Below header

ପୁଣି ଜଣେ ଦେଶଦ୍ରୋହୀ ଗିରଫ : ଭାରତୀୟ ହୋଇ ପାକିସ୍ତାନକୁ ଦେଉଥିଲେ ବ୍ରହ୍ମୋସ୍ ମିଶାଇଲର ଗୁପ୍ତ ତଥ୍ୟ

ପେଶାରେ ବୈଜ୍ଞାନିକ । ଡିଆରଡିଓରେ କାର୍ଯ୍ୟରତ । କିନ୍ତୁ ହିନ୍ଦୁସ୍ତାନୀ ହୋଇ ପାକିସ୍ତାନର ଆଇଏସ୍‌ଆଇ ପାଇଁ ଗୁପ୍ତଚର କାମ କରୁଥିଲେ । ଦେଉଥିଲେ ଗୁପ୍ତ ତଥା ସୁରକ୍ଷା ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ଏଭଳି ଜଣେ ଦେଶଦ୍ରୋହୀଙ୍କୁ ଗିରଫ କରିଛି ଉତ୍ତର ପ୍ରଦେଶ ଆତଙ୍କୀ ନିରୋଦ୍ଧୀ ସ୍କ୍ୱାର୍ଡ (ଏଟିଏସ୍ ) । ଏହି ଆଇଏସଆଇ ଏଜେଂଟଙ୍କ ନାଁ ହେଉଛି ନିଶାନ୍ତ ଅଗ୍ରୱାଲ୍ । ବ୍ରହ୍ମୋସ୍ ନାଗପୁର ୟୁନିଟରେ କାର୍ଯ୍ୟରତ ନିଶାନ୍ତ । ନିଶାନ୍ତ ବିରୋଧରେ ବ୍ରହ୍ମୋସ୍ ମିଶାଇଲ୍ ସହ ଜଡିତ ଟେକନିକ୍ ଏବଂ ଅନ୍ୟାନ୍ୟ ସୁରକ୍ଷା ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପଡୋଶୀ ପାକିସ୍ତାନ ଏବଂ ଆମେରିକାକୁ ଦେଉଥିବା ଅଭିଯୋଗ ହୋଇଛି । ଜାଣି ଆଶ୍ଚର‌୍ୟ୍ୟ ହେବେ ୨୦୧୭ – ୧୮ର ଯୁବ ସାଇଣ୍ଟିଷ୍ଟ୍ ଭାବରେ ଆୱାର୍ଡ ମଧ୍ୟ ପାଇ ସାରିଛନ୍ତି ନିଶାନ୍ତ ।

ଅଧିକ ତଥ୍ୟ ପାଇଁ ନିଶାନ୍ତଙ୍କୁ ପଚରାଉଚରା କରୁଛି ଏଟିଏସ୍ । ବ୍ରହ୍ମୋସ୍ ବ୍ୟତୀତ ଅନ୍ୟ କେଉଁ କେଉଁ ସୂଚନା ଶତ୍ରୁ ଦେଶକୁ ଦିଆଯାଇଛି ତାହା ମଧ୍ୟ ଜାଣିବାକୁ ଚେଷ୍ଟା କରୁଛି ଏଟିଏସ୍ । ଉତ୍ତରାଖଣ୍ଡରେ ରହୁଥିବା ନିଶାନ୍ତ ଏହି ୟୁନିଟରେ ଗତ ୪ ବର୍ଷ ହେବ କାମ କରୁଥିଲେ  । ସିନିଅର୍‌ ସିଷ୍ଟମ ଇଞ୍ଜିନିୟର ପଦବୀରେ ଥିଲେ  ନିଶାନ୍ତ । ବ୍ରହ୍ମୋସ୍‌ ଏରୋସ୍ପେସ୍‌ ସେଣ୍ଟରର ୪୦ ଜଣିଆ ଟିମ୍‌କୁ ସେ ଲିଡ୍‌ କରୁଥିଲେ ।

ତେବେ ଗତ କିଛି ଦିନ ହେବ ଏଟିଏସର ସନ୍ଦେହ ଘେରରେ ଥିଲେ ନିଶାନ୍ତ । ଆଜି ତାଙ୍କୁ ଉତ୍ତରପ୍ରଦେଶର ଏଟିଏସ ଓ ମିଲିଟାରୀ ଇଣ୍ଟଲିଜେନ୍ସ ପକ୍ଷରୁ ରେଡ କରାଯାଇ ତାଙ୍କୁ ଧରାଯାଇଛି । ଏହାପୂର୍ବରୁ ରବିବାର ରାତିରେ ଏହି ଟିମ୍ କାନପୁରରୁ ଜଣେ ମହିଳାଙ୍କୁ ଗିରଫ କରିଥିଲେ । କିନ୍ତୁ ତାଙ୍କ ପାଖରୁ କିଛି ମିଳିନଥିଲା । ନାଗପୁରରେ ବ୍ରହ୍ମୋସ ଏୟାରସ୍ପେସ୍ ରହିଛି ଯେଉଁଠି ଭାରତ ଏବଂ ଋଷ ସାହାଯ୍ୟରେ ବ୍ରହ୍ମୋସର ନିର୍ମାଣ କରାଯାଏ ।

ଉଭୟ ଭାରତ ଓ ଋଷର ମିଳିତ ଉଦ୍ୟମରେ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ବ୍ରହ୍ମୋସ୍‌ କ୍ଷେପଣାସ୍ତ୍ର । ଏହାକୁ ଜଳ, ସ୍ଥଳ ଓ ଆକାଶ ମାର୍ଗରୁ ନିକ୍ଷେପ କରାଯାଇ ପାରିବ । ଲକ୍ଷ୍ୟଭେଦ କ୍ଷମତା ରହିଛି ୩ଶହ ମିଟର । ୨୦୦୧ ଓ ୨୦୦୨ରେ ଏହାର ସଫଳ ପରୀକ୍ଷଣ କରାଯାଇଥିଲା । ଏହାପରେ ବ୍ରହ୍ମୋସ୍‌କୁ ତିନି ସେନାରେ ସାମିଲ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.