Below header

ସାମ୍ନାକୁ ଆସୁଛି ନୂଆ ନୂଆ ତଥ୍ୟ: OSLର କର୍ମଚାରୀ ତୌସିଫ ଖାନ୍‌ ସିବିଆଇରେ ହାଜର

ଭୁବନେଶ୍ୱର(କେନ୍ୟୁଜ୍): ପାରାଦୀପ ପୋର୍ଟ ଲାଞ୍ଚ ମାମଲାରେ ସିବିଆଇ ତଦନ୍ତ ଆଗକୁ ବଢ଼ିବା ସହ ବଢୁଛି ଗିରଫଦାରୀ ସଂଖ୍ୟା । ଏଯାଏ ୬ ଜଣଙ୍କୁ ଗିରଫ କରିସାରିଲାଣି ସିବିଆଇ । ସମସ୍ତଙ୍କୁ ମୁହାଁମୁହିଁ ଜେରା ଚାଲିଛି । ଶିଳ୍ପପତି ମହିମା ମିଶ୍ରଙ୍କ ସାନପୁଅ ଚର୍ଚ୍ଚିତ ଓ ବିଲଡର ଶିଶିର ଦାସଙ୍କୁ ଗିରଫ ପରେ ରିମାଣ୍ଡରେ ନେଇଛି ସିବିଆଇ ।

ତଦନ୍ତରୁ ଲାଞ୍ଚ କାରବାର ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଥିବା ବେଳେ ରାଡାରରେ ଆଉ କିଛି ଅଛନ୍ତି । ଗତକାଲି ରାତିରେ ଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡର ଜଣେ କର୍ମଚାରୀ ତୌସିଫ ଖାନ୍‌ ସିବିଆଇରେ ହାଜର ହୋଇଛନ୍ତି । ସେ ଲିଗାଲ୍‌ ଡିପାର୍ଟମେଣ୍ଟରେ କାମ କରନ୍ତି । ତାଙ୍କୁ ପଚରାଉଚରା କରୁଛ ସିବିଆଇ ।

ଏଫଆଇଆରରେ OSLର ଡିଜିଏମ ଅପରେସନ ସୂର୍ଯ୍ୟ ନାରାୟଣ ସାହୁ ସୁମନ୍ତଙ୍କୁ ତୌସିଫଙ୍କ ସହ ଭେଟିବାକୁ କହିଥିଲେ ବୋଲି ଅଭିଯୋଗ ହୋଇଛି । ସେଥିପାଇଁ ସିବିଆଇରେ ହାଜର ହୋଇଛନ୍ତି ତୌସିଫ । ସେହିପରି KCT ଗ୍ରୁପର ବେଦପ୍ରିୟ ମହାନ୍ତିଙ୍କୁ ଖୋଜୁଛି ସିବିିଆଇ । ଲାଞ୍ଚ କାରବାର ମାମଲାରେ ଦେବପ୍ରିୟ ମଧ୍ୟସ୍ଥି ଭାବେ କାମ କରୁଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.