ପୁଣି ଇତିହାସ ରଚିବା ଲକ୍ଷ୍ୟରେ ଇସ୍ରୋ, ଆସନ୍ତାକାଲି ମହାକାଶକୁ ଯିବ PSLV C46 ରକେଟ୍

ଇତିହାସ ରଚିବା ଲକ୍ଷ୍ୟରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ବା ଇସ୍ରୋ। ଆସନ୍ତାକାଲି ମହାକାଶକୁ ଯିବ ରାଡାର୍ ଇମେଜିଂ ଉପଗ୍ରହ ରିସେଟ୍-2B ସାଟେଲାଇଟ୍। ଏହାକୁ PSLV C46 ରକେଟରେ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟା ସ୍ଥିତ ସତୀଶ ଧଓ୍ଵନ ସ୍ପେସ୍ ସେଣ୍ଟରର ଏକ ନମ୍ବର ଲଞ୍ଚ ପ୍ୟାଡ୍ରୁ ସକାଳ ୫ଟା ୨୭ ମିନିଟରେ ଉତକ୍ଷେପଣ କରାଯିବ।

ଏଥିପାଇଁ ଆରମ୍ଭ ହୋଇଛି କାଉଣ୍ଟ ଡାଉନ୍। ଏହା PSLV ର ୪୮ତମ ଉଡ଼ାଣ ହେବ। ରିସେଟ୍-2Bକୁ PSLV C46 ରକେଟ୍ ପୃଥିବୀର ୫୫୭ କିଲୋମିଟର କକ୍ଷ ପଥରେ ଅବସ୍ଥାପିତ କରିବ। ଏହା ସାଟେଲାଇଟର ଓଜନ ପାଖାପାଖି ୬୧୫ କିଲୋଗ୍ରାମ୍। ଏହାକୁ ୫ ବର୍ଷିୟ ମିଶନରେ ପଠାଯାଇଛି। ମିଶନ ସଫଳ ହେଲେ ପାଣିପାଗ ସ୍ଥିତି ସମ୍ପର୍କରେ ଆଗୁଆ ସୂଚନା ମିଳିପାରିବ।

Leave A Reply

Your email address will not be published.