ପ୍ରେମିକା ପାଇଁ ୯୦୦ କୋଟି ଟଙ୍କାର ସଂପତ୍ତି ଛାଡି ଚାଲିଗଲେ ଇଟାଲୀର ପୂର୍ବତନ ପ୍ରଧାନମନ୍ତ୍ରୀ

ଇଟାଲୀର ପୂର୍ବତନ ପ୍ରଧାନମନ୍ତ୍ରୀ ସିଲଭିଓ ବୁର୍ଲସ୍କୋନି ନିଜ ପ୍ରେମିକା ପାଇଁ ୯୦୦ କୋଟି ଟଙ୍କାର ସଂପତ୍ତି ଛାଡି ଯାଇଛନ୍ତି । ୨୦୨୦ରୁ ପ୍ରେମିକା ମାର୍ଟା ସହିତ ପ୍ରେମ ସଂପର୍କରେ ରହିଥିଲେ ବର୍ଲୁସ୍କୋନି । ଏବେ ତାଙ୍କ ମୃତ୍ୟୁ ପରେ ୯୦୦ କୋଟି ଟଙ୍କାର ମାଲିକାଣୀ ହେଲେ ପ୍ରେମିକା ।

ଇଟାଲୀର ପୂର୍ବତନ ପ୍ରଧାନମନ୍ତ୍ରୀ ସିଲଭିଓ ବର୍ଲୁସ୍କୋନି ଗର୍ଲଫ୍ରେଣ୍ଡ ପାଇଁ ୯୦୦ କୋଟି ଟଙ୍କା ସମ୍ପତ୍ତି ଛାଡିଦେଇ ଯାଇଛନ୍ତି । ବର୍ଲୁସ୍କୋନି ତାଙ୍କ ଇଚ୍ଛାରେ ତାଙ୍କ ୩୩ ବର୍ଷୀୟ ପ୍ରେମିକା ମାର୍ଟା ଫାସିନାଙ୍କ ପାଇଁ ୧୦୦ ମିଲିୟନ୍ ୟୁରୋ କିମ୍ବା ପ୍ରାୟ ୯୦୦ କୋଟି ଟଙ୍କା ସମ୍ପତ୍ତି ଛାଡିଛନ୍ତି।

ତିନିଥର ଇଟାଲୀର ପ୍ରଧାନମନ୍ତ୍ରୀ ହୋଇଥିବା ସିଲଭିଓ ବର୍ଲୁସ୍କୋନିଙ୍କର ହାରାହାରି ମୂଲ୍ୟ ୬ ନିୟୁତ ବିଲିୟନ୍ ୟୁରୋରୁ ଅଧିକ ହେବ। ରାଜନୈତିକ ସଙ୍ଗଠନ ଫୋର୍ଜା ଇଟାଲୀୟା ଡେପୁଟି ଥିବା ମାର୍ଟା ୨୦୨୦ ମା ର୍ଚ୍ଚରେ ବର୍ଲୁସ୍କୋନିଙ୍କ ସହିତ ସମ୍ପର୍କ ଆରମ୍ଭ କରିଥିଲେ। ଆଇନଗତ ଭାବେ ବର୍ଲୁସ୍କୋନି ମାର୍ଟାଙ୍କୁ ବିବାହ କରି ନ ଥିଲେ ମଧ୍ୟ ମୃତ୍ୟୁଶଯ୍ୟାରେ ସେ ତାଙ୍କୁ ତାଙ୍କର ସ୍ତ୍ରୀ ବୋଲି ମାନି ନେଇଥିଲେ । ୨୦୧୮ ସାଧାରଣ ନିର୍ବାଚନରେ ୩୩ ବର୍ଷୀୟ ମାର୍ଟା ଇଟାଲୀୟ ସଂସଦର ନିମ୍ନ ସଦନରେ ସଦସ୍ୟ ହୋଇଥିଲେ। ୯୦ ଦଶକରେ ବୁର୍ଲସ୍କୋନିଙ୍କ ରଙ୍ଗୀନ ପାର୍ଟିର ଆୟୋଜନ କରୁଥିବା ବେଳେ ମାର୍ଟା ରାଜନୀତିରେ ଯୋଗ ଦେଇଥିଲେ ।

ବର୍ଲୁସ୍କୋନିଙ୍କର ୮୬ ବର୍ଷ ବୟସରେ ଜୁନ୍ ୧୨ ତାରିଖରେ ଦେହାନ୍ତ ହୋଇଥିଲା। ମଙ୍ଗଳବାର ଦିନ ତାଙ୍କ ଇଚ୍ଛାପତ୍ର ତାଙ୍କର ୫ଜଣ ସନ୍ତାନ ଓ ସାକ୍ଷୀମାନଙ୍କ ଆଗରେ ପଢ଼ାଯାଇଥିଲା। ସିଲଭିଓ ବର୍ଲୁସ୍କୋନି ତିନିଥର ଇଟାଲୀର ପ୍ରଧାନମନ୍ତ୍ରୀ ହୋଇଥିଲେ। ତେବେ ଟିକସ ଠକେଇ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କୁ ରାଜନୀତିରୁ ବାରଣ କରାଯାଇଥିଲା। ତାଙ୍କ ଦେହାନ୍ତ ପରେ ବିଜନେସକୁ ତାଙ୍କ ଦୁଇ ପୁଅ ସମ୍ଭାଳିବେ । ଏହାଛଡା ବର୍ଲୁସ୍କୋନି ନିଜ ଭାଇ ମଧ୍ୟ ସଂପତ୍ତି ଛାଡି ଯାଇଛନ୍ତି । ତାଙ୍କୁ ୧୦୦ ମିଲିୟନ ୟୁରୋ ସଂପତ୍ତି ଭାଇ ନାମରେ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.