ସାବଧାନ୍, ଜୀବନ ନେଇପାରେ ଆପଣଙ୍କ ନିତିଦିନିଆ ଏହି ୫ ଅଭ୍ଯାସ  

ଅନେକ ସମୟରେ ଆମେ ଏମିତି କିଛି ଭୁଲ୍ କରଥାଉ ଯାହା ଏକ ବଡ଼ ଘଟଣାର କାରଣ ହୋଇଯାଇଥାଏ । ଏହି ଭୁଲ୍ ସବୁ ଏତେ ଛୋଟ ହୋଇଥାଏ ଯାହା ଆମେ କେବେ ଅନୁଭବ କରିପାରୁନଥାଉ । ଯଦି ସମୟ ଥାଉ ଥାଉ ଏହି ଭୁଲ୍ ସବୁ ନସୁଧାରିବା ତେବେ ଜୀବନ ପ୍ରତି ଘାତକ ସାବ୍ଯସ୍ତ ହୋଇପାରେ । ଆସନ୍ତୁ ଜାଣିବା କଣ ଏହି ଭୁଲ୍ ।

  • ଅଧିକାଂଶ ଲୋକ ନିଜ ଛିଙ୍କକୁ ଅଟକାଇବା ପାଇଁ ଚେଷ୍ଟା କରିଥାନ୍ତି । କିନ୍ତୁ କଣ ଆପଣ ଜାଣନ୍ତି ଏହା ଆପଣଙ୍କ ପାଇଁ କେତେ ଘାତକ ହୋଇପାରେ । ଛିଙ୍କ ରୋକିବା ଦ୍ବାରା ଶରୀରର ରକ୍ତ ଧମନୀ ଫାଟିଯାଇପାରେ ।
  • ପେଟ୍ରୋଲ୍ ପକାଇବା ସମୟରେ ସେଠାରେ ଅନେକ ଧୁମ୍ରପାନ କରିଥାନ୍ତି । ହେଲେ ଆପଣଙ୍କ ଛୋଟ ଭୁଲ୍ ଯୋଗୁଁ ପେଟ୍ରୋଲ୍ ପମ୍ପରେ ନିଆଁ ଲାଗିପାରେ ।
  • ଶୀତ ଦିନେ ଗରମ ରଖିବା ପାଇଁ ରାତିସାରା ରୁମରେ ହିଟର୍ ଜଳାଇ ରଖିଥାନ୍ତି ଅନେକ ଲୋକ । କିନ୍ତୁ ଏପରି କଲେ ରୁମରେ ଅକ୍ସିଜେନ୍ ଅଭାବ ହୋଇଯାଏ । ତେଣୁ ଶୋଇବାକୁ ଯିବା ବେଳେ ହିଟରକୁ ନିଶ୍ଚୟ ବନ୍ଦ କରନ୍ତୁ ।
  • ଟ୍ରେନ ଆସିବା ବେଳେ ଶୀଘ୍ର ଚଢିବା ପାଇଁ ରେଳ ଧାରଣା ନିକଟରେ ଛିଡା ହୋଇଥାନ୍ତି ଅନେକ । କିନ୍ତୁ ଏପରି କରିବା ଅନୁଚିତ୍ । କାରଣ ଭିଡରେ ଧକ୍କା ଲାଗିଲେ ଟ୍ରେନ ସାମ୍ନାରେ ପଡିଯିବେ ।
  • ସେହିପରି ଫୋନକୁ ଚାର୍ଜରେ ବସାଇ କଥା ଅଧିକାଂଶ ଲୋକଙ୍କ ଅଭ୍ଯାସ ରହିଛି । ଯଦି ଆପଣ ବି ଏମିତି କରୁଛନ୍ତି ତେବେ ସାବଧାନ୍ ହୋଇଯାଆନ୍ତୁ । କାରଣ ଏପରି କଲେ ଫୋନରେ ଧମାକା ହେବାର ଆଶଙ୍କା ଥାଏ ।

କହିବାକୁ ତ ଏସବୁ କଥା ଖୁବ୍ ଛୋଟ କିନ୍ତୁ ଏହା ଉପରେ ଧ୍ୟାନ ନଦେଲେ ବଡ଼ ଦୁର୍ଘଟଣା ହୋଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.