Below header

ଗୃହରକ୍ଷୀଙ୍କୁ ରାଜ୍ୟ ସରକାରଙ୍କ ଭେଟି : ଡ୍ୟୁଟି କଲ୍‌ ଅପ୍‌ ଆଲାଉନ୍ସ ୯ ହଜାରରୁ ୧୨ ହଜାର ୪୮୦ ଟଙ୍କାକୁ ବୃଦ୍ଧି

ଭୁବନେଶ୍ୱର(କେନ୍ୟୁଜ୍): ଗୃହରକ୍ଷୀ ମାନଙ୍କ ଡ୍ୟୁଟି କଲ୍‌ ଅପ୍‌ ଆଲାଉନ୍ସ ୩୮ ପ୍ରତିଶତ ବୃଦ୍ଧି । ରାଜ୍ୟ ସରକାର ୩୮ ପ୍ରତିଶତ ବୃଦ୍ଧି କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ପୂର୍ବରୁ ଗୃହରକ୍ଷୀଙ୍କ ଡ୍ୟୁଟି କଲ୍‌ ଅପ୍‌ ଆଲାଉନ୍ସ ୯ ହଜାର ଟଙ୍କା ମିଳୁଥିଲା । ଏହାକୁ ଦୈନିକ ୪୧୬ ଟଙ୍କାକୁ ବୃଦ୍ଧି କରାଯାଇଛି । ଏହାଦ୍ୱାରା ମାସିକ ୧୨ ହଜାର ୪୮୦ ଟଙ୍କା ମିଳିବ । ଏହାସହ ପୂର୍ବରୁ ମିଳୁଥିବା ଅନ୍ୟାନ୍ୟ ଭତ୍ତା ପୂର୍ବ ଭଳି ମିଳିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.