Below header

ଜାପାନ ପୂର୍ବତନ ପ୍ରଧାନ ମନ୍ତ୍ରୀ ସିଞ୍ଜେ ଆବେଙ୍କୁ ଗୁଳି, ମେଡିକାଲରେ ମୃତ୍ୟୁ

ନୂଆଦିଲ୍ଲୀ : ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଗୁଳି ମାଡରେ ଶୁକ୍ରବାର ମୃତ୍ୟୁ ଘଟିଛି। ଜାପାନର ଗଣମାଧ୍ୟମ ଦ୍ୱାରା ଏହି ସୂଚନା ଦିଆଯାଇଛି। ସେ ନାରା ପ୍ରିଫେକ୍ଟରରେ ଜନତାଙ୍କୁ ସମ୍ବୋଧିତ କରୁଥିବା ବେଳେ ତାଙ୍କ ଉପରକୁ ଗୁଳି କରାଯାଇଥିଲା। ସେଠାରେ ସେ ଅଚାନକ ଟଳି ପଡିଥିଲେ ।

ହଠାତ୍‌ କ’ଣ ହେଲା ବୋଲି ଉପସ୍ଥିତ ଜନତା ବୁଝି ପାରିନଥିଲେ । ଘଟଣାସ୍ଥଳରେ ଗୁଳି ଆବାଜ ଶୁଣାଯାଇଥିଲା । ତାଙ୍କୁ ସଂଗେ ସଂଗେ ନାରା ମେଡିକାଲ ୟୁନିଭରସିଟି ହସପିଟାଲକୁ ନିଆଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି ।

ପୋଲିସ ତୁରନ୍ତ ଜଣେ ୪୧ ବର୍ଷ ବୟସ୍କ ସନ୍ଦିଗ୍ଧଙ୍କୁ ଗିରଫ କରିଛି। ମିଳିଥିବା ସୂଚନା ଅନୁଯାୟୀ, ସିଞ୍ଜୋ ଟଳି ପଡିବା ପରେ ସେଠାରେ ତାଙ୍କର ହୃଦ ଘାତ ହୋଇଥିବା କୁହାଯାଉଛି । ତାଙ୍କୁ ମେଡିକାଲରେ ଭର୍ତ୍ତି କରିବା ପରେ ସେ କୋମାରେ ଥିଲେ । ଗୁଳି ଚଳାଇବା ପରେ ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା।

ପ୍ରକାଶଯୋଗ୍ୟ ଯେ ରବିବାର ଉଚ୍ଚ ସଦନ ପାଇଁ ନିର୍ବଚନ ଅବସରରେ ସଞ୍ଚୋ ନିର୍ବାଚନ ପ୍ରଚାରରେ ଥିଲେ । ସିଞ୍ଜୋ ଆବେ ୨୦୨୦ ରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ଥଫା ଦେଇଥିଲେ । ସେ ଜାପାନର ସବୁଠୁ ଅଧିକ ିସମୟ ଧରି ପ୍ରଧାନମନ୍ତ୍ରୀ ପଦରେ ରହିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.