ନୂଆବର୍ଷରେ ଲଞ୍ଚ ହେଲା XPoSat ସାଟେଲାଇଟ୍, ବ୍ଲାକହୋଲ ସମ୍ପର୍କରେ ସଂଗ୍ରହ କରିବ ତଥ୍ୟ

ଶ୍ରୀହରିକୋଟା ସ୍ପେସ ସେଣ୍ଟରରୁ ଲଞ୍ଚ ହୋଇଛି ଦେଶର ପ୍ରଥମ ଏକ୍ସରେ ପୋଲାରିମିଟର ଉପଗ୍ରହ XPoSat । PSLV-C 58 ଜରିଆରେ ଲଞ୍ଚ କରାଯାଇଛି । ଏହି ଉପଗ୍ରହ ମହାକାଶରେ ଘଟୁଥିବା ଏକ୍ସରେ କିରଣର ତଥ୍ୟ ସଂଗ୍ରହ କରି ବ୍ଲାକ ହୋଲ ଓ ନ୍ୟୁଟ୍ରନ ତାରକାର ଅଧ୍ୟୟନ କରିବ ।

ନୂଆବର୍ଷରେ ISROର ପ୍ରଥମ ମହାକାଶ ଅଭିଯାନ । ଲଞ୍ଚ ହେଲା XPoSat ସାଟେଲାଇଟ୍ । ସାଟେଲାଇଟ୍ ଓ ଅନ୍ୟ ୧୦ ପେଲୋଡ୍ ର ମଧ୍ୟ ଉତକ୍ଷେପଣ କରାଯାଇଛି । ଶ୍ରୀହରିକୋଟା ସ୍ପେସ ସେଣ୍ଟରରୁ ସକାଳ ୯ ଟା ୩୦ ମିନିଟ ସମୟରେ ଲଞ୍ଚ ହୋଇଛି ଦେଶର ପ୍ରଥମ ଏକ୍ସରେ ପୋଲାରିମିଟର ଉପଗ୍ରହ XPoSat । PSLV-C 58 ଜରିଆରେ ଲଞ୍ଚ କରାଯାଇଛି ।

ଏହି ଉପଗ୍ରହ ମହାକାଶରେ ଘଟୁଥିବା ଏକ୍ସରେ କିରଣର ତଥ୍ୟ ସଂଗ୍ରହ କରି ବ୍ଲାକ ହୋଲ ଓ ନ୍ୟୁଟ୍ରନ ତାରକାର ଅଧ୍ୟୟନ କରିବ । ୫ ବର୍ଷ ଧରି ବ୍ଲାକ ହୋଲ ସମ୍ପର୍କରେ ସଂଗ୍ରହ କରିବ ତଥ୍ୟ ।  ବ୍ରହ୍ମାଣ୍ଡର ସବୁଠାରୁ ଉଜ୍ଜଳତମ ୫୦ଟି ସ୍ରୋତର ଅଧ୍ଯୟନ କରିବାକୁ ଲକ୍ଷ୍ୟ ରହିଛି । ଏହି ସ୍ରୋତଗୁଡ଼ିକ ମଧ୍ୟରେ ପଲସର, ବ୍ଲାକହୋଲ ଏକ୍ସ-ରେ ବାଇନାରି, ସକ୍ରିୟ ଗାଲାକ୍ଟିକ ନ୍ୟୁକ୍ଲେଇ, ନ୍ୟୁଟ୍ରନ ତାରକା ଓ ଅଣତାପଜ ସୁପରନୋଭା ଅବଶେଷ ରହିଛି ।

ଏକ୍ସପୋ ସାଟ ୫ବର୍ଷ ପର୍ଯ୍ୟନ୍ତ ମହାକାଶରେ କାର୍ଯ୍ୟକ୍ଷମ ରହିବ । ଉତକ୍ଷେପଣର ପ୍ରାୟ ୨୨ ମିନିଟ୍ ପରେ ଏକ୍ସପୋସ୍ୟାଟ୍ ଉପଗ୍ରହ ନିର୍ଦ୍ଦିଷ୍ଟ କକ୍ଷପଥରେ ପହଞ୍ଚିବ । ଉପଗ୍ରହରେ ରହିଛି ଦୁଇଟି ପେଲୋଡସ୍। ପ୍ରଥମଟି POLIX ଏବଂ ଦ୍ୱିତୀୟଟି XSPECT । ପୋଲିକ୍ସ ଏହି ଉପଗ୍ରହର ମୁଖ୍ୟ ପେଲୋଡ୍ ସ । ୨୦୧୭ରେ ଏହି ମିସନର ଆରମ୍ଭ ହୋଇଥିଲା । ମିସନରେ ଖର୍ଚ୍ଚ ହେବ ପ୍ରାୟ ୯କୋଟି ୫୦ଲକ୍ଷ ଟଙ୍କା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.