ବାଲେଶ୍ୱର(କେନ୍ୟୁଜ୍) : ବିଦ୍ୟୁତ୍ ତାର ଛିଣ୍ଡିବାରୁ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ। ବାଲେଶ୍ୱର ବାଖରାବାଦ୍ ଷ୍ଟେସନରେ ଛିଣ୍ଡିଛି ତାର। ଫଳରେ ସମସ୍ତ ଟ୍ରେନ୍ ଷ୍ଟେସନରେ ଅଟକି ରହିଛି। ଟ୍ରେନ ଚଲାଚଳ ସ୍ୱାଭାବିକ କରିବାକୁ ଦ୍ରୁତ ବେଗରେ ମରାମତି କାମ ଚାଲିଛି। ଶୀଘ୍ର ସ୍ୱାଭାବିକ ହେବାନେଇ ଷ୍ଟେସନ ମ୍ୟାନେଜର ସୂଚନା ଦେଇଛନ୍ତି।