Below header

ବେଟିଂ ବଜାର ସରଗରମ, ବିଜେପି ଓ ଏନ୍‌ଡିଏକୁ ସଂଖ୍ୟାଗରିଷ୍ଠତା ନେଇ ଆକଳନ

ନୂଆଦିଲ୍ଲୀ : ମଝିରେ ଆଉ ଦିନଟିଏ । ଦେଶର ଭାଗ୍ୟ ନିର୍ଦ୍ଧାରଣ କରୁଥିବା ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ ଲୋକମତ ଅନୁସାରେ । ଭୋଟ୍‌ ଗଣତି ହେବ ୨୩ ତରିଖ ଦିନ । ଏହା ପୂର୍ବରୁ ସବୁ ଗଣମାଧ୍ୟମ ଏକଜିଟ୍‌ ପୋଲ୍‌ କରି ସେମାନଙ୍କ ମତାମତ ଜାହିର କରି ସାରିଲେଣି । ପ୍ରାୟତଃ ସମସ୍ତେ ବିଜେପି ବା ଏନ୍‌ଡିଏକୁ ସଂଖ୍ୟାଗରିଷ୍ଠତା ମିଳିବ ବୋଲି ମତ ଦେଇ ସାରିଛନ୍ତି । ସେପଟେ ବେଟିଂ ବା ସଟ୍ଟା ବଜାର ମଧ୍ୟ ଆକଳନକୁ ନେଇ ସରଗରମ । ରାଜସ୍ଥାନ ସମେତ ଦେଶର ଅନେକ ଜାଗାରେ ଏହାକୁ ନେଇ ବିପୁଳ ପରିମାଣର ବେଟିଂ ଚାଲିଛି ।
ରାଜସ୍ଥାନର ବେଟିଂ ମାର୍କେଟ୍‌ ଅନୁଯାୟୀ ଲୋକସଭାରେ ବିଜେପିକୁ ୨୩୮ରୁ ୨୪୫, ମୁମ୍ବାଇ ବଜାର ଅନୁସାରେ ୩୦୦ରୁ ଅଧିକ ଆସନ ମିଳିବ । ସବୁ ବେଟିଂ ମାର୍କେଟ୍‌ ପୁଣି ମୋଦି ପ୍ରଧାନମନ୍ତ୍ରୀ ହେବେ ବୋଲି ଆକଳନ କରିଛନ୍ତି । ଅବଶ୍ୟ ମୁମ୍ବାଇକୁ ଛାଡ଼ି ଅନ୍ୟ ସବୁ ଜାଗାରୁ ଆସନ ସଂଖ୍ୟା ୩୦୦ରୁ କମ୍‌ ହେବ ବୋଲି କୁହାଯାଇଛି । ମୁମ୍ବଇ ବେଟିଂ ମାର୍କେଟ୍‌ ଆକଳନ କରିଛି, କଂଗ୍ରେସକୁ ଅତି ବେଶିରେ ୧୫୦ଟି ଆସନ ମିଳିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.