Below header

ବଜ୍ରାଘାତରେ ମା’ ପୁଅଙ୍କ ମୃତ୍ୟୁ

ବଜ୍ରାଘାତରେ ଦୁଇ ମୃତ । ବୋରିଗୁମ୍ମାଶ ଅଂଚଳା ଗାଁ ରେ ଆଜି ବ୍ଳଜ୍ରାଘାତରେ ମା ପୁଅ ଙ୍କ ମୃତ୍ୟୁ ହୋଇଛି ।

ଜୟପୁର(କେନ୍ୟୁଜ୍):  ବଜ୍ରାଘାତରେ ଦୁଇ ମୃତ । ବୋରିଗୁମ୍ମାଶ ଅଂଚଳା ଗାଁ ରେ ଆଜି ବ୍ଳଜ୍ରାଘାତରେ ମା’ ପୁଅଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ସବୁଦିନ ପରି ଲିଙ୍ଗରାଜ ହାଲବା ନିଜ ସ୍ତ୍ରୀ ଦୁରୁବତୀ ହାଲବା ଏବଂ ପୁଅ ଦୀପକ ତିନି ଜଣ ନିଜ ଜମିରେ ଚାଷ କରୁଥିଲେ । ହଟାତ ଘଡଘଡି ସହ ପ୍ରବଳ ବର୍ଷା ହୋଇଥିଲା ।

ଲିଙ୍ଗରାଜ ଜମିରୁ ବାହାରି ସୁରକ୍ଷିତ ସ୍ଥାନକୁ ଚାଲି ଆସିଥିବାବେଳେ ତାଙ୍କ ସ୍ତ୍ରୀ ଦୁରୂପତି ଓ ପୁଅ ଦୀପକ ଜମିରୁ ବାହାରୁ ଥିଲେ । ଆଉ ଏତିକି ବେଳେ କାଳ ସାଜିଲା ବିଜୁଳି । ଉଭୟ ସ୍ତ୍ରୀ ଓ ପୁଅ ଅଚେତ ହୋଉ ଚାଷ ଜମିରେ ପଡ଼ି ଯାଇଥିଲେ ।

ତାଙ୍କୁ ସେଠାରୁ ବୋରିଗୁମ୍ମା ମେଡ଼ିକାଲ ରେ ଭର୍ତ୍ତି କରାଯାଇଥିଲା କିନ୍ତୁ ମେଡ଼ିକାଲରେ ଉଭୟ ମା ଓ ପୁଅଙ୍କୁ ମୃତ ଘୋଷଣା କରିଛନ୍ତି ଡକ୍ଟର । ଅଚାନକ ବର୍ଷା ଓ ବଜ୍ରପାତ କେଇ ମିନଟରେ ଦୁଇ ଜଣଙ୍କ ଜୀବନ ନେଇଗଲା । ଲିଙ୍ଗରାଜଙ୍କ ଆଖି ଆଗରେ ତାଙ୍କ ପରିବାର ଉଜୁଡି ଗଲା  । ମୃତ ପୁଅ ଦୀପକ +2ପଢ଼ୁଥିବା ବେଳେ ବାପା ଓ ମାଙ୍କୁ ଚାଷ କାର୍ଯ୍ୟ ରେ ସାହାଯ୍ୟ କରୁଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.