ବିଯୁକ୍ତ ତାପମାତ୍ରାରେ ଥରୁଛି କଶ୍ମୀର, ବରଫ ପାଲଟିଲା ଡାଲ୍‌ ହ୍ରଦ

ଥରୁଛି କଶ୍ମୀର। ବିଯୁକ୍ତ ତାପମାତ୍ରାରେ ବରଫ ପାଲଟିଗଲାଣି ପାଣି। କଶ୍ମୀରରେ ବରଫ ପାଲଟି ଯାଇଛି ଅନେକ ଜଳାଶୟ। ଡାଲ ହ୍ରଦ ବି ବରଫ ପାଲଟି ଯାଇଛି। ଜମ୍ମୁ କଶ୍ମୀରରେ ୪୦ ଦିନିଆ ଚିଲ୍ଲା କଲଣ ଆରମ୍ଭ ହୋଇଛି। ଏହା ଜାନୁଆରୀ ୩୧ରେ ସରିବ। ପ୍ରବଳ ଶୀତ ସମୟକୁ ସ୍ଥାନୀୟ ଭାଷାରେ ଚିଲ୍ଲା କଲଣ କୁହାଯାଇଥାଏ। ଚିଲ୍ଲା କଲଣ ଆରମ୍ଭ ହେବା ସହ ବରଫ ପାଲଟି ଯାଇଛି ହ୍ରଦ। ଏହି ୪୦ ଦିନ ଜମ୍ମୁ-କାଶ୍ମୀରରେ ହାଡ଼ଭଙ୍ଗା ଶୀତ ଅନୁଭୂତ ହୋଇଥାଏ। ପାଇପ୍‌ ପାଣି ମଧ୍ୟ ବରଫ ପାଲଟିଯାଏ। ଲୋକଙ୍କୁ ହଇରାଣ ହରକତ ହେବାକୁ ପଡ଼େ।

ଗତକାଲି ଶ୍ରୀନଗରରେ ସର୍ବନିମ୍ନ ତାପମାତ୍ରା ବିଯୁକ୍ତ ୨.୮ ଡିଗ୍ରୀ, ପହଲଗାମରେ ବିଯୁକ୍ତ ୩.୭ ଡିଗ୍ରୀ ଓ ପହଲଗାମରେ ବିଯୁକ୍ତ ୫ ଡିଗ୍ରୀ ସେଲସିୟସ୍‌ ରେକର୍ଡ କରାଯାଇଛି। ସେହିଭଳି ଲଦାଖ ଡ୍ରାସ୍‌ ସହରରେ ବିଯୁକ୍ତ ୧୧.୧ ଡିଗ୍ରୀ, ଲେହରେ ବିଯୁକ୍ତ ୧୦.୨ ଡିଗ୍ରୀ ଓ କାରଗିଲ୍‌ରେ ବିଯୁକ୍ତ ୯ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.