ଥରୁଛି ଓଡ଼ିଶା: ୧୦ ଡିଗ୍ରୀ ତଳେ ୨୦ସହର, ଆଜି ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର(କେନ୍ଯୁଜ୍): ଥରୁଛି ଓଡ଼ିଶା। ଆଉ ୩ ଦିନ ପ୍ରବଳ ଶୀତ ଲହରୀ ଜାରି ରହିବ। ୧୦ ଡିଗ୍ରୀ ତଳେ ୨୦ସହରର ତାପମାତ୍ରା ରେକର୍ଡ କରାଯାଇଛି। ଆଜି ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ପ୍ରବଶ ଥଣ୍ଡାକୁ ଦୃଷ୍ଟିରେ ରଖି SRC ସତର୍କ ସୂଚନା ଜାରି କରିଛନ୍ତି। ଅସହ୍ୟ ଶୀତରେ ଥରୁଛି କନ୍ଧମାଳ ଜିଲ୍ଲା ।

ଫୁଲବାଣୀର ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରୀ ଥିବାବେଳେ ଦାରିଙ୍ଗିବାଡିର ତାପମାତ୍ରା ୩.୫ ଡିଗ୍ରୀ ରେକର୍ଡ କରାଯାଇଛି । ଫୁଲବାଣୀ ସମେତ କନ୍ଧମାଳର କେତେକ ଆଭ୍ୟନ୍ତରୀଣ ଅଞ୍ଚଳରେ ତୁଷାରପାତ ହେଉଥିବା ଦେଖିବାକୁ ମିଳିଛି । ଦୁଇ ଦିନ ଧରି ଦାରିଙ୍ଗବାଡିରେ ଭୂମି ଉପରେ ଛୋଟ ଛୋଟ ବରଫର ଅସ୍ତରଣ ଦେଖିବାକୁ ମିଳୁଛି। ସକାଳୁ ସକାଳୁ ପ୍ରବଳ ଶୀତ ସହ ଘନ କୁହୁଡି ସାଙ୍ଗକୁ କୋହଲା ପବନ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି ।

ସନ୍ଧ୍ୟା ୬ଟାରୁ ଶୀତର ପ୍ରକୋପ ଆରମ୍ଭ ହୋଇ ସକାଳ ୧୦ଟା ପର୍ଯ୍ୟନ୍ତ ଲାଗି ରହୁଛି । ଯାହାଫଳରେ ଲୋକେ ସକାଳୁ ସକାଳୁ ପ୍ରାତଃ ଭ୍ରମଣ କରିବା ପରିବର୍ତେ ଘରେ ରହୁଛନ୍ତି । ରାସ୍ତାଘାଟ ଖାଁ ଖାଁ ଲାଗୁଛି । ଶୀତରୁ ରକ୍ଷା ପାଇବା ପାଇଁ ଲୋକେ ନିଆଁ ପୋଉଁଥିବା ଦେଖିବାକୁ ମିଳିଛି । ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ଅଧିକ ପ୍ରଭାବ ପକାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.