ଦିଲ୍ଳୀ ପୋଲିସକୁ ମିଳିଲା ବଡ଼ ସଫଳତା, ଗିରଫ ହେଲା ଆତଙ୍କବାଦୀ ଜୈସ-ଏ-ମହମ୍ମଦ ଗୋଷ୍ଠୀର ବାବା

ନୂଆଦିଲ୍ଲୀ : ଦିଲ୍ଲୀ ପୋଲିସର ସ୍ପେଶାଲ ସେଲକୁ ଏକ ବଡ଼ ସଫଳତା ମିଳିଛି। ସ୍ପେଶାଲ ସେଲ ଜୈସ-ଏ-ମହମ୍ମଦ ଗୋଷ୍ଠୀର ବାବାକୁ ଗିରଫ କରିଛି। ଏହି ଆତଙ୍କବାଦୀ ଉପରେ ସରକାର ୨ ଲକ୍ଷ ଟଙ୍କାର ପୁରସ୍କାର ରଖିଥିଲେ।

ସ୍ପେଶାଲ ସେଲର ଟିମ୍ ଜୈସ-ଏ-ମହମ୍ମଦ ଆତଙ୍କୀ ଅବଦୁଲ ମଜିଦ ବାବାର ତଦନ୍ତ କରୁଥିଲେ। ଅବଦୁଲ ମଜିଦ୍ ଜମ୍ମୁ-କଶ୍ମୀରର ସେପେର ଜିଲ୍ଲାର ବାସିନ୍ଦା ଅଟେ। ଆତଙ୍କବାଦୀ ଉପରେ ୨ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା।


ଦିଲ୍ଲୀ ସ୍ପେଶାଲ ସେଲର ଟିମ୍ ଜୈସ-ଏ-ମହମ୍ମଦକୁ ଶ୍ରୀନଗରରୁ ଶନିବାର ଦିନ ଗିରଫ କରିଥିଲେ। ଶ୍ରୀନଗରର ପିଏସ୍ ଶୌରା ଅଞ୍ଚଳରେ ଗିରଫ କରାଯାଇଥିଲା। ତାକୁ ଏବେ ସିଜିଏମ୍ ଶ୍ରୀନଗର ହାଜର କରାଯିବ, ଯେଉଁଠାରେ ତାକୁ ଟ୍ରାଜିଂଟ ରିମାଣ୍ଡରେ ଦିଲ୍ଲୀ ଅଣାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.