ଥମୁନି ଜେଟ ଏୟାରୱେଜର ସମସ୍ୟା, ଏବେ ଇସ୍ତଫା ଦେଲେ ଡେପୁଟି ସିଇଓ ଅମିତ ଅଗ୍ରୱାଲ

ସମସ୍ୟା ଯେପରି ଜେଟ ଏୟାରୱେଜର ପିଛା ଛାଡୁନି। ଆର୍ଥିକ ସଙ୍କଟ ପରେ ବିମାନ ସେବା ବନ୍ଦ ତାପରେ ଏବେ ଧିରେ ଧିରେ କମ୍ପାନୀର ମୁଖ୍ୟ କର୍ମଚାରୀ ମଧ୍ୟ ଜେଟର ହାତ ଛାଡିବାକୁ ଲାଗିଲେଣି । ଆଜି ଜେଟ ଏୟାରୱେଜକୁ ପୁଣିଥରେ ଏକ ବଡ ଝଟକା ପଡିଛି। କାରଣ ଏହି କମ୍ପାନୀର ଡେପୁଟି ସିଇଓ ଅମିତ ଅଗ୍ରୱାଲ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । ସେ ଏକ ଟ୍ବିଟ ଯୋଗେ ଏହି ଘୋଷଣା କରିଛନ୍ତି।

ଅମିତ ଲେଖିଛନ୍ତି, ମୁଁ ସମସ୍ତଙ୍କୁ ଏହି ସୂଚନା ଦେବାକୁ ଚାହୁଁକି କିଛି ବ୍ୟକ୍ତିଗତ କାରଣରୁ ମୁଁ କମ୍ପାନୀରୁ ଇସ୍ତଫା ଦେଉଛି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ୨୦୧୫ ମସିହାରେ ଅମିତ ଜେଟଏୟାରୱେଜ ସହ ଯୋଗ ଦେଇଥିଲେ।


ଜେଟ ଏୟାରୱେଜ ବନ୍ଦ ହେବା ପରେ ତାହାର କର୍ମଚାରୀ ମାନଙ୍କୁ ଧିରେଧିରେ ଅନ୍ୟ ବିମାନ କମ୍ପାନୀ ଗୁଡିକ ହାତେଇବାରେ ଲାଗିଛନ୍ତି। ଅପରପକ୍ଷରେ କିଛି କର୍ମଚାରୀ ଏବେ ମଧ୍ୟ ମନରେ ଆଶା ନେଇ କମ୍ପାନୀର ସ୍ଥିତି ସାଧରଣ ହେବ ବୋଲି ଅପେକ୍ଷା କରିଛନ୍ତି। କିଛି ବିଶେଷଜ୍ଞ କହିବାମୁତାବକ, ଯଦି ଭବିଷ୍ୟତରେ ଜେଟ ଏୟାରୱେଜ ଆଉଥରେ ଆରମ୍ଭ ହେଉଛି ତଥାପି ତାହା ସେତେଟା ସଫଳତା ଲାଭ କରିବ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.