ଗାଜା ଉପରେ ଇସ୍ରାଏଲର ଏୟାରଷ୍ଟ୍ରାଇକ: ୨୪ ମୃତ, ୨୦୩ ଆହତ

ଗାଜା ଉପରେ ଏୟାରଷ୍ଟ୍ରାଇକ କରିଛି ଇସ୍ରାଏଲ। ଏହି ଆକ୍ରମଣରେ ମୃତକଙ୍କ ସଂଖ୍ୟା ୨୪ରେ ପହଞ୍ଚିଛି। ଏହାଛଡା ୨୦୩ ଲୋକ ଆହତ ହୋଇଛନ୍ତି ବୋଲି ସୂଚନା ଦେଇଛି ଫିଲିସ୍ଥାନୀ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ। ଏଥିରେ ୬ ପିଲା ଏବଂ ମହିଳା ସାମିଲ ରହିଛନ୍ତି। ଜବାବରେ ରକେଟ୍ ମାଡ଼ କରିଛି ପାଲେଷ୍ଟାଇନ। ଇସ୍ରାଏଲ ପକ୍ଷରୁ ଗାଜାର ସାଧାରଣ ଲୋକ ରହୁଥିବା ଇଲାକାରେ ବି ବୋମାମାଡ କରାଯାଇଛି । ସେହିପରି ଗାଜାରେ ଥିବା ଏକମାତ୍ର ପାଓ୍ଵରପ୍ଲାଣ୍ଟ ଉପରେ ଇସ୍ରାଏଲ ଆକ୍ରମଣ କରିବାରୁ ତାହା ବନ୍ଦ ହୋଇଯାଇଛି।

ଆକ୍ରମଣ ସମ୍ପର୍କରେ ଇସ୍ରାଏଲ ପକ୍ଷରୁ କୁହାଯାଇଛି ଯେ, ଇସଲାମିକ ଜିହାଦ ପକ୍ଷରୁ ଆକ୍ରମଣ କରିବାକୁ ଯୋଜନା କରାଯାଉଥିଲା । କିନ୍ତୁ ଆଗୁଆ ସେମାନଙ୍କୁ ଆକ୍ରମଣ କରି ଏହି ଷଡ଼ଯନ୍ତ୍ରକୁ ପଣ୍ଡ କରିଛି ଇସ୍ରାଏଲ । ଏୟାରଷ୍ଟ୍ରାଇକରେ ୨୪ ଜଣ ମୃତ୍ୟୁବରଣ କରିଛନ୍ତି, ୨୦୩ ରୁ ଅଧିକ ଆହତ ହୋଇଛନ୍ତି ।

ଏହା ପୂର୍ବରୁ ଇସ୍ରାଏଲର ସୁରକ୍ଷା ବଳ ଗାଜାରେ ଇସଲାମିକ ଜିହାଦ ଆନ୍ଦୋଳନ ବିପକ୍ଷରେ ଏୟାର ଷ୍ଟ୍ରାଇକ କରିବା ପରେ ବ୍ରେକିଂ ଡ୍ରୋନ୍‌ ଅପରେସନ କରିଥିଲା। ଯେଉଁଥିରେ ୧୦ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ ଲୋକ ଆହତ ହୋଇଥିଲେ।
ଇସ୍ରାଏଲ ପ୍ରଧାନମନ୍ତ୍ରୀ ୟାଇର ଲାପିର କହିଛନ୍ତି ଯେ, ତାଙ୍କ ଦେଶବାସୀଙ୍କ ସୁରକ୍ଷା ପାଇଁ ଯାହା ଆବଶ୍ୟକ ତାହା କରାଯିବ । ଶୁକ୍ରବାରଦିନ ଇସ୍ରାଏଲ ବାୟୁସେନା ପକ୍ଷରୁ ଗାଜା ସହର ଉପରେ ଏୟାରଷ୍ଟ୍ରାଇକ ଆରମ୍ଭ କରାଯାଇଥିଲା । ତାହା ସାରାରାତି ଜାରି ରହିଥିଲା । ଇସଲାମିକ ଚରମପନ୍ଥୀଙ୍କ ଠିକଣାଗୁଡ଼ିକୁ ଲକ୍ଷ୍ୟ କରି ଏହି ଏୟାରଷ୍ଟ୍ରାଇକ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.