Viral Video: ଗୋଟିଏ ହରିଣକୁ ଶିକାର କରିବାକୁ ପହଞ୍ଚିଗଲେ ୬ ସିଂହ, ଗଛ ଉପରେ ଚଢ଼ି ଏମିତି କଲେ ଟଣାଓଟରା

ସୋସିଆଲ ମିଡିଆରେ ଜଙ୍ଗଲର ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଆଇଏଫ୍‌ଏସ୍‌ ଅଫିସର ସାକେତ ବଡୋଲା ନିଜ ଟ୍ଵିଟର ଆକାଉଣ୍ଟରେ ଏହି ଭିଡିଓକୁ ଟ୍ଵିଟ୍‌ କରିଛନ୍ତି। ଏହା ମାଧ୍ୟମରେ ବଡୋଲା ବୁଝାଇବାକୁ ଚେଷ୍ଟା କରିଛନ୍ତି କି, ଜଙ୍ଗଲରେ ବଞ୍ଚି ରହିବାର ଅଛି, ତ ନିଜ ଖାଦ୍ୟ ଉପରେ ନିଜର ଅଧିକାର ଜମାଇବାକୁ ହେବ। ନଚେତ୍‌ ଅନ୍ୟ କେହି ଏହାକୁ ଅକ୍ତିଆର କରିନେବ।

୪୫ ସେକେଣ୍ଡର ଏହି ଭିଡିଓରେ ଦେଖାଯାଇ ପାରିବ କି, ଗଛ ଉପରେ କେତୋଟି ସିଂହ ହରିଣକୁ ଖାଇବା ଲୋଭରେ ଚଢ଼ିଛନ୍ତି। ଜଣ ଜଣ କରି ମୋଟ ୬ଟି ସିଂହ ମୃତ ହରିଣକୁ ଖାଇବା ପାଇଁ ନିଜ ନିଜର ପ୍ରୟାସ ଜାରି ରଖିଛନ୍ତି। ଏଠାରେ ଏକ ସିଂହ ମୃତ ହରିଣର ବେକକୁ ଦାନ୍ତରେ କାମୁଡ଼ି ଧରିଛି। ସେଠି ଅନ୍ୟ ଏକ ସିଂହ ତାକୁ ତଳ ଆଡ଼ୁ ଟାଣୁଛି। ଏହାରି ଭିତରେ ଆଉ ଏକ ସିଂହ ମଝିରୁ ଧରିବାକୁ ଚେଷ୍ଟା କରୁଛି। କେହି ବି ଶିକାରକୁ ହାତଛଡ଼ା କରିବାକୁ ଚାହୁଁ ନାହାନ୍ତି। ଆଉ ଏହି ଚକ୍କରରେ ଶିକାର ସହିତ ସମସ୍ତ ସିଂହ ତଳେ ଆସି ଧୁମ୍‌ଧାଡ୍‌ ପଡ଼ୁଛନ୍ତି।

ଭିଡିଓ ସେୟାର କରି ଆଇଏଫ୍‌ଏସ୍‌ ଅଫିସର ବଡୋଲା କ୍ୟାପସନ ମଧ୍ୟ ଲେଖିଛନ୍ତି। ସେ ଏହି ଭିଡିଓକୁ ୪ଟି ଶବ୍ଦରେ ବଢ଼ିଆ ଭାବେ ବୁଝାଇଛନ୍ତି। ସେ ଲେଖିଛନ୍ତି କି, ‘ଗୋଟିଏ ଶିକାର, ଅନେକ ଦାବିଦାର। ଓ୍ଵାଇଲ୍ଡ ଲାଇଫ୍‌ରେ ଏମିତି ହିଁ ହୋଇଥାଏ’। ଖବର ଲେଖାଯିବା ସୁଦ୍ଧା ଏହି ଭିଡିଓକୁ ୮୦୦ରୁ ଅଧିକ ଭ୍ୟୁଜ୍‌ ମିଳି ସାରିଥିବା ବେଳେ ୧୦୦ରୁ ଅଧିକ ଲାଇକ୍ସ ମିଳିଛି। ସେହିପରି ୨୦ରୁ ଅଧିକ ଲୋକ ଏହାକୁ ରିଟ୍ଵିଟ୍‌ ମଧ୍ୟ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.