ହମାସ୍‌ର ‘ସଂସଦ’କୁ କବ୍‌ଜା କଲା ଇସ୍ରାଏଲ୍‌ ସେନା, ସୈନିକମାନେ ଉଡ଼ାଇଲେ ନିଜ ଦେଶର ପତାକା

ଗାଜାରେ ହମାସର ଅଣ୍ଟା ଭାଙ୍ଗିଦେଇଛି ଇସ୍ରାଏଲ। ଗାଜାର ଅଧିକାଂଶ ଅଂଶକୁ କବ୍‌ଜା କରିଛି ଇସ୍ରାଏଲ୍ ସେନା। ବର୍ତ୍ତମାନ ଗାଜାରେ ଇସ୍ରାଏଲର ସୈନିକମାନେ ହମାସର ସଂସଦରେ ପହଞ୍ଚିଛନ୍ତି। ଇସ୍ରାଏଲ ସେନା ଏକ ଫଟୋ ସେୟାର କରିଛି, ଯେଉଁଥିରେ ସୈନିକମାନେ ହମାସ୍ ସଂସଦରେ ନିଜ ଦେଶର ପତାକା ଉଡ଼ାଉଥିବା ନଜର ଆସୁଛନ୍ତି।

ଇସ୍ରାଏଲ୍ ସେନାର ଯବାନମାନେ ହମାସ ସଂସଦରେ ସ୍ପିକରଙ୍କ ଚେୟାରରେ ବସିଥିବାର ଦେଖାଯାଉଛନ୍ତି। ଏହାସହିତ ଇସ୍ରାଏଲ୍ ପତାକା ଉଡ଼ାଉଛନ୍ତି। ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ୟୋଭ ଗାଲାଣ୍ଟ କହିଛନ୍ତି, ସୈନିକମାନେ ପ୍ଲାନ୍‌ ମୁତାବକ କାର୍ଯ୍ୟ କରୁଛନ୍ତି ଏବଂ ଗୁପ୍ତଚର ସୂଚନା ଆଧାରରେ ସଠିକ୍‌ ଭାବରେ ହମାସକୁ ଶେଷ କରୁଛନ୍ତି। ଏହି ସମୟରେ ବାୟୁ, ସମୁଦ୍ର ଏବଂ ଗ୍ରାଉଣ୍ଡ୍‌ ଫୋର୍ସ ସମନ୍ୱୟ ସହିତ ମିଶନକୁ କାର୍ଯ୍ୟକାରୀ କରୁଛନ୍ତି।

ସେ କହିଛନ୍ତି, ହମାସ ପାଖରେ ଏମିତି କୌଣସି ଶକ୍ତି ନାହିଁ, ଯାହା IDFକୁ ଅଟକାଇ ପାରିବ। IDF ପ୍ରତ୍ୟେକ ସମୟରେ ଆଗକୁ ବଢ଼ୁଛି। ହମାସ ଗାଜା ଉପରେ ନିୟନ୍ତ୍ରଣ ହରାଇଛି। ଆତଙ୍କବାଦୀମାନେ ଦକ୍ଷିଣ ଆଡ଼କୁ ପଳାୟନ କରୁଛନ୍ତି। ସାଧାରଣ ନାଗରିକ ହମାସର ଠିକଣାକୁ ଲୁଟୁଛନ୍ତି ଏବଂ ସରକାରଙ୍କ ଉପରେ ସେମାନଙ୍କର କୌଣସି ଭରସା ନାହିଁ।

ଇସ୍ରାଏଲ୍ ସେନା କହିଛି, IDF ହମାସର ୨୪ଟି ବାଟାଲିୟନ ମଧ୍ୟରୁ ୧୦ଟିକୁ ଧ୍ୱଂସ କରିଦେଇଛି। ଅକ୍ଟୋବର ୭ରେ ହମାସ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା।