Below header

ଶୀତଦିନେ ରୁମ୍‌ ହିଟରର ବ୍ୟବହାର କରୁଥିଲେ ହୁଅନ୍ତୁ ସାବଧାନ! ବୟସ୍କ ଓ ଶିଶୁଙ୍କ ଠାରେ ଦେଖାଦେଇପାରେ ଗମ୍ଭୀର ସମସ୍ୟା

ଶୀତଦିନେ ଉଷ୍ଣତା ପାଇଁ ଲୋକମାନେ ରୁମ୍‌ ହିଟର ବ୍ୟବହାର କରିଥାନ୍ତି। ଥଣ୍ଡା ପବନର ପ୍ରଭାବକୁ କମ୍‌ କରିବା ପାଇଁ ଅଧିକାଂଶ ଲୋକ ଘରେ ରୁମ୍‌ ହିଟର ଲଗାଇଥାନ୍ତି। ଖାସ୍‌ କରି ବୟସ୍କ ଲୋକ ଓ ଛୋଟ ପିଲାଙ୍କୁ ଥଣ୍ଡାରୁ ରକ୍ଷା କରିବା ପାଇଁ ରୁମ୍‌ ହିଟର ଲଗାଯାଏ। ଏହା ଦ୍ୱାରା ଶୀତ କମ୍‌ ଅନୁଭୂତ ହୁଏ। କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ହିଟରରୁ ବାହାରୁଥିବା ଗରମ ପବନ ଆପଣଙ୍କ ତ୍ୱଚାକୁ ଶୁଷ୍କ ଓ ଲାଲ କରିପାରେ। ଗରମ ପବନ ଆମ ଶରୀରରୁ ତୈଳାଂଶ ଶୋଷି ନିଏ। ଫଳରେ ତ୍ୱଚା ଓ ଶ୍ୱାସ ସମ୍ବନ୍ଧୀୟ ସମସ୍ୟା ବଢ଼ିଯାଏ। ଏହା ଦ୍ୱାରା ଘର ଭିତରର ଅକ୍ସିଜେନ୍‌ର ମାତ୍ରା କମ୍‌ ହୋଇଯାଏ। ବେଳେବେଳେ ଏହା ବିପଜ୍ଜନକ ସାବ୍ୟସ୍ତ ହୋଇପାରେ। ତେବେ ଆସନ୍ତୁ ଜାଣିବା ରୁମ୍‌ ହିଟର ବ୍ୟବହାର କଲେ ଆଉ କି କି ସମସ୍ୟା ଦେଖାଦିଏ…

  • ରୁମ୍‌ ହିଟରକୁ ଅଧିକ ବ୍ୟବହାର କଲେ ତ୍ୱଚାର ପ୍ରାକୃତିକ ଜଳୀୟାଂଶ ଓ ତୈଳାଂଶ କମିଯାଏ। ଫଳରେ ତ୍ୱଚା ଶୁଷ୍କ ହୋଇଯାଏ। ଏହା ଦ୍ୱାରା ଦେହ କୁଣ୍ଡାଇ ହୋଇ ଲାଲ ଲାଲ ଫଳିଯାଏ।
  • ଛୋଟ ପିଲାଙ୍କ ରୁମ୍‌ରେ ଯଦି ରୁମ୍‌ ହିଟର ଲଗାଉଛନ୍ତି ତେବେ ପିଲାଙ୍କ ତ୍ୱଚା ଓ ନାକ ଉପରେ କୁ-ପ୍ରଭାବ ପଡ଼ିପାରେ। ଏହା ଦ୍ୱାରା ଶିଶୁଙ୍କ ନରମ ତ୍ୱଚା ପୋଡ଼ିଯିବା ଆଶଙ୍କା ବି ରହିଛି।
  • ଅଧିକାଂଶ ହିଟର କାର୍ବନ ମନୋକ୍ସାଇଡ୍‌ ଭଳି ବିଷାକ୍ତ ବାୟୁ ଛାଡ଼ିଥାଏ। ଏହା ପିଲାଙ୍କ ମସ୍ତିଷ୍କ ଓ ଅନ୍ୟ ଅଙ୍ଗ ଉପରେ କୁ-ପ୍ରଭାବ ପକାଇପାରେ। ରୁମ୍‌ରେ ଅଧିକ ସମୟ ଧରି ରୁମ୍‌ ହିଟର ଲଗାଇଲେ ବଡ଼ ଲୋକଙ୍କ ସ୍ୱାସ୍ଥ୍ୟ ବି ପ୍ରଭାବିତ ହୋଇଥାଏ। ଖାସ୍‌ କରି ଆଜ୍‌ମା ରୋଗୀଙ୍କୁ ଏଥିପାଇଁ ନିଃଶ୍ୱାସ ନେବାରେ ସମସ୍ୟା ହୋଇଥାଏ।
  • ବନ୍ଦ ରୁମ୍‌ରେ ହିଟର ଲଗାଇଲେ ରୁମ୍‌ର ଅକ୍ସିଜେନ୍‌ ଲେବଲ କମିଯାଏ। ଫଳରେ ଅଣନିଃଶ୍ୱାସୀ ଲାଗେ।
  • ରୁମ୍‌ ବନ୍ଦ କରି ରାତି ସାରା ହିଟର ଚଲାଇବା ଦ୍ୱାରା ଦୁର୍ଘଟଣା ଘଟିବାର ମଧ୍ୟ ଆଶଙ୍କା ରହିଛି। ହିଟର ଅଧିକ ତାତି ଗଲେ ନିଆଁ ଲାଗିବା ଆଶଙ୍କାକୁ ଏଡ଼ା ଯାଇନପାରେ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.