ଜାମିଆ ମିଲିଆ ବିଶ୍ୱବିଦ୍ୟାଳୟକୁ ଟାର୍ଗେଟ କରାନଯାଉ, ସାମ୍ବାଦିକ ସମ୍ମିଳନୀରେ ପ୍ରତିକ୍ରିୟା ରଖିଲେ କୁଳପତି ନଜମା ଅଖତର

କେନ୍ୟୁଜ୍(ବ୍ୟୁରୋ): ଜାମିଆ ମିଲିଆ ବିଶ୍ୱବିଦ୍ୟାଳୟକୁ ଟାର୍ଗେଟ କରାନଯାଉ । ହିଂସା ମାମଲାରେ ଏତଲା ଦିଆଯିବ । ବିନା ଅନୁମତିରେ ପୋଲିସ କ୍ୟାମ୍ପସରେ ପ୍ରବେଶ କରିଛି । ପୋଲିସ ଲାଇବ୍ରେରୀରେ ପଶି ଲାଠିମାଡ଼ କରିଛି । ସାମ୍ବାଦିକ ସମ୍ମିଳନୀରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି କୁଳପତି ନଜମା ଅଖତର । ସେହିପରି ‘ଜାମିଆରେ ଛାତ୍ର ମୃତ୍ୟୁ ଖବର ମିଛ ବୋଲି ସେ କହିଛନ୍ତି । ଜାମିଆ ସମ୍ପର୍କରେ ମିଛ ପ୍ରଚାର କରାଯାଉଛି, ଘଟଣାରେ ୨୦୦ ଛାତ୍ର ଆହତ ହୋଇଛନ୍ତି । ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ସେ ଦାବି କରିଛନ୍ତି । ବିଶ୍ୱବିଦ୍ୟାଳୟ ସହ କୈଣସି ରାଜନୈତିକ ଦଳର ସଂପୃକ୍ତି ନ ଥିବା ସେ ସ୍ପଷ୍ଟ କରିଛନ୍ତି ।

Leave A Reply

Your email address will not be published.