଦେବାଳୟ ବୋଲି ମଧ୍ୟ କୁହାଯାଏ । ଲୋକମାନେ ଏହାକୁ ପବିିତ୍ର ସ୍ଥାନର ମାନ୍ୟତା ଦେଇଛନ୍ତି ।

peru
pc: minnesota libraries publishing project -pressbooks

ମାନ୍ୟତା ରହିଛି ଯେ ଏହି ସହର ଇଙ୍କା ସାମ୍ରାଜ୍ୟ ଦ୍ୱାରା ଖ୍ରୀଷ୍ଟପୂର୍ବ ୧୪୫୦ରେ ପ୍ରତିଷ୍ଠା ହୋଇଥିଲା । କିନ୍ତୁ ୧୦୦ ବର୍ଷ ପରେ ସ୍ପେନ ଇଙ୍କାଓ ସାମ୍ରାଜ୍ୟ ଉପରେ ନିଜର ଆଧିପତ୍ୟ ବିସ୍ତାର କରିବା ପରେ ଏହି ଜାଗାକୁ ଖାଲି କରି ସେମାନେ ପଳାଇଥିଲେ । ସେବେଠୁ ଏହି ସହର ଖାଲି ପଡିଛି । କୁହାଯାଏ ଯେ, ଏହାର ନିର୍ମାଣ ଲୋକଙ୍କୁ ବଳି ଦେବା ପାଇଁ କରାଯାଇଥିଲା । ପୁରତତ୍ତ୍ୱ ବିତ ମାନେ ଏଠାରୁ ଅନେକ କଙ୍କାଳ ମଧ୍ୟ ପାଇଛନ୍ତି । ଏହି କଙ୍କାଳ ଅଧିକ ମାତ୍ରାରେ ମହିଳାଙ୍କର ଜଣା ପଡିଥିଲା ।

ସୂଚନା ମିଳେ ଯେ, ଏଠାରେ ସୂର୍ଯ୍ୟ ଦେବଙ୍କୁ ନିଜର ଇଷ୍ଟ ଦେବ ବୋଲି ମନାଯାଏ । ତାଙ୍କୁ ଖୁସି କରିବା ପାଇଁ କୁଆଁରୀ ମାନଙ୍କୁ ଏଠାରେ ବଳି ଦିଆଯାଏ । ଏମିତି ବି ଖବର ଶୁଣିବାକୁ ମିଳିଛି ଯେ, ଏହି ସ୍ଥାନକୁ ମନୁଷ୍ୟ ନୁହେଁ ବରଂ ଏଲିଏନ୍ସ ମାନେ ତିଆରି କରି ଏଠାରୁ ପଳାଇଛନ୍ତି । ତେବେ ଏ ସମସ୍ତ ତଥ୍ୟକୁ ନେଇ କୌଣସି ପ୍ରମାଣ ମିଳିନାହିଁ । କେବଳ ଅନୁମାନ କରି କୁହାଯାଉଛି । ତେବେ ଏବେ ଏହା ପର୍ଯ୍ୟଟନ ସ୍ଥଳିର ମାନତ୍ୟା ପାଇଛି । ବର୍ଷ ୧୯୮୩ରେ ଏହା ୟୁନେସ୍କୋ ଦ୍ୱାରା ବିଶ୍ୱ ପର୍ଯ୍ୟଟନ ସ୍ଥଳର ମାନ୍ୟତା ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.