ଶ୍ରୀଲଙ୍କାରେ ମସଜିଦ ଉପରେ ଆକ୍ରମଣ, ଦେଶବ୍ୟାପୀ କର୍ଫ୍ୟୁ ସହିତ ସୋସିଆଲ ମିଡିଆକୁ କରାଯାଇଛି ବ୍ୟାନ୍

ଶ୍ରୀଲଙ୍କାରେ ହୋଇଥିବା ଲଗାତାର ସିରିଜ ବିସ୍ଫୋରଣ ପରେ ମୁସଲିମ ବିରୋଧୀ ଦଙ୍ଗା ବୃଦ୍ଧିପାଇବାରେ ଲାଗିଛି । ଦଙ୍ଗାକାରୀମାନେ ଦେଶର ଅନେକ ଅଂଚଳରେ ମୁସଲିମ ମସଜିଦ ଏବଂ ଦୋକାନ ଉପରେ ଆକ୍ରମଣ କରୁଛନ୍ତି । ଏପରିକି ନିଆଁ ମଧ୍ୟ ଲଗାଇ ଦେଉଛନ୍ତି । ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହି ଦଙ୍ଗାକୁ ଅଟକାଇବା ପାଇଁ ଶ୍ରୀଲଙ୍କା ସରକାର ୭ଘଣ୍ଟା ପାଇଁ ଦେଶବ୍ୟାପୀ କର୍ଫ୍ୟୁ ଘୋଷଣା କରିଛନ୍ତି । ଏଥିସହିତ ସୋସିଆଲ ମିଡିଆକୁ ମଧ୍ୟ ବ୍ୟାନ କରାଯାଇଛି ।

SRI LANKAଉରାବିଲା ହସ୍ପିଟାଲ ପୋଲିସର କହିବାନୁଯାୟୀ, ଦଙ୍ଗାକାରୀମାନେ ୪୨ ବର୍ଷୀୟ ମହମ୍ମଦ ଅମୀର ମହମ୍ମଦ ଅଲ୍ଲୀଙ୍କୁ ଆକ୍ରମଣ କରିଥିଲେ । ପରେ ତାଙ୍କର ମେଡିକାଲରେ ମୃତ୍ୟୁ ହୋଇଯାଇଛି । ଏହାସହ ଅନ୍ୟ ମୁସଲମାନଙ୍କ ଦୋକାନକୁ ମଧ୍ୟ ଭାଙ୍ଗି ଦିଆଯାଇଛି । କେତେକ ମସଜିଦ ଉପରେ ଆକ୍ରମଣ ଅଭିଯୋଗ ଆସିଛି ।

ସୋସିଆଲ ମିଡିଆକୁ କରାଯାଇଛି ବ୍ୟାନ

ପ୍ରଧାନମନ୍ତ୍ରୀ ରାନୀଲ ବିକ୍ରମାସିନେ୍ଧ ଦେଶବାସୀଙ୍କୁ ମୁସଲିମ ବିରୋଧୀ ଦଙ୍ଗାକୁ ରୋକିବା ପାଇଁ ଅପିଲ କରିଛନ୍ତି । ଏହି ସମୟରେ ସମସ୍ତଙ୍କ ସୁରକ୍ଷା ଏବଂ ସହଯୋଗ ଜରୁରୀ ବୋଲି ସେ କହିଛନ୍ତି । ଏହାସହ ସାରା ଦେଶରେ ୭ଘଣ୍ଟା ପାଇଁ କର୍ଫ୍ୟୁ ଜାରି ହେବା ସହ ସୋସିଆଲ ମିଡିଆ ଏବଂ ଇଣ୍ଟରନେଟ୍ ସେବାକୁ ବନ୍ଦ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.