Below header

ପୁଣି ଓଡ଼ିଶା ସରକାରକୁ ଫେରିବ କି ବିଜେଡି ? ଜାଣନ୍ତୁ କଣ କହୁଛି ଜନମତ

କାହା ସପକ୍ଷରେ ଯିବ ଓଡ଼ିଶାର ଜନମତ । ପୁଣି ସରକାରକୁ ଫେରିବ କି ବିଜେଡି ? ବିଭିନ୍ନ ସଂସ୍ଥାର ଏକଜିଟ୍ ପୋଲ୍ କହୁଛି, ଓଡ଼ିଶାରେ ପୁଣି ଥରେ ବିଜେଡି ସରକାର କରିବ । ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ହେବେ ନବୀନ ପଟ୍ଟନାୟକ । ଦଳ ଦୃଢୋକ୍ତି ଦେଖାଇଛି, ଦୁଇ ତୃତୀୟାଂଶ ବହୁମତ ମିଳିବ । ରାଜ୍ୟରେ ସରକାର ଗଠନ ସହ ସାଂସଦ ପ୍ରାର୍ଥୀଙ୍କ କ୍ଷେତ୍ରରେ ମଧ୍ୟ ଅଧିକ ସଫଳତା ମିଳିବ ।

ସେପଟେ ଫେଲ୍ ମାରିବ କି ଓଡ଼ିଶା ପାଇଁ ବିଜେପିର ମିଶନ ୧୨୦ ପ୍ଲସ ? ପଞ୍ଚାୟତ ନିର୍ବାଚନ ପରେ ରାଜ୍ୟରେ ମିଶନ ୧୨୦ ପ୍ଲସର ନାରା ଦେଇଥିଲେ ବିଜେପି ନେତୃତ୍ୱ । ନିର୍ବାଚନ ପରେ ସମସ୍ତ ଏକଜିଟ୍ ପୋଲରେ ବିଜେପିର ମିଶନକୁ ଧକ୍କା ଲାଗିଲା ଭଳି ଆସିଛି ତଥ୍ୟ । କିନ୍ତୁ ରାଜ୍ୟ ବିଜେପି ନେତା ମିଶନ ୧୨୦ ପ୍ଲସକୁ ନେଇ ନିରବ । ସେପଟେ ବିଜେପି ଏଥର ଦ୍ୱିତୀୟ ସ୍ଥାନରୁ ଉଠିବା ସମ୍ଭାବନା ଥିବା ବେଳେ ଖସିପାରେ କଂଗ୍ରେସର ଆସନ । ତେବେ ମେ ୨୩ ତାରିଖରେ ଏକଜାଟ୍ ରେଜଲ୍ଟ କହିବ ରାଜ୍ୟରେ କାହାକୁ କେତେ ଆସନ ମିଳିବ । ଜନାଦେଶ କାହା ସପକ୍ଷରେ ଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.