Below header

ଏହି ଗମ୍ଭୀର ରୋଗରେ ପୀଡିତ ଅନୁଷ୍କା ଶର୍ମା, ତଥାପି ସ୍ବାମୀ ବିରାଟଙ୍କୁ ଚିୟର କରିବାକୁ ଯିବେ ବିଶ୍ବକପ

ମୁମ୍ବାଇ : ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ବିଗତ କିଛି ଦିନ ହେବ ଏକ ଗମ୍ଭୀର ରୋଗରେ ପୀଡିତ ଅଛନ୍ତି। ନିକଟରେ ସୋସିଆଲ ମିଡିଆ ଆକାଉଣ୍ଟରେ ତାଙ୍କର କିଛି ଫଟୋ ଭାଇରାଲ ହେଇଥିଲା ଯେଉଁଥିରେ ସେ ଏକ କ୍ଳିନିକ୍ ବାହାରେ ନଜର ଆସିଥିଲେ। ରିପୋର୍ଟ ମୁତାବକ, ଅନୁଷ୍କା ଏକ ଗମ୍ଭୀର ରୋଗରେ ଅନେକ ଦିନ ହେଲା ପୀଡିତ ରହିଛନ୍ତି କିନ୍ତୁ ଆଜିକାଲି ତାଙ୍କୁ ଏନେଇ କିଛି ଅଧିକ ଅସୁବିଧା ହେଉଛି।

anuska

ମିଡିଆ ରିପୋର୍ଟ ମୁତାବକ, ଅନୁଷ୍କା ବଲଜିଂ ଡିସ୍କ ନାମକ ଏକ ରୋଗରେ ପୀଡିତ ଅଛନ୍ତି। ଏହି ରୋଗରେ ଅଣ୍ଟା ହାଡରେ ଯନ୍ତ୍ରଣା ଅନୁଭୁତ ହେବା ସହ ବସିବା ଉଠିବାରେ ଅସୁବିଧା ହୋଇଥାଏ। ଗୋଟିଏ ସ୍ଥାନରେ ଅଧିକ ସମୟ ବସି ରହିବା ଦ୍ବାରା ଏହି ରୋଗ ହୋଇଥାଏ। ତେବେ ଏହି ରୋଗ ଦ୍ବିତୀୟ ଥର ପାଇଁ ଅନୁଷ୍କାଙ୍କୁ ଏତେ ଯନ୍ତ୍ରଣା ଏତେ ଯନ୍ତ୍ରଣା ଦେଉଥିବା ଜଣାପଡିଛି।

ରୋଗରେ ପୀଡିତ ରହିବା ପରେ ମଧ୍ୟ ଅନୁଷ୍କା ମେ ୩୦ରେ ଆରମ୍ଭ ହେବାକୁ ଥିବା ବିଶ୍ବକପରେ ସ୍ବାମୀ ବିରାଟଙ୍କ ସହ ଲଣ୍ଡନ ଯିବାପାଇଁ ପ୍ରସ୍ତୁତ ହେଉଛନ୍ତି। କାରଣ ଅନୁଷ୍କା ଚାହୁଁନାହାନ୍ତି ତାଙ୍କ ଦେହ ଖରାପ କାରଣରୁ ବିରାଟ ଧ୍ୟାନ ଖେଳ ଉପରୁ ହଟୁ ଅଥବା ତାଙ୍କ ଖେଳରେ କୌଣସି ପ୍ରକାରର ବାଧା ଦେଖାଯାଉ।

vruska

ତେବେ ଅନୁଷ୍କା କିଛି ଦିନ ପାଇଁ ଫିଲ୍ମରୁ ଦୂରେଇ ରହିଛନ୍ତି। ସେ କିଛି ଫିଲ୍ମ ସାଇନ କରିବା ପୂର୍ବରୁ ତାହା ବିଷୟରେ ସଠିକ୍ ଭାବେ ଚିନ୍ତା କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ତେବେ ତାଙ୍କ ଆଗାମୀ ଫିଲ୍ମର କୌଣସି ସୂଚନା ମିଳିନଥିବା ବେଳେ ଆଗକୁ ବିରାଟଙ୍କ ସହ ବିଶ୍ବକପରେ ମ୍ୟାଚ ଗୁଡିକରେ ତାଙ୍କୁ ଦେଖିବାକୁ ମିଳିବ ବୋଲି ସୂଚନା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.