Below header

ପୂଜା ଅବସରରେ ଘରେ ପ୍ରସ୍ତୁତ କରନ୍ତୁ; ବୁଟଡାଲି ପୁର ଦିଆ ସିଝା ମଣ୍ଡା ପିଠା

ବୁଟଡାଲି ପୁର ଦିଆ ସିଝା ମଣ୍ଡା ପିଠା ପ୍ରସ୍ତୁତ କରିବାକୁ ଚାହୁଁଛନ୍ତି କି? ଏହା ଯେମିତି ସ୍ବାଦିଷ୍ଟ ତିଆରି କରିବା ସେତିକି ସହଜ। ତେବେ ଆସନ୍ତୁ ଜାଣିବା କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ:

ଅରୁଆ ଚାଉଳ
ବୁଟଡାଲି
ପାଣି
ଗୁଜୁରାତି ଗୁଣ୍ଡ

ଚିନି

ଲୁଣ

ନଡିଆ
ଛେନା

ପ୍ରସ୍ତୁତି ପ୍ରଣାଳୀ

pitha

-ପ୍ରଥରେ ଅରୁଆ ଚାଉଳକୁ ପାଣିରେ ଭିଜାଇ ରଖନ୍ତୁ। କିଛି ଘଣ୍ଟା ପରେ ଏହାକୁ ଗ୍ରାଇଣ୍ଡିଂ କରି ଦିଅନ୍ତୁ।

-ଏବେ ଚାଉଳ ଗୁଣ୍ଡକୁ ଏକ ପାତ୍ରରେ କାଢି ରଖନ୍ତୁ।

-ଏହାପରେ ଏକ ପାତ୍ରରେ ବୁଟ ଡାଲିକୁ ଭଲକରି ସିଝାଇ ରଖି ଦିଅନ୍ତୁ।

-ଏହା ପରେ ପୁର ପ୍ରସ୍ତୁତ କରିବା ପାଇଁ ନଡ଼ିଆ କୋରି ଦିଅନ୍ତୁ।

-ଗ୍ୟାସ୍‌ରେ କଡ଼େଇ ବସାଇ ନଡ଼ିଆ କୋରା, ଚିନି, ଛେନା ଏବଂ ଗୁଜୁରାତି ଗୁଣ୍ଡ ପକାଇ ଭାଜି ଦିଅନ୍ତୁ।

-ଆପଣ ଏଠାରେ ଚାହିଁଲେ ଚିନି ଜାଗାରେ ଗୁଡ଼ ମଧ୍ୟ ପକାଇ ପାରିବେ।

-ଏହା ପରେ ପ୍ରସ୍ତୁତ ପୁରରେ ସିଝା ହୋଇ ରଖିଥିବା ବୁଟ ଡାଲି ପକାଇ ଗୋଳାଇ ରଖନ୍ତୁ।

-ଏହାପରେ ଗ୍ୟାସ୍‌ରେ ଏକ କଡ଼େଇରେ ପାଣି ଗରମ କରନ୍ତୁ। ସେଥିରେ ଆବଶ୍ୟକ ଅନୁସାରେ ଲୁଣ ପକାଇ ଫୁଟାନ୍ତୁ।

-ପରେ ଚାଉଳ ଚୂନା ପକାଇ ତାକୁ ଭଲ କରି ଗୋଳାନ୍ତୁ।

-ଜନ୍ତଣି ପ୍ରସ୍ତୁତି ହୋଇଯିବା ପରେ କଡ଼େଇକୁ ଚୁଲିରୁ ଓହ୍ଲାଇ ସାମାନ୍ୟ ଥଣ୍ଡା ହେବାକୁ ଦିଅନ୍ତୁ

-ଏହାପରେ ସେଥିରେ ପୂର ଦେଇ ଗୋଲ ଗୋଲ କରି ପିଠା ଗଢନ୍ତୁ।

-ଏବେ ଗ୍ୟାସ୍‌ରେ ଇଟି ଛାଞ୍ଚଳରେ ତଳେ ପାଣି ଗରମ କରନ୍ତୁ।

-ପାଣି ଫୁଟିଯିବା ପରେ ଛାଞ୍ଚ ଗୁଡ଼ିକରେ ଗଢିଥିବା ପିଠା ସବୁକୁ ରଖି ଢାଙ୍କି ଦିଅନ୍ତୁ।

-କିଛି ସମୟ ପରେ କାଢ଼ି ଆଣନ୍ତୁ।

-ପ୍ରସ୍ତୁତ ହୋଇଗଲା ବୁଟଡାଲି ପୁର ଦିଆ ମଣ୍ଡା ପିଠା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.