କେବଳ ସୌନ୍ଦର୍ଯ୍ୟ ନୁହେଁ ଭାଗ୍ୟକୁ ମଧ୍ୟ ସଜାଡି ଦେଇଥାଏ ସିନ୍ଦୁର, ଜାଣନ୍ତୁ କେମିତି?

ସନାତନ ପରମ୍ପରାରେ ହେଉଥିବା ସବୁ ପୂଜାରେ କୁମକୁମ ବା ସିନ୍ଦୂର ପ୍ରୟୋଗ ଅବଶ୍ୟ କରାଯାଇଥାଏ । କେବଳ ପୂଜା ନୁହେଁ ଅନ୍ୟ ସବୁ ମାଙ୍ଗଳିକ କାର୍ଯ୍ୟରେ ମଧ୍ୟ ଏହି ସିନ୍ଦୂରର ବ୍ୟବହାର କରାଯାଇଥାଏ । ଶକ୍ତି ସାଧନାରେ ତ ସିନ୍ଦୂରର ପ୍ରୟୋଗ ବିଶେଷ ରୂପେ କରାଯାଇଥାଏ । ପୂଜା ଥାଳିରେ ବିଶେଷ ଭାବେ ରଖାଯାଇଥିବା ସିନ୍ଦୂରର ନା କେବଳ ଧାର୍ମିକ ବରଂ ବୈଜ୍ଞାନିକ ମହତ୍ତ୍ବ ମଧ୍ୟ କରିଛି ।

ସିନ୍ଦୂରର ବୈଜ୍ଞାନିକ ମହତ୍ତ୍ବ:

sindoorପୂଜାରେ ପ୍ରୟୋଗ ପାଇଁ ଅଣାଯାଇଥିବା ସିନ୍ଦୂର ଏକ ପ୍ରକାର ଔଷଧ ଅଟେ । ଯାହାର ପ୍ରୟୋଗ ଆୟୁର୍ବେଦରେ ତ୍ବଚା ସମ୍ବନ୍ଧୀୟ ସମସ୍ୟାକୁ ଦୁର କରିବା ପାଇଁ କରାଯାଇଥାଏ । ମଥାରେ ସିନ୍ଦୁର ଲଗାଇବା ଦ୍ବାରା ସେବଳ ସୌନ୍ଦର୍ଯ୍ୟ ବଢାଇ ନଥାଏ ବରଂ ମନର ଏକାଗ୍ରତା ମଧ୍ୟ ବଢାଇଥାଏ ।

ଷୋହଳ ସୃଙ୍ଗାର ସହିତ ଜଡିତ ସିନ୍ଦୂର :

sindoor womenସ୍ତ୍ରୀମାନଙ୍କର ଷୋହଳ ସୃଙ୍ଗାରର ସମ୍ବନ୍ଧ କେବର ତାଙ୍କର ସୁନ୍ଦରତାରେ ନୁହେଁ ବରଂ ଘରର ସୁଖ ଏବଂ ସମୃଦ୍ଧି ସହିତ ମଧ୍ୟ ଜଡିତ । ସୌଭାଗ୍ୟକୁ ବଢାଉଥିବା ଏହି ଷୋହଳ ସୃଙ୍ଗାରରେ ସିନ୍ଦୂରର ବିଶେଷ ମହତ୍ତ୍ବ ରହିଛି । ବିବାହିତା ନାରୀମାନଙ୍କ ଦ୍ବାରା ସିନ୍ଦୂର ନିଜର ମଥାରେ ଲଗାଇବା ଅତ୍ୟନ୍ତ ଶୁଭ ହୋଇଥାଏ ।

ଶୁଭ ଏବଂ ସୌଭାଗ୍ୟର ପ୍ରତୀକ ସିନ୍ଦୁର :

sindurକୌଣସି ବି ପୂଜାରେ ସିନ୍ଦୂରର ବିଶେଷ ମହତ୍ତ୍ବ ରହିଥାଏ । ଶକ୍ତି ସାଧନାରେ ସିନ୍ଦୂର ଅନନ୍ତ କ୍ରାନ୍ତି ପ୍ରଦାନ କରୁଥିବା ପବିତ୍ର ପଦାର୍ଥ ମାନଙ୍କ ମଧ୍ୟରେ ଧରାଯାଇଥାଏ । ଯାହା ସ୍ତ୍ରୀ ମାନଙ୍କର ସମସ୍ତ ଇଚ୍ଛା ପୂରଣ କରିଥାଏ । ସିନ୍ଦୁରର ଲାଲ ରଙ୍ଗ ଶୁଭ,ଉତ୍ସାହ, ଏବଂ ସାହସର ପ୍ରତିକ ଅଟେ । ମଥାରେ ଏହାକୁ ଲଗାଇବା ଦ୍ବାରା ଚିନ୍ତା ଦୂର ହୋଇ ପ୍ରସନ୍ନତା ମିଳିଥାଏ । ରବିବାର ଦିନ ତମ୍ବା ଢାଳରେ ସିନ୍ଦୁର ଏବଂ ଅକ୍ଷତ ମିଳାଇ ସୂର୍ଯ୍ୟ ଦେବତାଙ୍କୁ ଅର୍ଘ ଦେବା ଦ୍ବାରା ଆତ୍ମବିଶ୍ବାସ ଏବଂ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ ।

ଶିବ ପୂଜାରେ ହୋଇନଥାଏ ପ୍ରୟୋଗ :

sivlingସିନ୍ଦୂରକୁ ଶୁଭ ଏବଂ ସୌଭାଗ୍ୟର ପ୍ରତୀକ ବୋଲି ଧରାଯାଇଥାଏ । କିନ୍ତୁ ଧ୍ୟାନ ରଖନ୍ତୁ କି ଶିବ ପୂଜାରେ ସିନ୍ଦୂର ନିଷେଧ ଅଟେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.